ମେଟ୍ରୋ ପ୍ରକଳ୍ପକୁୁ ନେଇ ଅପରାଜିତାଙ୍କ ବଡ଼ ସୂଚନା, କହିଲେ ୨୦୨୭ ଡିସେମ୍ବର ସୁଦ୍ଧା ପ୍ରଥମ…
ଭୁବନେଶ୍ବର,୩୦।୧୧: ଭୁବନେଶ୍ବର ଏମ୍ପି ଅପରାଜିତା ଷଡ଼ଙ୍ଗୀ ଶିନବାର ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ସୂଚନା ଦେଇଛନ୍ତି। ୨୦୨୭ ଡିସେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ଶେଷ ହେବ। ସମୀକ୍ଷା ପରେ ଅପରାଜିତା ଏହି ସୂଚନା ଦେଇଛନ୍ତି। ପ୍ରଥମେ ପର୍ଯ୍ୟାୟରେ ୨୬ କି.ମିରେ ମେଟ୍ରୋ ଚଳାଚଳ ଆରମ୍ଭ ହେବ । ଏପରିକି ୨୦ଟି ଷ୍ଟେଶନରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ବାର୍ତ୍ତା ରହିବ ବୋଲି ଅପରାଜିତା କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୩ଟି ଟ୍ରେନ ଚାଲିବାକୁ ଥିବା ବେଳେ […] The post ମେଟ୍ରୋ ପ୍ରକଳ୍ପକୁୁ ନେଇ ଅପରାଜିତାଙ୍କ ବଡ଼ ସୂଚନା, କହିଲେ ୨୦୨୭ ଡିସେମ୍ବର ସୁଦ୍ଧା ପ୍ରଥମ… appeared first on Dharitri Odia News.
ଭୁବନେଶ୍ବର,୩୦।୧୧: ଭୁବନେଶ୍ବର ଏମ୍ପି ଅପରାଜିତା ଷଡ଼ଙ୍ଗୀ ଶିନବାର ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ସୂଚନା ଦେଇଛନ୍ତି। ୨୦୨୭ ଡିସେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ଶେଷ ହେବ। ସମୀକ୍ଷା ପରେ ଅପରାଜିତା ଏହି ସୂଚନା ଦେଇଛନ୍ତି। ପ୍ରଥମେ ପର୍ଯ୍ୟାୟରେ ୨୬ କି.ମିରେ ମେଟ୍ରୋ ଚଳାଚଳ ଆରମ୍ଭ ହେବ । ଏପରିକି ୨୦ଟି ଷ୍ଟେଶନରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ବାର୍ତ୍ତା ରହିବ ବୋଲି ଅପରାଜିତା କହିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ୧୩ଟି ଟ୍ରେନ ଚାଲିବାକୁ ଥିବା ବେଳେ ପ୍ରତ୍ୟେକ ଟ୍ରେନରେ ୩ଟି କୋଚ ରହବ। ପ୍ରତ୍ୟେକ ଦିନ ୯୫ ହଜାର ଲୋକ ଯିବାର କ୍ଷମତା ରହିବ ବୋଲି ଅପରାଜିତା ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷେ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ୯୨ ଏକର ଜମି ମିଳି ସାରିଛି। ଆଉ ୧୫ ଏକର ଖୁବଶୀଘ୍ର ଯୋଗାଇ ଦିଆଯିବ। ପ୍ରକଳ୍ପ ନେଇ ମୋଟ ୬ ହଜାର ୨୫୬ କୋଟି ଟଙ୍କା ଖର୍ଚ୍ଚ ନେଇ ଆକଳନ ହୋଇଛି। ପ୍ରଥମ ପର୍ଯ୍ୟାୟ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ପରେ କେନ୍ଦ୍ରର ସହାୟତା ଦରକାର କି ନାହିଁ ଜଣାଯିବ ବୋଲି ଅପରାଜିତ କହିଛନ୍ତି।
The post ମେଟ୍ରୋ ପ୍ରକଳ୍ପକୁୁ ନେଇ ଅପରାଜିତାଙ୍କ ବଡ଼ ସୂଚନା, କହିଲେ ୨୦୨୭ ଡିସେମ୍ବର ସୁଦ୍ଧା ପ୍ରଥମ… appeared first on Dharitri Odia News.