ମେଗା ଅକ୍ସନରେ ୫ ଯୁବ ପ୍ଲେୟରଙ୍କ ଉପରେ ହେବ ଟଙ୍କା ବର୍ଷା ! ୨ଜଣଙ୍କୁ ମିଳିପାରେ ୧୦ କୋଟି
ନୂଆଦିଲ୍ଲୀ ୦୬।୦୯: ଆଇପିଏଲ୍ ୨୦୨୫ । ଦିଗ୍ଗଜଙ୍କ ଠାରୁ ୟଙ୍ଗ୍ ଜେନେରେସନ । ରହିଛନ୍ତି ଦମ୍ଦାର୍ ଫର୍ମରେ । ମେଗା ଅକ୍ସନରେ ଖାସ୍ ନଜରରେ ଅଛନ୍ତି ଯୁବ ପ୍ଲେୟର । ଡୋମେଷ୍ଟିକ୍ ଲିଗ୍ରେ ଦେଖାଉଛନ୍ତି ଜବରଦସ୍ତ ପର୍ଫମାନ୍ସ । ଯୁବ ଟ୍ୟାଲେଣ୍ଟଙ୍କ ପାଇଁ ସବୁ ଫ୍ରାଞ୍ଚାଇଜ୍ ଲଗାଇପାରନ୍ତି ମୋଟା ଅଙ୍କର ନିଲାମୀ । ଆଉ ୨୦୨୫ ଆଇପିଏଲ୍ର ମେଗା ଅକ୍ସନରେ ହୋଇପାରେ ଟଙ୍କା ବର୍ଷା । ଲିଷ୍ଟର ପ୍ରଥମରେ ଅଛନ୍ତି ପ୍ରିୟାଶଂ ଆର୍ଯ୍ୟା । ଦିଲ୍ଲୀ ପ୍ରିମିୟର ଲିଗରେ DPLରେ ସାଉଥ୍ ଦିଲ୍ଲୀ ସୁପରଷ୍ଟାରଙ୍କ ପାଇଁ ଖେଳୁଛନ୍ତି ପ୍ରିୟାଶଂ । ସେ ସାଉଥ୍ ଦିଲ୍ଲୀ ବିପକ୍ଷ ମ୍ୟାଚରେ ୫୦ଟି ବଲରେ ଖେଳିଥିଲେ ୧୨୦ ରନର ଇନିଂସ । ଯାହାପରେ ଆସିଥିଲେ ଚର୍ଚ୍ଚାକୁ । କିନ୍ତୁ ପ୍ରିୟାଶଂ ଲୋକପ୍ରିୟ ହେବାର ରହିଛି ଆଉ ଏକ କାରଣ । ବାସ୍ତବରେ ପ୍ରିୟାଶଂ ମନେପକେଇ ଦେଇଥିଲେ ଯୁବରାଜଙ୍କ କଥା । ସେ ୬ବଲରେ ଲଗାଇଥିଲେ ୬ ଛକା । ସେ DPL ୨୦୨୪ରେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟର ହୋଇଛନ୍ତି । ପ୍ରିୟାଶଂ ୯ଟି ମ୍ୟାଚ୍ ଖେଳି ୬୦୨ ରନ୍ କରିଛନ୍ତି । ଏହାପଛକୁ ଅଛନ୍ତି ଆୟୁଷ ବଦୋନୀ । ଆୟୁଷ ପୂର୍ବରୁ ଖେଳି ସାରିଛନ୍ତି ଆଇପିଏଲ୍ । ସେ ୨୦୨୨ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ସହ ଯୋଡି ହୋଇଥିଲେ । ଯେଉଁ ମ୍ୟାଚରେ ପ୍ରିୟାଶଂ ଆର୍ଯ୍ୟ ୧୨୦ ରନର ପାଳି ଖେଳିଥିଲେ, ସେହି ମ୍ୟାଚରେ ହିଁ ବଦୋନୀ ୫୫ ବଲରେ ୧୬୫ ରନର ପାଳି ଖେଳିଥିଲେ। ଦିଲ୍ଲୀ ପ୍ରିମିୟର ଲି
ନୂଆଦିଲ୍ଲୀ ୦୬।୦୯: ଆଇପିଏଲ୍ ୨୦୨୫ । ଦିଗ୍ଗଜଙ୍କ ଠାରୁ ୟଙ୍ଗ୍ ଜେନେରେସନ । ରହିଛନ୍ତି ଦମ୍ଦାର୍ ଫର୍ମରେ । ମେଗା ଅକ୍ସନରେ ଖାସ୍ ନଜରରେ ଅଛନ୍ତି ଯୁବ ପ୍ଲେୟର । ଡୋମେଷ୍ଟିକ୍ ଲିଗ୍ରେ ଦେଖାଉଛନ୍ତି ଜବରଦସ୍ତ ପର୍ଫମାନ୍ସ । ଯୁବ ଟ୍ୟାଲେଣ୍ଟଙ୍କ ପାଇଁ ସବୁ ଫ୍ରାଞ୍ଚାଇଜ୍ ଲଗାଇପାରନ୍ତି ମୋଟା ଅଙ୍କର ନିଲାମୀ । ଆଉ ୨୦୨୫ ଆଇପିଏଲ୍ର ମେଗା ଅକ୍ସନରେ ହୋଇପାରେ ଟଙ୍କା ବର୍ଷା ।

