ମେଗାଲିଫ୍ଟରୁ ଜଳସେଚନ ନ ହେଲେ ଆନ୍ଦୋଳନ
କୋକସରା,୧୮।୧୧: (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)-ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଆସନ୍ତା ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଇନ୍ଦ୍ରାବତୀ ମେଗାଲିଫ୍ଟ କୁସୁମଖୁଣ୍ଟି କାର୍ଯ୍ୟାଳୟରୁ ବିଭାଗୀୟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଛି। ରବିବାର କୋକସରା ସଚେତନ କୃଷକ ମଞ୍ଚ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆବାହକ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀଙ୍କ ନେତୃତ୍ୱରେ ସ୍ଥାନୀୟ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ମେଗାଲିଫ୍ଟ ବିଭାଗୀୟ ଅଧିକାରୀମାନେ ଚାଷୀଙ୍କୁ ଭୁଆଁ ବୁଲାଇ […] The post ମେଗାଲିଫ୍ଟରୁ ଜଳସେଚନ ନ ହେଲେ ଆନ୍ଦୋଳନ appeared first on Dharitri Odia News.
କୋକସରା,୧୮।୧୧: (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)-ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଆସନ୍ତା ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଇନ୍ଦ୍ରାବତୀ ମେଗାଲିଫ୍ଟ କୁସୁମଖୁଣ୍ଟି କାର୍ଯ୍ୟାଳୟରୁ ବିଭାଗୀୟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଛି। ରବିବାର କୋକସରା ସଚେତନ କୃଷକ ମଞ୍ଚ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆବାହକ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀଙ୍କ ନେତୃତ୍ୱରେ ସ୍ଥାନୀୟ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ମେଗାଲିଫ୍ଟ ବିଭାଗୀୟ ଅଧିକାରୀମାନେ ଚାଷୀଙ୍କୁ ଭୁଆଁ ବୁଲାଇ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଇଥିବାରୁ ଜଳସେଚନ ବନ୍ଦ ରହିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତେବେ ଚାଷୀନେତାଙ୍କ କହିବା ମତେ ଗତବର୍ଷଠାରୁ ଚଳିତବର୍ଷ ଜଳସ୍ତର ଅଧିକ ରହିଥିବା ସ୍ଥଳେ ମେଗାଲିଫ୍ଟ ବିଭାଗୀୟ ଅଧିକାରୀମାନେ କାହିଁକି ଜଳସେଚନ ବନ୍ଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ତାହାକୁ ନେଇ ସନ୍ଦେହରେ ଚାଷୀକୁଳ ରହିଛନ୍ତି। ଗତବର୍ଷ ରବି ଚାଷ ପାଇଁ ବ୍ଲକର ପାଖାପାଖି ୧୧ ହଜାର ହେକ୍ଟର ଜଳସେଚନ ହୋଇଥିବା ବେଳେ ଚଳିତ ବର୍ଷ କାହିଁକି ଜଳସେଚନ ପାଇଁ କଟକଣା ଜାରି କରାଯାଇଛି ତାହାକୁ ନେଇ ପ୍ରଶ୍ନ କରିଛନ୍ତି ଚାଷୀ। ବୈଠକରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମେତ ସଚେତନ କୃଷକ ମଞ୍ଚର ଉପ ସଭାପତି ଜୟଲାଲ ନାଏକ, ମାର୍କଣ୍ଡ ବେମାଲ, ସମ୍ପାଦକ ପଞ୍ଚକ ପୋଢ଼, ଚିନ୍ତାମଣି ପଟେଲ, ନାରାୟଣ ପଟ୍ଟନାୟକ, ଶ୍ରୀନିବାସ ପ୍ରଧାନୀ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଚାଷୀ ତ୍ରିଭୁବନ ନାଏକ, କିଶୋର ପଣ୍ଡା, ଧନେଶ୍ୱର ପଣ୍ଡା, ମନିଜର ପୋଢ଼, ମଳୟ ଛତ୍ରିଆ, ବିଦ୍ୟାଧର ଶବର, ଲଲାଟେନ୍ଦୁ ପ୍ରଧାନୀ, ଅତୁଲ୍ୟ ପ୍ରଧାନୀ, ଲକ୍ଷ୍ମଣ ନାଏକ, ରାଜେଶ ସାହୁ, ବିଶ୍ବମ୍ବର ଶବର, ଦିଗାମ୍ବର ବେମାଲ, ରାମେଶ୍ୱର ମାଝୀ, ସଞ୍ଜିବ କୁମାର ପଣ୍ଡା, ଜଳନ୍ଧର ଦାସ, ଅରୁଣ ନାଏକ, ନରେଶ ପଣ୍ଡା, ବିଜୟ ହଂସଙ୍କ ସମେତ କୋକସରା ବ୍ଲକରୁ ପ୍ରାୟ ଶତାଧିକ ଚାଷୀ ଏହି ବୈଠକରେ ଉପସ୍ଥିତ ରହି ଜଳସେଚନ ପାଇଁ ଦାବି କରିଛନ୍ତି। ଏନେଇ ସୋମବାର ସଚେତନ କୃଷକ ମଞ୍ଚ ପକ୍ଷରୁ ଜଳସେଚନ ଯୋଗାଇ ଦେବାକୁ ଧର୍ମଗଡ ଉପଜିଲାପାଳଙ୍କୁ ଏକ ଦାବିପତ୍ର ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ କରିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି।
The post ମେଗାଲିଫ୍ଟରୁ ଜଳସେଚନ ନ ହେଲେ ଆନ୍ଦୋଳନ appeared first on Dharitri Odia News.