ମେ’ ମାସରେ ବଜ୍ରପାତରେ ୧୯୯ ମୃତ, ଓଡିଶାରୁ ୨୯

ଡେସ୍କ: ପ୍ରଯୁକ୍ତି ବିଦ୍ୟା ଓ ଜ୍ଞାନ କୌଶଳ ବ୍ୟବହାର କରି ଦିଆଯାଉଥିବା ଆଗୁଆ ବଜ୍ରପାତ ସତର୍କତା ସଠିକ ସମୟରେ ଲୋକମାନଙ୍କ ପାଖରେ ପହଂଚି ନ ପାରିବା ଫଳରେ ଦେଶରେ ଗତ ମେ’ ମାସରେ ୧୯୯ ଜଣଙ୍କ ପ୍ରାଣହାନୀ ଘଟିଛି। ସେହି ସମୟ ମଧ୍ୟରେ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୨୬୦ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ କେବଳ ବଜ୍ରପାତରେ ୧୯୯ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବା ସୂଚନା ଦେଇଛନ୍ତି ଆଇଆଇଟି ମୁମ୍ବାଇରେ ଜଳବାୟୁ ଓ ପାଣିପାଗ ଉପରେ ଗବେଷଣା […]

ମେ’ ମାସରେ ବଜ୍ରପାତରେ ୧୯୯ ମୃତ, ଓଡିଶାରୁ ୨୯

ଡେସ୍କ: ପ୍ରଯୁକ୍ତି ବିଦ୍ୟା ଓ ଜ୍ଞାନ କୌଶଳ ବ୍ୟବହାର କରି ଦିଆଯାଉଥିବା ଆଗୁଆ ବଜ୍ରପାତ ସତର୍କତା ସଠିକ ସମୟରେ ଲୋକମାନଙ୍କ ପାଖରେ ପହଂଚି ନ ପାରିବା ଫଳରେ ଦେଶରେ ଗତ ମେ’ ମାସରେ ୧୯୯ ଜଣଙ୍କ ପ୍ରାଣହାନୀ ଘଟିଛି। ସେହି ସମୟ ମଧ୍ୟରେ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୨୬୦ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ କେବଳ ବଜ୍ରପାତରେ ୧୯୯ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବା ସୂଚନା ଦେଇଛନ୍ତି ଆଇଆଇଟି ମୁମ୍ବାଇରେ ଜଳବାୟୁ ଓ ପାଣିପାଗ ଉପରେ ଗବେଷଣା କରୁଥିବା ବିଶ୍ୱଜିତ ସାହୁ। ୱେଦର ମ୍ୟାନ ଭାବେ ପରିଚିତ ବିଶ୍ୱଜିତ ନିଜ ଟ୍ୱିଟର ହ୍ୟାଣ୍ଡେଲ ‘@OdishaWeather7’ରେ ଏହି ତଥ୍ୟ ଦେଇଛନ୍ତି।

ସୂଚନା ମୁତାବକ, ଓଡିଶାର ଉତ୍ତର, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ବଜ୍ରପାତ ଜନିତ ମୃତ୍ୟୁ ଅଧିକ। ସମ୍ପ୍ରତି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି, ଗତ ୩ ମାସ ଅର୍ଥାତ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ବଜ୍ରପାତ ଯୋଗୁ ୪୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୬ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି।


ସେହି ସମୟ ମଧ୍ୟରେ କୋରାପୁଟରେ ସର୍ବାଧିକ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୁରଭଞ୍ଜରେ ୭ ଜଣ, ଗଂଜାମ ଓ ନବରଙ୍ଗପୁରରେ ୬ ଜଣ ଲେଖାଏଁ, ରାୟଗଡାରେ ୪ ଜଣ, ଅନୁଗୁଳ, ବାଲେଶ୍ୱର, ବରଗଡ଼ ଓ ସୁନ୍ଦରଗଡ଼ରେ ୩ ଜଣ ଲେଖାଏଁ ଏବଂ ପୁରୀ. ଢେଙ୍କାନାଳ, କଳାହାଣ୍ଡି ଏବଂ ବଲାଙ୍ଗୀରରେ ୨ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ଘଟିଛି।

ଓଡ଼ିଶାରେ ୨୦୧୯ରୁ ୨୦୨୪ ମଧ୍ୟରେ ବଜ୍ରପାତ ଯୋଗୁ ୧ ହଜାର ୬୨୫ ଜଣଙ୍କ ମୃତ୍ୟୁ ଘଟିଛି। ମେ’ ମାସ ୧୬ରେ ବଜ୍ରପାତରେ ଗୋଟିଏ ଦିନରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଥିବା ବେଳେ ସେଥିମଧ୍ୟରେ କୋରାପୁଟରେ ୪ ଜଣ, ଗଂଜାମରେ ୩ ଜଣ, ନବରଙ୍ଗପୁର, ଯାଜପୁର ଓ ଢେଙ୍କାନାଳରେ ୨ ଜଣ ଲେଖାଏଁ ଏବଂ ରାୟଗଡା, କଟକ, ମୟୁରଭଞ୍ଜ ଓ ଗଜପତିରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଥିଲା। ସୂଚନା ଅନୁଯାୟୀ, ଗତ ମେ’ ମାସରେ ବଜ୍ରପାତରେ ରାଜ୍ୟରେ ୨୯ ଜଣ ପ୍ରାଣ ହରାଇଛନ୍ତି।

ସମୟ

ମୃତ୍ୟୁ ସଂଖ୍ୟା

ଜିଲ୍ଲା

ମେ’ ୧୪ କୋରାପୁଟ
ମେ’ ୧୫ ରାୟଗଡା
ମେ’ ୧୬ ୧୦ କୋରାପୁଟ, ଗଞ୍ଜାମ, ଯାଜପୁର
ମେ’ ୧୭ ୧୫ ସାରା ଓଡ଼ିଶା
ମୋଟ ମୃତ୍ୟୁ ସଂଖ୍ୟା ୨୯