ମେକ୍ସିକୋରେ ଗଣଗୁଳିକାଣ୍ଡ ହୋଇ ୧୨ ମୃତ

ନୂଆଦିଲ୍ଲୀ: ମେକ୍ସିକୋର ଗୁଆ‌ନଜୁଆଟୋ‌ରେ ଆଜି ଏକ ଗଣ ଗୁଳିକାଣ୍ଡରେ ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଛି। କେନ୍ଦ୍ରୀୟ ମେକ୍ସିକୋ ସହର ଇରାପୁଆଟୋରେ ଆଜି ଏକ ଧାର୍ମିକ ଉତ୍ସବ ଚାଲିଥିବା ସମୟରେ ଏହି ଗଣଗୁଳିକାଣ୍ଡ ହୋଇଛି। ଗୁଆ‌ନଜୁଆଟୋର ଏଟର୍ଣ୍ଣି ଜେନେରାଲ ଅଫିସ୍‌ ଅନୁଯାୟୀ ଗୁଳିମାଡ଼ରେ ଆଉ ୨୦ ଜଣ ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସା ହେଉଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଅଛନ୍ତି। ଲୋକମାନେ ନାଚଗୀତରେ ମାତିଥିବାବେଳେ ହଠାତ ଗୁଳିମାଡ଼ ଆରମ୍ଭ ହୋଇଥିଲା। ଗୁଳିମାଡ଼ ଆରମ୍ଭ ହେଉହେଉ ଲୋକମାନେ […]

ମେକ୍ସିକୋରେ ଗଣଗୁଳିକାଣ୍ଡ ହୋଇ ୧୨ ମୃତ

ନୂଆଦିଲ୍ଲୀ: ମେକ୍ସିକୋର ଗୁଆ‌ନଜୁଆଟୋ‌ରେ ଆଜି ଏକ ଗଣ ଗୁଳିକାଣ୍ଡରେ ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଛି। କେନ୍ଦ୍ରୀୟ ମେକ୍ସିକୋ ସହର ଇରାପୁଆଟୋରେ ଆଜି ଏକ ଧାର୍ମିକ ଉତ୍ସବ ଚାଲିଥିବା ସମୟରେ ଏହି ଗଣଗୁଳିକାଣ୍ଡ ହୋଇଛି। ଗୁଆ‌ନଜୁଆଟୋର ଏଟର୍ଣ୍ଣି ଜେନେରାଲ ଅଫିସ୍‌ ଅନୁଯାୟୀ ଗୁଳିମାଡ଼ରେ ଆଉ ୨୦ ଜଣ ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସା ହେଉଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଅଛନ୍ତି। ଲୋକମାନେ ନାଚଗୀତରେ ମାତିଥିବାବେଳେ ହଠାତ ଗୁଳିମାଡ଼ ଆରମ୍ଭ ହୋଇଥିଲା। ଗୁଳିମାଡ଼ ଆରମ୍ଭ ହେଉହେଉ ଲୋକମାନେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିଥିଲେ। ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡ଼ିଆ ଶେନବାମ୍‌ ଇରାପୁଆଟେରେ ହୋଇଥିବା ଏହି ଗଣ ଗୁଳିକାଣ୍ଡକୁ କଡ଼ା ନିନ୍ଦା କରିଛନ୍ତି ଏବଂ ଉକ୍ତ ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗୁଆନଜୁଆଟୋ ହେଉଛି ‌ମେକ୍ସିକୋରେ ସବୁଠାରୁ ଅଧିକ ହିଂସା ଘଟୁଥିବା ଅଞ୍ଚଳ। ଗତ ମେ’ରେ ମଧ୍ୟ ଏହି ଅଞ୍ଚଳରେ ଏକ ଗୁଳିକାଣ୍ଡ ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଥିଲା।