ମେଡିକାଲ କୋଚିଂ ନେଉଥିବା ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ
ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ ହଷ୍ଟେଲରୁ ମିଳିଛି ଏହି ଛାତ୍ରଙ୍କ ମୃତଦେହ।
ରାଜଧାନୀ ଭୁବନେଶ୍ୱରରେ ମେଡିକାଲ କୋଚିଂ ନେଉଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଅର୍ଣ୍ଣବ କୃଷ୍ଣ। ତାଙ୍କ ଘର ଝାରଖଣ୍ଡର ଧାନବାଦରେ।
ଅର୍ଣ୍ଣବ ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ ହଷ୍ଟେଲରେ ରହୁଥିଲେ। ସେହି ହଷ୍ଟେଲରୁ ତାଙ୍କର ଝୁଲନ୍ତା ମୃତଦେହ ଜବତ କରାଯାଇଛି। ଚନ୍ଦ୍ରଶେଖରପୁର ଥାନା ପୁଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅର୍ଣ୍ଣବଙ୍କ ବେକରେ ପ୍ଲାଷ୍ଟିକ ଦଉଡ଼ି ବନ୍ଧା ଯାଇଥିବା ବେଳେ ତାଙ୍କ ପାଦ ଦୁଇଟି ତଳେ ଲାଗିଛି। ପାଦ ପାଖରେ ବୁନ୍ଦା ବୁନ୍ଦା ରକ୍ତ ପଡ଼ିଥିବା ଦେଖିବାକୁ ମିଳିଛି।