ମେ ୨ ଯାଏ କାଳବୈଶାଖୀ ବର୍ଷା,ଆଜି ୫ ଜିଲ୍ଲାକୁ ଓରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ପ୍ରବଳ ଖରା ଓ ଗୁଳୁଗୁଳିରୁ ରାଜ୍ୟକୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଗତକାଲି ଅପରାହ୍ନରୁ କେତେକ ଜିଲ୍ଲାରେ ଆରମ୍ଭ ହୋଇଛି କାଳବୈଶାଖୀ ବର୍ଷା । ଏହା ଆସନ୍ତା ମେ ୨ ତାରିଖ ଯାଏଁ ଚାଲିବ । ବର୍ଷା ସହ କେତେକ ସ୍ଥାନରେ ବିଜୁଳି ଘଡଘଡି ଏବଂ କୁଆପଥର ମାଡ଼ର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ […]

ମେ ୨ ଯାଏ କାଳବୈଶାଖୀ ବର୍ଷା,ଆଜି ୫ ଜିଲ୍ଲାକୁ ଓରେଞ୍ଜ ୱାର୍ଣ୍ଣିଂ
ମେ ୨ ଯାଏ କାଳବୈଶାଖୀ ବର୍ଷା,ଆଜି ୫ ଜିଲ୍ଲାକୁ ଓରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ପ୍ରବଳ ଖରା ଓ ଗୁଳୁଗୁଳିରୁ ରାଜ୍ୟକୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଗତକାଲି ଅପରାହ୍ନରୁ କେତେକ ଜିଲ୍ଲାରେ ଆରମ୍ଭ ହୋଇଛି କାଳବୈଶାଖୀ ବର୍ଷା । ଏହା ଆସନ୍ତା ମେ ୨ ତାରିଖ ଯାଏଁ ଚାଲିବ । ବର୍ଷା ସହ କେତେକ ସ୍ଥାନରେ ବିଜୁଳି ଘଡଘଡି ଏବଂ କୁଆପଥର ମାଡ଼ର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ଏହାସହ ମଙ୍ଗଳବାର ୫ ଜିଲା ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବିଜୁଳି, ଘଡଘଡି ସହ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଅନୁଗୁଳ ଓ ଢେଙ୍କାନାଳକୁ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା, ପବନ ସମୟରେ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଜାରି କରାଯାଇଛି।

ସୂଚନାନୁସାରେ, ସୋମବାର କାଳବୈଶାଖୀ ବର୍ଷା ଯୋଗୁଁ ନୂଆପଡ଼ାରେ ୮.୦ ମି.ମି. ବର୍ଷା ହୋଇଥିବା ବେଳେ ରାୟଗଡ଼ାରେ,୩.୦ ମିମି, ବାଲେଶ୍ୱରରେ ୨.୬ ମିମି, ପାରଳାଖେମୁଣ୍ଡି ଓ ଅନୁଗୋଳରେ ୨ ମିମି ଏବଂ ଢେଙ୍କାନାଳରେ୧.୪ ମିମି ବର୍ଷା ରେକର୍ଡ କରାଯାଇଛି।

ସେହିପରି ଟ୍ବିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ବିଜୁଳି, ଘଡ଼ଘଡ଼ି ସହ ଝଟ୍‌କା ପବନ ଲୋକଙ୍କୁ ଭୟଭୀତ କରିଥିଲା। ୬୦ରୁ ୭୦ କିମି ବେଗରେ ପବନ ବହିବା ସହ ପ୍ରବଳ ବର୍ଷିଥିଲା। କେତେକ ସ୍ଥାନରେ କୁଆପଥର ବର୍ଷା ହେବା ସହ ଗଛ ଡାଳପଡି ଏବଂ ବିଦ୍ୟୁତ ଖୁଣ୍ଟ ଉପୁଡି ଯାଇ କିଛି ସମୟପାଇଁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା ।