ମେଡିକାଲର ପିଛା ଛାଡୁନି ଅବ୍ୟବସ୍ଥା, ହସ୍ପିଟାଲ ଲିଫ୍ଟରେ ଫସିଲେ ଯୁବକ

କଣ୍ଟାବାଞ୍ଜି: ସ୍ତ୍ରୀଙ୍କୁ ହସ୍ପିଟାଲ ଆଣି ଆସିଥିଲେ ଯୁବକ । ପତ୍ନୀଙ୍କୁ ଡାକ୍ତର ଦେଖାଇବାକୁ ଛାଡ଼ି ନିଜେ ତଳକୁ ଯାଇଥିଲେ ପାଣି ଆଣିବାକୁ । କିନ୍ତୁ ଲିଫ୍ଟରେ ପାଣି ଆଣି ଆସିବା ସମୟରେ ହଠାତ ବନ୍ଦ ହୋଇଗଲା ଲିଫ୍ଟ । ଯାହାପରେ ଯୁବକ ଜଣକ ଲିଫ୍ଟରେ ଥିବା ଜରୁରୀକାଳୀନ ସେବା ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାହା ମଧ୍ୟ କାମ କରିନଥିଲା । ଯାହା ପରେ ଚିନ୍ତିତ ହୋଇଯାଇଥିଲେ ଯୁବକ ଜଣକ । କିନ୍ତୁ ପରେ […] The post ମେଡିକାଲର ପିଛା ଛାଡୁନି ଅବ୍ୟବସ୍ଥା, ହସ୍ପିଟାଲ ଲିଫ୍ଟରେ ଫସିଲେ ଯୁବକ appeared first on KNews Odisha.

ମେଡିକାଲର ପିଛା ଛାଡୁନି ଅବ୍ୟବସ୍ଥା, ହସ୍ପିଟାଲ ଲିଫ୍ଟରେ ଫସିଲେ ଯୁବକ

କଣ୍ଟାବାଞ୍ଜି: ସ୍ତ୍ରୀଙ୍କୁ ହସ୍ପିଟାଲ ଆଣି ଆସିଥିଲେ ଯୁବକ । ପତ୍ନୀଙ୍କୁ ଡାକ୍ତର ଦେଖାଇବାକୁ ଛାଡ଼ି ନିଜେ ତଳକୁ ଯାଇଥିଲେ ପାଣି ଆଣିବାକୁ । କିନ୍ତୁ ଲିଫ୍ଟରେ ପାଣି ଆଣି ଆସିବା ସମୟରେ ହଠାତ ବନ୍ଦ ହୋଇଗଲା ଲିଫ୍ଟ । ଯାହାପରେ ଯୁବକ ଜଣକ ଲିଫ୍ଟରେ ଥିବା ଜରୁରୀକାଳୀନ ସେବା ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାହା ମଧ୍ୟ କାମ କରିନଥିଲା । ଯାହା ପରେ ଚିନ୍ତିତ ହୋଇଯାଇଥିଲେ ଯୁବକ ଜଣକ । କିନ୍ତୁ ପରେ ଜଣକୁ ଫୋନ୍ କରିବା ପରେ ସ୍ଥାନୀୟ ଲୋକେ ଆସି ଲିଫ୍ଟ ଖୋଲିଥିଲେ । ସବୁଠାରୁ ବଡ଼ କଥା ହେଉଛି ଏକ ସରକାରୀ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ତେବେ ଦର୍ଶକବନ୍ଧୁ ଆମେ କହୁଛୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ଏମ.ଏସି.ଏଚ ହସ୍ପିଟାଲ ବିଷୟରେ । ଯେଉଁଠାରେ ସୁଧିରିବା ନା ନେଉନାହିଁ ଅବ୍ୟବସ୍ଥା । ସୂଚନା ମୁତାବକ, କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କନ୍ଧବାହାଲ ଗାଁର ଜଣେ ଯୁବକ ଜଳନ୍ଧର ବାଗ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଏମ.ଏସି.ଏଚ ଡାକ୍ତରଖାନକୁ ଆସିଥିଲେ । ତାଙ୍କ ସ୍ତ୍ରୀଙ୍କ ପାଇଁ ପିଇବାକୁ ପାଣି ନେବାକୁ ସେ ଲିଫ୍ଟ ଯୋଗେ ତଳକୁ ଓଲ୍ହାଉଥିବା ବେଳେ ହଠାତ ପାୱାର କଟ ହେବା ଯୋଗୁଁ ସେ ଲିଫ୍ଟ ଭିତରେ ଫସିଯାଇଥିଲେ ।

