ମେ ୧୩ ପାଇଁ ଅନେକ ସହରକୁ ବିମାନ ଉଡାଣ ବାତିଲ କଲେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି କିନ୍ତୁ ଆମର ପଡ଼ୋଶୀ ଦେଶ ତାର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ। ଗତକାଲି ରାତିରେ ମଧ୍ୟ ସୀମା ସଂଲଗ୍ନ ଅଞ୍ଚଳରେ ଡ୍ରୋନ୍ ଦେଖାଯାଇଥିଲା। ଯାହା ଫଳରେ ସାମ୍ବା, କାଠୁଆ, ରାଜୌରୀ ଏବଂ ଜମ୍ମୁର କିଛି ଅଞ୍ଚଳରେ ବ୍ଲାକଆଉଟ୍ ଜାରି କରାଯାଇଥିଲା। ତେବେ ସନ୍ଦିଗ୍ଧ ଡ୍ରୋନ୍ କାର୍ଯ୍ୟକଳାପ ଯୋଗୁଁ ଦୁଇଟି ବିମାନ କମ୍ପାନୀ କିଛି ବିମାନବନ୍ଦରକୁ ସେମାନଙ୍କର ଉଡ଼ାଣ ବାତିଲ କରିଛନ୍ତି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି […] The post ମେ ୧୩ ପାଇଁ ଅନେକ ସହରକୁ ବିମାନ ଉଡାଣ ବାତିଲ କଲେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ appeared first on Odisha.News.

ମେ ୧୩ ପାଇଁ ଅନେକ ସହରକୁ ବିମାନ ଉଡାଣ ବାତିଲ କଲେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି କିନ୍ତୁ ଆମର ପଡ଼ୋଶୀ ଦେଶ ତାର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ। ଗତକାଲି ରାତିରେ ମଧ୍ୟ ସୀମା ସଂଲଗ୍ନ ଅଞ୍ଚଳରେ ଡ୍ରୋନ୍ ଦେଖାଯାଇଥିଲା। ଯାହା ଫଳରେ ସାମ୍ବା, କାଠୁଆ, ରାଜୌରୀ ଏବଂ ଜମ୍ମୁର କିଛି ଅଞ୍ଚଳରେ ବ୍ଲାକଆଉଟ୍ ଜାରି କରାଯାଇଥିଲା।

ତେବେ ସନ୍ଦିଗ୍ଧ ଡ୍ରୋନ୍ କାର୍ଯ୍ୟକଳାପ ଯୋଗୁଁ ଦୁଇଟି ବିମାନ କମ୍ପାନୀ କିଛି ବିମାନବନ୍ଦରକୁ ସେମାନଙ୍କର ଉଡ଼ାଣ ବାତିଲ କରିଛନ୍ତି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ମେ ୧୩ ପର୍ଯ୍ୟନ୍ତ କିଛି ସହରକୁ ସେମାନଙ୍କର ଉଡ଼ାଣ ବାତିଲ କରିଛନ୍ତି। ଏହା ସହିତ ଉଭୟ କମ୍ପାନୀ ଯାତ୍ରୀମାନଙ୍କ ପାଇଁ ପରାମର୍ଶ ମଧ୍ୟ ଜାରି କରିଛନ୍ତି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ମେ ୧୩ ୨୦୨୫ ପାଇଁ ଜମ୍ମୁ, ଅମୃତସର, ଚଣ୍ଡିଗଡ଼, ଶ୍ରୀନଗର, ଲେହ ଏବଂ ରାଜକୋଟକୁ ସମସ୍ତ ବିମାନ ଉଡ଼ାଣ ବାତିଲ କରିଛି। ଏହା ସହିତ ଯାତ୍ରୀମାନଙ୍କୁ ଯାତ୍ରା କରିବା ପୂର୍ବରୁ ସେମାନଙ୍କ ବିମାନ ସ୍ଥିତି ନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ଏୟାରଲାଇନ୍ସର ୱେବସାଇଟ୍ କିମ୍ବା ଆପ୍ ଚେକ୍ କରିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ଏୟାର ଇଣ୍ଡିଆ ଟ୍ୱିଟରରେ ଏହା ମଧ୍ୟ ପୋଷ୍ଟ କରିଛି ଯେ ସଦ୍ୟତମ ଘଟଣାକ୍ରମ ଏବଂ ଆପଣଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ମେ ୧୩ ମଙ୍ଗଳବାର ଦିନ ଜମ୍ମୁ, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟକୁ ଯାଉଥିବା ଏବଂ ଆସୁଥିବା ବିମାନଗୁଡ଼ିକୁ ବାତିଲ କରାଯାଇଛି।

The post ମେ ୧୩ ପାଇଁ ଅନେକ ସହରକୁ ବିମାନ ଉଡାଣ ବାତିଲ କଲେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ appeared first on Odisha.News.