ମେଡିକାଲ୍‌‌ ବେଡରୁ ମହିଳା ନିଖୋଜ

ଫୁଲବାଣୀ: ଫୁଲବାଣୀ ସଦରମହକୁମା ସ୍ଥିତ ମୁଖ୍ୟ ଚିକିତ୍ସାଳୟ ମେଡ଼ିସିନ୍‌‌ ୱାର୍ଡ଼ରୁ ଜଣେ ଚିକିତ୍ସାଧିନ ମହିଳା କୁଆଡ଼େ ନିଖୋଜ ହୋଇଯାଇଛନ୍ତି। ଏନେଇ ମହିଳାଙ୍କ ସ୍ୱାମୀ ଆଶିଷ୍‌‌ ବେହେରା ଫୁଲବାଣୀ ଥାନାରେ ଏକ ଏତଲା ଦେଇଚନ୍ତି। ନିଖୋଜ ମହିଳା ଜଣକ ହେଳେ ମାଷ୍ଟରପଡ଼ା ଅଞ୍ଚଳର ମମତା ସାହୁ। ଖବର ପ୍ରକାରେ ମତତାଙ୍କ ଦେହ ଅସୁସ୍ଥ ଥିବାରୁ ଚିିକିତ୍ସା ପାଇଁ ଆଶିଷ ଗତ ୬ ତାରିଖ ଦିନ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତୀ କରିଥିଲେ। ତାଙ୍କ ମେଡ଼ିସିନ୍‌‌ ୱାର୍ଡ଼ର ଭର୍ତି କରାଯାଇଥିଲା। […]

ମେଡିକାଲ୍‌‌ ବେଡରୁ ମହିଳା ନିଖୋଜ

ଫୁଲବାଣୀ: ଫୁଲବାଣୀ ସଦରମହକୁମା ସ୍ଥିତ ମୁଖ୍ୟ ଚିକିତ୍ସାଳୟ ମେଡ଼ିସିନ୍‌‌ ୱାର୍ଡ଼ରୁ ଜଣେ ଚିକିତ୍ସାଧିନ ମହିଳା କୁଆଡ଼େ ନିଖୋଜ ହୋଇଯାଇଛନ୍ତି। ଏନେଇ ମହିଳାଙ୍କ ସ୍ୱାମୀ ଆଶିଷ୍‌‌ ବେହେରା ଫୁଲବାଣୀ ଥାନାରେ ଏକ ଏତଲା ଦେଇଚନ୍ତି। ନିଖୋଜ ମହିଳା ଜଣକ ହେଳେ ମାଷ୍ଟରପଡ଼ା ଅଞ୍ଚଳର ମମତା ସାହୁ।

ଖବର ପ୍ରକାରେ ମତତାଙ୍କ ଦେହ ଅସୁସ୍ଥ ଥିବାରୁ ଚିିକିତ୍ସା ପାଇଁ ଆଶିଷ ଗତ ୬ ତାରିଖ ଦିନ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତୀ କରିଥିଲେ। ତାଙ୍କ ମେଡ଼ିସିନ୍‌‌ ୱାର୍ଡ଼ର ଭର୍ତି କରାଯାଇଥିଲା। ହେଲେ ସ୍ୱାମୀ ଆଶିଷ୍‌‌ ସକାଳୁ କୌଣସି କାମରେ ନିଜ ଘରକୁ ଯାଇ ଫେରିବା ପରେ ସ୍ତ୍ରୀ ମମତା ନିଜ ବେଡ଼୍‌‌ରେ ନଥିବା ଦେଖି ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ପଚରା କରିଥିଲେ ହେଲେ ସେମାନେ କିଛି ଜାଣିନଥିବା କହିବା ସହିତ ଆଶିଷଙ୍କର କୌଣସି ପ୍ରକାର ଉତର ଦେଇନଥିଲେ ବୋଲି ଆଶିଷ୍‌‌ ଅଭିଯୋଗ କରିଛନ୍ତି।

ପରବର୍ତ୍ତୀ ସମୟରେ ଆଶିଷ୍‌‌ ମମତାଙ୍କ ସାଙ୍ଗସାଥି ଏବଂ ସଂପର୍କୀୟ ଓ ଶାଶୁ ଘର ଆଦି ବହୁ ସ୍ଥାନରେ ଖୋଜାକୋଜି କରିଥିଲେ ମଧ୍ୟ ମମତାଙ୍କର କୌଣସି ପ୍ରକାର ସନ୍ଧାନ ନମିଳିବା ପରେ ଆଜି ସେ ଆଦର୍ଶ ଥାନାରେ ଏକ ଏତଲା ଦେଇଥିବାର ଜଣାଯାଇଛି। ମେଡ଼ିକାଲରେ ଚିକିତ୍ସାଧିନ ଥିବା ସମୟରେ କିଭଳି ମମତା ବେଡ଼୍‌‌ ଛାଡ଼ି କୁଆଡ଼େ ଚାଲିଗଲେ ଏବଂ ଦାୟିତ୍ୱରେ ଥିବା କର୍ମଚାରୀ ଓ ସୁରକ୍ଷା କର୍ମୀ କିଭଳି କିଛି ଜାଣିପାରିଲେ ନାହିଁ ବୋଲି ସ୍ୱାମୀ ଆଶିଷ୍‌‌ ପ୍ରଶ୍ନ କରିଛନ୍ତି। ମେଡ଼ିକାଲ୍‌‌ ପକ୍ଷରୁ ମଧ୍ୟ ଏନେଇ ଥାନାରେ ଜଣାଯାଇଥିବାର ଖବର ମିଳିଛି। ଏତଲା ପାଇବା ପରେ ପୋଲିସ୍‌‌ ମେଡ଼ିକାଲ ଯାଇ ସିସିଟିଭି ଫୁଟେଜ୍‌‌ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।