ମେ ମାସରେ ଚାରି ପ୍ରତିଶତ ବଢ଼ିଲା ଯାତ୍ରୀବାହୀ ଗାଡ଼ି ବିକ୍ରି: ଦୁଇ ଚକିଆ ଯାନର ମଧ୍ୟ ବଢ଼ିଲା ଚାହିଦା

ନୂଆଦିଲ୍ଲୀ: ଦେଶରେ ବଢ଼ିଲା ଯାତ୍ରୀବାହୀ ଗାଡ଼ି ବିକ୍ରି। ମେ ମାସରେ ଯାତ୍ରୀବାହୀ ଗାଡ଼ିର ହୋଲସେଲ ବିକ୍ରି  ବାର୍ଷିକ ଆଧାରରେ ଚାରି ପ୍ରତିଶତ ବଢ଼ି ୩,୪୭,୪୯୨ ୟୁନିଟ୍‌ ହୋଇଛି। ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ ମ୍ୟାନୁଫ୍ୟାକଚରର୍ସ (SIAM) ତରଫରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି । ତଥ୍ୟ ଅନୁଯାୟୀ, ୨୦୨୩ ମେ ମାସରେ ହୋଲସେଲ ବିକ୍ରି ସମୁଦାୟ ୩,୩୪,୫୩୭ ୟୁନିଟ୍ ରହିଥିଲା।SIAMର ଅଧ୍ୟକ୍ଷ ବିନୋଦ ଅଗ୍ରଓ୍ବାଲ ଏକ ବିବୃତ୍ତିରେ କହିଛନ୍ତି ଯେ, ‘‘ଯାତ୍ରୀ ବାହୀ ଗାଡ଼ିରେ ଏହି ବୃଦ୍ଧି ମଧ୍ୟମ। ମେ ମାସରେ ଦୁଇଚକିଆ ଯାନ ବିକ୍ରିରେ ୧୦ ପ୍ରତିଶତ ବଢ଼ି ୧୬,୨୦,୦୮୪ ୟୁନିଟ୍‌ ହୋଇଛି। ଯେତେବେଳେକି ୨୦୨୩ ମେ ରେ ଏହା ୧୪,୭୧,୫୫୦ ୟୁନିଟ୍‌ ରହିଥିଲା। ’’ସେହିଭଳି ମେ ମାସରେ ତିନିଚକିଆ ଯାନ ବିକ୍ରି ୧୫ ପ୍ରତିଶତ ବଢ଼ି ୫୫,୭୬୩ ୟୁନିଟ୍‌ ହୋଇଛି। ଯେତେବେଳେକି ୨୦୨୩ ମେରେ ଏହା ୪୮,୬୧୦ ୟୁନିଟ୍‌ ଥିଲା।

ମେ ମାସରେ ଚାରି ପ୍ରତିଶତ ବଢ଼ିଲା ଯାତ୍ରୀବାହୀ ଗାଡ଼ି ବିକ୍ରି: ଦୁଇ ଚକିଆ ଯାନର ମଧ୍ୟ ବଢ଼ିଲା ଚାହିଦା

ନୂଆଦିଲ୍ଲୀ: ଦେଶରେ ବଢ଼ିଲା ଯାତ୍ରୀବାହୀ ଗାଡ଼ି ବିକ୍ରି। ମେ ମାସରେ ଯାତ୍ରୀବାହୀ ଗାଡ଼ିର ହୋଲସେଲ ବିକ୍ରି  ବାର୍ଷିକ ଆଧାରରେ ଚାରି ପ୍ରତିଶତ ବଢ଼ି ୩,୪୭,୪୯୨ ୟୁନିଟ୍‌ ହୋଇଛି। ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ ମ୍ୟାନୁଫ୍ୟାକଚରର୍ସ (SIAM) ତରଫରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି । ତଥ୍ୟ ଅନୁଯାୟୀ, ୨୦୨୩ ମେ ମାସରେ ହୋଲସେଲ ବିକ୍ରି ସମୁଦାୟ ୩,୩୪,୫୩୭ ୟୁନିଟ୍ ରହିଥିଲା।

SIAMର ଅଧ୍ୟକ୍ଷ ବିନୋଦ ଅଗ୍ରଓ୍ବାଲ ଏକ ବିବୃତ୍ତିରେ କହିଛନ୍ତି ଯେ, ‘‘ଯାତ୍ରୀ ବାହୀ ଗାଡ଼ିରେ ଏହି ବୃଦ୍ଧି ମଧ୍ୟମ। ମେ ମାସରେ ଦୁଇଚକିଆ ଯାନ ବିକ୍ରିରେ ୧୦ ପ୍ରତିଶତ ବଢ଼ି ୧୬,୨୦,୦୮୪ ୟୁନିଟ୍‌ ହୋଇଛି। ଯେତେବେଳେକି ୨୦୨୩ ମେ ରେ ଏହା ୧୪,୭୧,୫୫୦ ୟୁନିଟ୍‌ ରହିଥିଲା। ’’

ସେହିଭଳି ମେ ମାସରେ ତିନିଚକିଆ ଯାନ ବିକ୍ରି ୧୫ ପ୍ରତିଶତ ବଢ଼ି ୫୫,୭୬୩ ୟୁନିଟ୍‌ ହୋଇଛି। ଯେତେବେଳେକି ୨୦୨୩ ମେରେ ଏହା ୪୮,୬୧୦ ୟୁନିଟ୍‌ ଥିଲା।