ଲିଷ୍ଟର ପ୍ରଥମରେ ଅଛନ୍ତି ପ୍ରିୟାଶଂ ଆର୍ଯ୍ୟା । ଦିଲ୍ଲୀ ପ୍ରିମିୟର ଲିଗରେ DPLରେ ସାଉଥ୍ ଦିଲ୍ଲୀ ସୁପରଷ୍ଟାରଙ୍କ ପାଇଁ ଖେଳୁଛନ୍ତି ପ୍ରିୟାଶଂ । ସେ ସାଉଥ୍ ଦିଲ୍ଲୀ ବିପକ୍ଷ ମ୍ୟାଚରେ ୫୦ଟି ବଲରେ ଖେଳିଥିଲେ ୧୨୦ ରନର ଇନିଂସ । ଯାହାପରେ ଆସିଥିଲେ ଚର୍ଚ୍ଚାକୁ । କିନ୍ତୁ ପ୍ରିୟାଶଂ ଲୋକପ୍ରିୟ ହେବାର ରହିଛି ଆଉ ଏକ କାରଣ । ବାସ୍ତବରେ ପ୍ରିୟାଶଂ ମନେପକେଇ ଦେଇଥିଲେ ଯୁବରାଜଙ୍କ କଥା । ସେ ୬ବଲରେ ଲଗାଇଥିଲେ ୬ ଛକା । ସେ DPL ୨୦୨୪ରେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟର ହୋଇଛନ୍ତି । ପ୍ରିୟାଶଂ ୯ଟି ମ୍ୟାଚ୍ ଖେଳି ୬୦୨ ରନ୍ କରିଛନ୍ତି ।

ଏହାପଛକୁ ଅଛନ୍ତି ଆୟୁଷ ବଦୋନୀ । ଆୟୁଷ ପୂର୍ବରୁ ଖେଳି ସାରିଛନ୍ତି ଆଇପିଏଲ୍ । ସେ ୨୦୨୨ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ସହ ଯୋଡି ହୋଇଥିଲେ । ଯେଉଁ ମ୍ୟାଚରେ ପ୍ରିୟାଶଂ ଆର୍ଯ୍ୟ ୧୨୦ ରନର ପାଳି ଖେଳିଥିଲେ, ସେହି ମ୍ୟାଚରେ ହିଁ ବଦୋନୀ ୫୫ ବଲରେ ୧୬୫ ରନର ପାଳି ଖେଳିଥିଲେ। ଦିଲ୍ଲୀ ପ୍ରିମିୟର ଲିଗରେ ବଦୋନୀ ବର୍ତ୍ତମାନ ଯାଏଁ ୭ଟି ମ୍ୟାଚ ଖେଳି ୫୧୫ ରନ୍ କରିସାରିଛନ୍ତି । ଏହି ଫର୍ମ ତାଙ୍କୁ ମେଗା ଅକ୍ସନରେ ମୋଟା ଅଙ୍କର ରୋଜଗାର କରିବାରେ ସାହାଯ୍ୟ କରିପାରେ ।

