ମେଣ୍ଟ ନେଇ ଆଲୋଚନା ହୋଇଛି: ଜୁଏଲ୍ ଓରାମ
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ କରି ଲଢିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ବୁଧବାର ଦିଲ୍ଲୀରେ ବିଜେପିର କୋର କମିଟି ବୈଠକ ଆରମ୍ଭ ହୋଇଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିକ୍ରିୟା ମଧ୍ୟ ସାମନାକୁ ଆସିଛି । ମେଣ୍ଟ ନେଇ ଆଲୋଚନା ହୋଇଥିବା ଜୁଏଲ ଓରାମ କହିଛନ୍ତି । wp:html #WATCH | Delhi: On alliance for Lok Sabha elections, BJP MP from Odisha Jual Oram says, "Discussion has taken place on all seats. 21 Lok Sabha and 147 Vidhan Sabha, every seat has been discussed." pic.twitter.com/VP8dI132l2— ANI (@ANI) March 6, 2024 /wp:html ଜୁଏଲ କହିଛନ୍ତି, ‘ବୈଠକରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ସମସ୍ତ ୨୧ ଲୋକସଭା ଏବଂ ସବୁ ବିଧାନସଭା କ୍ଷେତ୍ର ପାଇଁ ଆଲୋଚନା ହୋଇଛି । ମେଣ୍ଟ ନେଇ ମଧ୍ୟ ଆଲୋଚନା ହୋଇଛି । ଚୂଡାନ୍ତ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ୱ ନେବେ ।‘ ଉଲ୍ଲେଖଯୋଗ୍ୟ ଯେ ଆଜି ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୃହ ମନ୍ତ୍ରୀ ଅମିତ୍ ଶାହ ଉପସ୍ଥିତ ଅଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହିତ ରାଜ୍ୟର ବରିଷ୍ଠ ବିଜେପି ନେତା ମଧ୍ୟ ଉପସ୍ଥିତ ଅଛନ୍ତି।
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ କରି ଲଢିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ବୁଧବାର ଦିଲ୍ଲୀରେ ବିଜେପିର କୋର କମିଟି ବୈଠକ ଆରମ୍ଭ ହୋଇଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିକ୍ରିୟା ମଧ୍ୟ ସାମନାକୁ ଆସିଛି । ମେଣ୍ଟ ନେଇ ଆଲୋଚନା ହୋଇଥିବା ଜୁଏଲ ଓରାମ କହିଛନ୍ତି ।
/wp:html#WATCH | Delhi: On alliance for Lok Sabha elections, BJP MP from Odisha Jual Oram says, "Discussion has taken place on all seats. 21 Lok Sabha and 147 Vidhan Sabha, every seat has been discussed." pic.twitter.com/VP8dI132l2— ANI (@ANI) March 6, 2024
ଜୁଏଲ କହିଛନ୍ତି, ‘ବୈଠକରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ସମସ୍ତ ୨୧ ଲୋକସଭା ଏବଂ ସବୁ ବିଧାନସଭା କ୍ଷେତ୍ର ପାଇଁ ଆଲୋଚନା ହୋଇଛି । ମେଣ୍ଟ ନେଇ ମଧ୍ୟ ଆଲୋଚନା ହୋଇଛି । ଚୂଡାନ୍ତ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ୱ ନେବେ ।‘ ଉଲ୍ଲେଖଯୋଗ୍ୟ ଯେ ଆଜି ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୃହ ମନ୍ତ୍ରୀ ଅମିତ୍ ଶାହ ଉପସ୍ଥିତ ଅଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହିତ ରାଜ୍ୟର ବରିଷ୍ଠ ବିଜେପି ନେତା ମଧ୍ୟ ଉପସ୍ଥିତ ଅଛନ୍ତି।