ମେଟାର ବଡ଼ କାର୍ଯ୍ୟାନୁଷ୍ଠାନ: ୬ ଲକ୍ଷ ଆକାଉଣ୍ଟ ହଟାଇଲେ ଫେସ୍ବୁକ ଓ ଇନଷ୍ଟାଗ୍ରାମ, କାରଣ ଜାଣି ଆପଣ ଖୁସୀ ହେବେ
ନୂଆଦିଲ୍ଲୀ: ନାବାଳକମାନଙ୍କୁ ଟାର୍ଗେଟ କରି ହିଂସାତ୍ମକ ଏବଂ ଶୋଷଣକାରୀ ଆଚରଣ ଦେଖାଉଥିବା ପ୍ରାୟ ୬ ଲକ୍ଷ ଆକାଉଣ୍ଟକୁ ହଟାଇଲେ ଇନଷ୍ଟାଗ୍ରାମ ଓ ଫେସବୁକ୍। ମେଟା ଇନଷ୍ଟାଗ୍ରାମ୍ ଏବଂ ଫେସବୁକରେ ଯୁବ ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବା ପାଇଁ ଅପବ୍ୟବହାରକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ଏଥିସହିତ କମ୍ପାନୀ କିଶୋର ବୟସର ୟୁଜରମାନଙ୍କୁ ସୁରକ୍ଷା ଦେବାକୁ ଏକାଧିକ ନୂଆ ସେଫ୍ଟି ଫିଚର ଲଞ୍ଚ କରିଛି।ବିଜନେସ୍ ଟୁଡେର ରିପୋର୍ଟ ଅନୁଯାୟୀ, ଯୌନ ମନ୍ତବ୍ୟ ପୋଷ୍ଟ କରିବା କିମ୍ବା ଅଶ୍ଳୀଳ ଫଟୋ ପୋଷ୍ଟ କରୁଥିବା ଏଭଳି ପ୍ରାୟ ୧ ଲକ୍ଷ ୩୫ ହଜାର ଆକାଉଣ୍ଟକୁ ହଟାଇ ଦିଆଯାଇଛି। ଏଭଳି ଆକାଉଣ୍ଟ ପ୍ରାୟତଃ ପିଲାମାନଙ୍କ ଦ୍ୱାରା ପରିଚାଳିତ ଆକାଉଣ୍ଟଗୁଡ଼ିକୁ ଲକ୍ଷ୍ୟ କରି କରାଯାଇଥାଏ ବୋଲି ମେଟା ଦାବି କରିଛି। ଏହା ବ୍ୟତୀତ, ନାବାଳକମାନଙ୍କ ସହିତ ଅନୁପଯୁକ୍ତ ଆଚରଣ ଯୋଗୁ ଅନୁପଯୁକ୍ତ ପାରସ୍ପରିକ ଚାଟ୍ ପାଇଁ ଅତିରିକ୍ତ ୫ ଲକ୍ଷ ଆକାଉଣ୍ଟକୁ ମଧ୍ୟ ହଟାଇ ଦିଆଯାଇଛି। ଏନେଇ କମ୍ପାନୀ କହିଛି ଯେ ଏହା କ୍ରସ୍-ପ୍ଲାଟଫର୍ମ ଅପବ୍ୟବହାରକୁ ରୋକିବା ପାଇଁ ଟେକ୍ କୋଲେସନ୍ର ଲାଣ୍ଟର୍ନ ପ୍ରୋଗ୍ରାମ ମାଧ୍ୟମରେ ଏହି ତଥ୍ୟକୁ ଅନ୍ୟ ଟେକ୍ ପ୍ଲାଟଫର୍ମ ସହିତ ସେୟାର କରିବ। ଇନଷ୍ଟାଗ୍ରାମ ୧୩୫,୦୦୦ ଆକାଉଣ୍ଟ ହଟାଇଛିମେଟା ଇନଷ୍ଟାଗ୍ରାମ ପ୍ରାୟ ୧.୩୫ ଲକ୍ଷ ଆକାଉଣ୍ଟକୁ ହଟାଇ ଦେଇଛି। ଏହି ଆକାଉଣ୍ଟଗୁଡ଼ିକ ଅନୁପଯୁକ୍ତ ମନ୍ତବ୍ୟ ପୋଷ୍ଟ କରୁଥିଲେ
ନୂଆଦିଲ୍ଲୀ: ନାବାଳକମାନଙ୍କୁ ଟାର୍ଗେଟ କରି ହିଂସାତ୍ମକ ଏବଂ ଶୋଷଣକାରୀ ଆଚରଣ ଦେଖାଉଥିବା ପ୍ରାୟ ୬ ଲକ୍ଷ ଆକାଉଣ୍ଟକୁ ହଟାଇଲେ ଇନଷ୍ଟାଗ୍ରାମ ଓ ଫେସବୁକ୍। ମେଟା ଇନଷ୍ଟାଗ୍ରାମ୍ ଏବଂ ଫେସବୁକରେ ଯୁବ ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବା ପାଇଁ ଅପବ୍ୟବହାରକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ଏଥିସହିତ କମ୍ପାନୀ କିଶୋର ବୟସର ୟୁଜରମାନଙ୍କୁ ସୁରକ୍ଷା ଦେବାକୁ ଏକାଧିକ ନୂଆ ସେଫ୍ଟି ଫିଚର ଲଞ୍ଚ କରିଛି।