ଏହାପଛକୁ ଅଛନ୍ତି ଅଙ୍ଗକୃଷ୍ଣ ରଘୁବଂଶୀ । ଆଇପିଏଲ୍ ୨୦୨୪ ମେଗା ଅକ୍ସନରେ ତାଙ୍କୁ କୋଲକତା ନାଇଟ ରାଇଡର୍ସ ସହ ଯୋଡି ହୋଇଥିଲେ । ତାଙ୍କୁ ଫ୍ରାଞ୍ଚାଇଜ୍ ବେସ୍ ପ୍ରାଇସ୍ ଅର୍ଥାତ୍ ୨୦ ଲକ୍ଷରେ କିଣିଥିଲା । ସେ ଆଇପିଏଲ୍ରେ ନିଜ ଡେବ୍ୟୁ ପାଳିରେ ୫୪ରନ କରି ଫ୍ରାଞ୍ଚାଇଜ୍ ଉପରେ ଗଭୀର ଛାପ ଛାଡିଥିଲେ । ସେ ସିଜିନରେ ୭ ପାଳିରେ ୧୬୩ ରନ କରିଥିଲେ । ରଘୁବଂଶୀ ୨୦୨୨ରେ ଅଣ୍ଡର-୧୯ ଓ୍ବାର୍ଲକପରେ ୨୭୮ ରନ୍ କରି ଭାରତ ପାଇଁ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟର ହୋଇଥିଲେ ।

ଲିଷ୍ଟର ଚତୁର୍ଥରେ ଅଛନ୍ତି ସମୀର ରିଜବୀ । ସେ ବିଗତ ସିଜିନରେ ବେଶ୍ ଚର୍ଚ୍ଚାରେ ରହିଥିଲେ । କାରଣ ଚେନ୍ନାଇ ସୁପରକିଙ୍ଗ୍ ତାଙ୍କୁ ୮ କୋଟି ୪୦ ଲକ୍ଷରେ କିଣିଥିଲା । ଯଦିଓ ଆଇପିଏଲ୍ ୨୦୨୪ରେ ଅଧିକ ମ୍ୟାଚ୍ ଖେଳିବାକୁ ତାଙ୍କୁ ସୁଯୋଗ ମିଳିନି କିନ୍ତୁ ସେ ୟୁପି ଟି-୨୦ ଲିଗରେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟର ଅଟନ୍ତି । ସେ ୭ଟି ମ୍ୟାଚ୍ରେ ୧୬୨.୩ ଷ୍ଟ୍ରାଇକ୍ ରେଟରେ ୨୯୭ ରନ୍ କରିଛନ୍ତି । ରିଜବୀ ଯଦି ଏହି ଫର୍ମରେ ରୁହନ୍ତି ତେବେ ମେଗା ଅକ୍ସନରେ ତାଙ୍କ ଉପରେ ଲାଗିପାରେ ବଡ ନିଲାମୀ ।

ଶେଷରେ ଅଛନ୍ତି ଆୟୁଷ ସିଂ । ସେ ଜଣେ ଦ୍ରୁତ ବୋଲର । ଆୟୁଷ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚରେ ୧୮ଟି ୱିକେଟ୍ ନେଇ ସାରିଛନ୍ତି । ଏହାବ୍ୟତୀତ ସେ ଲିଗର ସର୍ବାଧିକ ୱିକେଟ୍ ନେଇଥିବା ବୋଲର ମଧ୍ୟ ଅଟନ୍ତି । ଆୟୁଷ ଜଣେ ଡାହାଣହାତୀ ବୋଲର । ତେବେ ବର୍ତ୍ତମାନ କେବଳ ଅପେକ୍ଷା ମେଗା ଅକ୍ସନକୁ…