ଯୁବକ ଜଣକ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଲିଫ୍ଟରେ ଫସି ରହିଥିବା ବେଳେ ଲିଫ୍ଟରେ ଥିବା ଜରୁରୀକାଳୀନ ସେବା ମଧ୍ୟ କାମ ଦେଇନଥିଲା । ଯାହାଫଳରେ ସେ ଅଣନିଶ୍ବାସୀ ହୋଇ ପଡିଥିଲେ । ଅନ୍ୟପକ୍ଷରେ ପାୱାର କଟ ହେବା ପରେ ତୁରନ୍ତ ଡାକ୍ତରଖାନର ଇନଭର୍ଟର କାମ କରିବା କଥା କିନ୍ତୁ ଗତ କିଛି ଦିନ ହେବ ଡାକ୍ତରଖାନର ଇନଭର୍ଟର ମଧ୍ୟ ଖରାପ ହୋଇଥିବା ଜଣାପଡ଼ିଛି । ତେବେ ସ୍ଥାନୀୟ ଅଞ୍ଚଳର ଲୋକେ ହସ୍ତକ୍ଷେପ ପରେ ଯୁବକ ଜଣକ ସୁସ୍ଥ ଭାବରେ ଲିଫ୍ଟରୁ ଉଦ୍ଧାର ହୋଇଥିଲେ । ଯଦି ଠିକ ସମୟରେ ସ୍ଥାନୀୟ ଲୋକ ପହଞ୍ଚିନଥାନ୍ତେ ତେବେ ଯୁବକଙ୍କ ସହ କିଛି ବି ଘଟିପାରିଥାନ୍ତା ।

ସରକାରୀ ଡାକ୍ତରଖାନାରେ ଏଭଳି ଘଟଣା ସତରେ ଖୁବ ନିନ୍ଦନୀୟ । ମେଡିକାଲର ପିଛା ଛାଡୁନି ଅବ୍ୟବସ୍ଥା । ହନ୍ତସନ୍ତ ହେଉଛନ୍ତି ରୋଗୀ । କେତେବେଳେ ବିଜୁଳି କଟି ଯାଉଛି ତ ଆଉ କେତେବେଳେ ପାଣି ସମସ୍ୟା ଦେଖାଦେଉଛି । ଆଉ ଏବେ ଏଭଳି ଲିଫ୍ଟରେ ଫସିବା ଘଟଣା । ଯାହାପରେ ଏବେ ରୋଗୀଙ୍କ ଚିନ୍ତା ବଢିଯାଇଛି । ଦୀର୍ଘ ଦିନ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ କାହା ଆଖିରେ ନ ପଡ଼ିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ଡାକ୍ତରଖାନାର ଏଭଳି ଅବ୍ୟବସ୍ଥା ପରେ ଏବେ କଣ୍ଟାବାଞ୍ଜି ଡାକ୍ତରଖାନ ପ୍ରତି ସ୍ବାସ୍ଥ୍ୟ ମନ୍ତ୍ରୀ ନଜର ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

Also read: ବୁର୍ଲା ଭୀମସାରରେ ସାଂଘାତିକ ଅବ୍ୟବସ୍ଥା: ୩ ଘଣ୍ଟା କଟିଲା ଲାଇନ୍, ମୋବାଇଲ ଟର୍ଚ୍ଚ ଲଗାଇ ରୋଗୀଙ୍କୁ ଦିଆଗଲା କେମୋ

The post ମେଡିକାଲର ପିଛା ଛାଡୁନି ଅବ୍ୟବସ୍ଥା, ହସ୍ପିଟାଲ ଲିଫ୍ଟରେ ଫସିଲେ ଯୁବକ appeared first on KNews Odisha.