ମେଡିକାଲର ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଘେରିଲା ବିଜେପି, ୫ଟି ଏବଂ ମୋ ସରକାର ବୋର୍ଡ ହଟାଇବାକୁ ଦାବି
ଦାରିଙ୍ଗବାଡି ୧୫।୦୬ : ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ବିଜେପି କର୍ମୀମାନେ ମେଡିକାଲରେ ପହଞ୍ଚି ବିଭିନ୍ନ ପ୍ରକାର ଅବ୍ୟବସ୍ଥା ସଂପର୍କରେ ରୋଗୀ ଏବଂ ସଂପର୍କୀୟଙ୍କ ଠାରୁ ପଚାରି ବୁଝିଛନ୍ତି । ଏହାପରେ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡାକ୍ତର ଯାକେଶ ସାମନ୍ତରାୟଙ୍କୁ ଭେଟି ସମସ୍ୟାର ସମାଧାନ କରିବାକୁ ଦାବି ମଧ୍ୟ କରିଛନ୍ତି । ଖବର ଅନୁଯାୟୀ, ଦାରିଙ୍ଗବାଡି ସ୍ୱାସ୍ଥ୍ୟ କେନ୍ଦ୍ର ନାନା ପ୍ରକାରର ଅସୁବିଧା ରହିଛି । ଯେପରି କି ବିଦ୍ୟୁତ ବିଭ୍ରାଟ ଲାଗି ଅନ୍ଧାରରେ ଚିକିତ୍ସା ଚାଲୁଥିବା ଅଭିଯୋଗ ହୋଇଛି । ଜେନେଟରର ସୁବିଧା ଥାଇ ମଧ୍ୟ କୌଣସି କାରଣରୁ ତାକୁ ବ୍ୟବହାର କରାଯାଉନାହିଁ । ୪ଟି ଶୌଚାଳୟକୁ ରୋଗୀଙ୍କ ପାଇଁ ଖୋଲା ଯାଇଥିବା ବେଳେ ୮ଟି ଶୌଚାଳୟରେ ତାଲି ପଡିଛି । ସେହିପରି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଠିକ୍ ସମୟରେ ଜଳଯୋଗାଣ ହେଉନାହିଁ, ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରମାନେ ପାଳି ଡିୟୁଟି କରୁଥିବା ଅଭିଯୋଗ ହୋଇଛି । ଏହିପରି ସମସ୍ତ ଅଭିଯୋଗ ନେଇ ବିଜେପିର ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁଙ୍କ ସମେତ ଜିଲ୍ଲା ସମ୍ପାଦକ ଏବଂ ଅନେକ କର୍ମୀମାନେ ମେଡିକାଲ ଦାୟିତ୍ୱରେ ଥିବା ଯୋକେଶ ସାମନ୍ତରାୟଙ୍କୁ ଜଣାଇଛନ୍ତି । ସେ ସମସ୍ତ ସମସ୍ୟାର ସମାଧନ କରିବାକୁ ପ୍ରତିଶୃତି ଦେଇଛନ୍ତି । ଅନ୍ଫଟେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ୫ଟି ଓ ମୋ ସରକାର ବୋର୍ଡ ହଟାଇବା ପାଇଁ ବ
ଦାରିଙ୍ଗବାଡି ୧୫।୦୬ : ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ବିଜେପି କର୍ମୀମାନେ ମେଡିକାଲରେ ପହଞ୍ଚି ବିଭିନ୍ନ ପ୍ରକାର ଅବ୍ୟବସ୍ଥା ସଂପର୍କରେ ରୋଗୀ ଏବଂ ସଂପର୍କୀୟଙ୍କ ଠାରୁ ପଚାରି ବୁଝିଛନ୍ତି । ଏହାପରେ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡାକ୍ତର ଯାକେଶ ସାମନ୍ତରାୟଙ୍କୁ ଭେଟି ସମସ୍ୟାର ସମାଧାନ କରିବାକୁ ଦାବି ମଧ୍ୟ କରିଛନ୍ତି ।
ଖବର ଅନୁଯାୟୀ, ଦାରିଙ୍ଗବାଡି ସ୍ୱାସ୍ଥ୍ୟ କେନ୍ଦ୍ର ନାନା ପ୍ରକାରର ଅସୁବିଧା ରହିଛି । ଯେପରି କି ବିଦ୍ୟୁତ ବିଭ୍ରାଟ ଲାଗି ଅନ୍ଧାରରେ ଚିକିତ୍ସା ଚାଲୁଥିବା ଅଭିଯୋଗ ହୋଇଛି । ଜେନେଟରର ସୁବିଧା ଥାଇ ମଧ୍ୟ କୌଣସି କାରଣରୁ ତାକୁ ବ୍ୟବହାର କରାଯାଉନାହିଁ । ୪ଟି ଶୌଚାଳୟକୁ ରୋଗୀଙ୍କ ପାଇଁ ଖୋଲା ଯାଇଥିବା ବେଳେ ୮ଟି ଶୌଚାଳୟରେ ତାଲି ପଡିଛି । ସେହିପରି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଠିକ୍ ସମୟରେ ଜଳଯୋଗାଣ ହେଉନାହିଁ, ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରମାନେ ପାଳି ଡିୟୁଟି କରୁଥିବା ଅଭିଯୋଗ ହୋଇଛି । ଏହିପରି ସମସ୍ତ ଅଭିଯୋଗ ନେଇ ବିଜେପିର ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁଙ୍କ ସମେତ ଜିଲ୍ଲା ସମ୍ପାଦକ ଏବଂ ଅନେକ କର୍ମୀମାନେ ମେଡିକାଲ ଦାୟିତ୍ୱରେ ଥିବା ଯୋକେଶ ସାମନ୍ତରାୟଙ୍କୁ ଜଣାଇଛନ୍ତି । ସେ ସମସ୍ତ ସମସ୍ୟାର ସମାଧନ କରିବାକୁ ପ୍ରତିଶୃତି ଦେଇଛନ୍ତି । ଅନ୍ଫଟେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ୫ଟି ଓ ମୋ ସରକାର ବୋର୍ଡ ହଟାଇବା ପାଇଁ ବିଜେପି କର୍ମୀ ମଧ୍ୟ ଦାବି କରିଛନ୍ତି ।