ମେଣ୍ଟ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତିଙ୍କ ପ୍ରତିକ୍ରିୟା, କହିଲେ ଧୈର୍ଯ୍ୟ ଥିଲେ ବିଜୟ ନିଶ୍ଚୟ
ଭୁବନେଶ୍ୱର ୨୨/୦୩: ବିଜେଡି-ବିଜେପି ମେଣ୍ଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯାହାର ଧୈର୍ଯ୍ୟଅଛି ତାହାର ବିଜୟ ହେବ । ଯାହାର ଧୈର୍ଯ୍ୟ ନାହିଁ ସେ ପରାଜୟ ହେବ । ଆକାଶ ପୁରା କ୍ଲିୟର ହେଲାଣି । ଅମିତ ଶାହା ନିଷ୍ପତି ନେଉଛନ୍ତି । ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ସମୟ ଆସିଲେ ସବୁ କିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ରାଜ୍ୟ ସଭାପତି । ସୂଚନା ଥାଉକି, ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବିଜେଡ-ବିଜେପି ମେଣ୍ଟ ସଂପର୍କରେ ଅଧିକ କିଛି ନକହି ଶ୍ରୀ ସାମଲ କହିଥିଲେ ଅମିତ୍ ଶାହ ମେଣ୍ଟ ସଂପର୍କରେ ସୂଚନା ଦେଇ ସାରିଛନ୍ତି । ଯଦି ମେଣ୍ଟ ସଂପର୍କରେ କିଛି ହୁଏ ଜଣାଇ ଦିଆଯିବ । ସୂତ୍ର କିନ୍ତୁ କହୁଛି, ୪ଦିନର ମାରାଥନ ବୈଠକ ପରେ ବିଜେପି ୧୬ ଲୋକସଭା ଆସନ ସହ ପ୍ରାୟ ୧୧୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି । କେନ୍ଦ୍ରୀୟ କମିଟିର ମୋହର ବାଜିବା ପରେ ଦଳ ପକ୍ଷରୁ ତାଲିକା ଜାରି କରିବ ଦଳ । ବିଜେଡି ସହ ବିଜେପି ମେଣ୍ଟ କରି ଭୋଟ ଲଢ଼ିବ କି? ଏ ସସପେନ୍ସରୁ ପର୍ଦ୍ଦା ହଟୁନାହିଁ । ମାତ୍ର କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବୟାନ ମେଣ୍ଟ ଚର୍ଚ୍ଚାକୁ ଭିନ୍ନ ମୋଡ଼ ଦେଇଥିଲା । ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ମେଣ
ଭୁବନେଶ୍ୱର ୨୨/୦୩: ବିଜେଡି-ବିଜେପି ମେଣ୍ଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯାହାର ଧୈର୍ଯ୍ୟଅଛି ତାହାର ବିଜୟ ହେବ । ଯାହାର ଧୈର୍ଯ୍ୟ ନାହିଁ ସେ ପରାଜୟ ହେବ । ଆକାଶ ପୁରା କ୍ଲିୟର ହେଲାଣି । ଅମିତ ଶାହା ନିଷ୍ପତି ନେଉଛନ୍ତି । ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ସମୟ ଆସିଲେ ସବୁ କିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ରାଜ୍ୟ ସଭାପତି ।
ସୂଚନା ଥାଉକି, ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବିଜେଡ-ବିଜେପି ମେଣ୍ଟ ସଂପର୍କରେ ଅଧିକ କିଛି ନକହି ଶ୍ରୀ ସାମଲ କହିଥିଲେ ଅମିତ୍ ଶାହ ମେଣ୍ଟ ସଂପର୍କରେ ସୂଚନା ଦେଇ ସାରିଛନ୍ତି । ଯଦି ମେଣ୍ଟ ସଂପର୍କରେ କିଛି ହୁଏ ଜଣାଇ ଦିଆଯିବ ।
ସୂତ୍ର କିନ୍ତୁ କହୁଛି, ୪ଦିନର ମାରାଥନ ବୈଠକ ପରେ ବିଜେପି ୧୬ ଲୋକସଭା ଆସନ ସହ ପ୍ରାୟ ୧୧୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି । କେନ୍ଦ୍ରୀୟ କମିଟିର ମୋହର ବାଜିବା ପରେ ଦଳ ପକ୍ଷରୁ ତାଲିକା ଜାରି କରିବ ଦଳ । ବିଜେଡି ସହ ବିଜେପି ମେଣ୍ଟ କରି ଭୋଟ ଲଢ଼ିବ କି? ଏ ସସପେନ୍ସରୁ ପର୍ଦ୍ଦା ହଟୁନାହିଁ । ମାତ୍ର କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବୟାନ ମେଣ୍ଟ ଚର୍ଚ୍ଚାକୁ ଭିନ୍ନ ମୋଡ଼ ଦେଇଥିଲା ।
ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ କି ନାହିଁ ସେ ନେଇ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ମାତ୍ର ନୂଆଦିଲ୍ଲୀ ସୂତ୍ରରୁ ଜଣାପଡ଼ିଛି, ବିଜେପି କୋର ଗ୍ରୁପ୍ ୧୬ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମରେ ମୋହର ଲଗାଇଛି । ମୟୂରଭଞ୍ଜ ସମେତ ୫ଟି ଲୋକସଭା ଆସନରେ କିଏ ପ୍ରାର୍ଥୀ ହେବ ତା’କୁ ନେଇ ବିଚାର ବିମର୍ଶ ଜାରି ରହିଛି ।
କେନ୍ଦ୍ର ଅଦିବାସୀ ବ୍ୟାପାର ତଥା ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ପୁଣି ପ୍ରାର୍ଥୀ ହେବେ ନା ନାହିଁ ସ୍ପଷ୍ଟ ହୋଇନି । ସେହିଭଳି ବରଗଡ଼ରୁ ସାଂସଦ ସୁରେଶ ପୂଜାରୀ ଓ କଳାହାଣ୍ଡିରୁ ବସନ୍ତ ପଣ୍ଡାଙ୍କୁ ଦଳ ପୁଣି ପ୍ରାର୍ଥୀ ଭାବେ ଛିଡ଼ା କରାଇବ ନା ନାହିଁ ତାହାର ତର୍ଜମା ମଧ୍ୟ ଚାଲିଛି । ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ନେବ । ଶୁକ୍ରବାର ଏହି ବୈଠକ ହେବାର ସମ୍ଭାବନା ରହିଛି ।
you can also read...
ବିଜେଡି ୨୪ ବର୍ଷ ହେବ ରାଜ୍ୟବାସୀଙ୍କ ସହ ମେଣ୍ଟ କରିସାରିଛି : ସ୍ନେହାଙ୍ଗିନୀ ଛୁରିଆ