ବିଜନେସ୍ ଟୁଡେର ରିପୋର୍ଟ ଅନୁଯାୟୀ, ଯୌନ ମନ୍ତବ୍ୟ ପୋଷ୍ଟ କରିବା କିମ୍ବା ଅଶ୍ଳୀଳ ଫଟୋ ପୋଷ୍ଟ କରୁଥିବା ଏଭଳି ପ୍ରାୟ ୧ ଲକ୍ଷ ୩୫ ହଜାର ଆକାଉଣ୍ଟକୁ ହଟାଇ ଦିଆଯାଇଛି। ଏଭଳି ଆକାଉଣ୍ଟ ପ୍ରାୟତଃ ପିଲାମାନଙ୍କ ଦ୍ୱାରା ପରିଚାଳିତ ଆକାଉଣ୍ଟଗୁଡ଼ିକୁ ଲକ୍ଷ୍ୟ କରି କରାଯାଇଥାଏ ବୋଲି ମେଟା ଦାବି କରିଛି। ଏହା ବ୍ୟତୀତ, ନାବାଳକମାନଙ୍କ ସହିତ ଅନୁପଯୁକ୍ତ ଆଚରଣ ଯୋଗୁ ଅନୁପଯୁକ୍ତ ପାରସ୍ପରିକ ଚାଟ୍ ପାଇଁ ଅତିରିକ୍ତ ୫ ଲକ୍ଷ ଆକାଉଣ୍ଟକୁ ମଧ୍ୟ ହଟାଇ ଦିଆଯାଇଛି। ଏନେଇ କମ୍ପାନୀ କହିଛି ଯେ ଏହା କ୍ରସ୍-ପ୍ଲାଟଫର୍ମ ଅପବ୍ୟବହାରକୁ ରୋକିବା ପାଇଁ ଟେକ୍ କୋଲେସନ୍ର ଲାଣ୍ଟର୍ନ ପ୍ରୋଗ୍ରାମ ମାଧ୍ୟମରେ ଏହି ତଥ୍ୟକୁ ଅନ୍ୟ ଟେକ୍ ପ୍ଲାଟଫର୍ମ ସହିତ ସେୟାର କରିବ।
ଇନଷ୍ଟାଗ୍ରାମ ୧୩୫,୦୦୦ ଆକାଉଣ୍ଟ ହଟାଇଛି
ମେଟା ଇନଷ୍ଟାଗ୍ରାମ ପ୍ରାୟ ୧.୩୫ ଲକ୍ଷ ଆକାଉଣ୍ଟକୁ ହଟାଇ ଦେଇଛି। ଏହି ଆକାଉଣ୍ଟଗୁଡ଼ିକ ଅନୁପଯୁକ୍ତ ମନ୍ତବ୍ୟ ପୋଷ୍ଟ କରୁଥିଲେ କିମ୍ବା ଅନ୍ୟ ଆକାଉଣ୍ଟକୁ ମେସେଜ୍ କରି ଅଶ୍ଳୀଲ ଫଟୋ ମାଗୁଥିଲେ। ଏହି ଆକାଉଣ୍ଟଗୁଡ଼ିକ ନାବାଳକଙ୍କ ନାଁରେ ବୟସ୍କମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା ଏବଂ ସେମାନେ ପିଲାମାନଙ୍କୁ ଟାର୍ଗେଟ କରୁଥିଲେ ବୋଲି କମ୍ପାନୀ କହିଛି। ବର୍ତ୍ତମାନ ସୋସିଆଲ୍ ମିଡିଆରେ ନାବାଳକ ନାବାଳିକାମାନଙ୍କର ମାନିସିକ ଶକ୍ତି ନଷ୍ଟ ହେଉଛି ବୋଲି ଦାବି କରି ଯାଞ୍ଚ କରାଯାଉଛି। ବିଭିନ୍ନ ଦେଶରେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଯାଞ୍ଚର ସାମ୍ନା କରୁଛନ୍ତି। ଏନେଇ ଆମେରିକା ସରକାର ମେଟା କମ୍ପାନୀକୁ କଡ଼ା ସମାଲୋଚନା କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଜଣେ ଆମେରିକା ସିନେଟରଙ୍କର ପ୍ରଶ୍ନର ଉତ୍ତର ବି ଦେଇପାରି ନଥିଲେ ମେଟା ମାଲିକ ମାର୍କ ଜୁକର ବର୍ଗ। ତେଣୁ ଏସବୁ ଦୃଷ୍ଟିରୁ ମେଟା ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି।