ମେଣ୍ଟକୁ ନେଇ ପୁଣି ମୁହଁ ଖୋଲିଲେ ମନମୋହନ

ଭୁବନେଶ୍ୱର,୧୦।୩(ଅସମାପିକା ସାହୁ): ରାଜ୍ୟରେ ଭାଜପା ଏବଂ ବିଜେଡି ମେଣ୍ଟକୁ ନେଇ ସସପେନ୍ସ ଲାଗି ରହିଛ। ଭାଜପା ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ବାରମ୍ବାର ଖାରଜ କରୁଥିବାବେଳେ ବିଜେଡି ନୀରବ ରହିଛି। ଏସବୁ ଭିତରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟକୁ ନେଇ ପୁଣି ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଦିଲ୍ଲୀରୁ ଯେତେବେଳେ ଡାକରା ଆସିବ ସେତେବେଳେ ଯିବୁ। କୌଣସି ବୈଠକ ସ୍ଥିର ହୋଇନାହିଁ। ଡାକରା ଆସିଲେ ଟିମ ଦିଲ୍ଲୀ ଯିବ। ଶୀର୍ଷ ନେତୃତ୍ୱ ନିଷ୍ପତି ନେବେ […] The post ମେଣ୍ଟକୁ ନେଇ ପୁଣି ମୁହଁ ଖୋଲିଲେ ମନମୋହନ appeared first on Dharitri Odia News.

ମେଣ୍ଟକୁ ନେଇ ପୁଣି ମୁହଁ ଖୋଲିଲେ ମନମୋହନ

ଭୁବନେଶ୍ୱର,୧୦।୩(ଅସମାପିକା ସାହୁ): ରାଜ୍ୟରେ ଭାଜପା ଏବଂ ବିଜେଡି ମେଣ୍ଟକୁ ନେଇ ସସପେନ୍ସ ଲାଗି ରହିଛ। ଭାଜପା ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ବାରମ୍ବାର ଖାରଜ କରୁଥିବାବେଳେ ବିଜେଡି ନୀରବ ରହିଛି। ଏସବୁ ଭିତରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟକୁ ନେଇ ପୁଣି ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଦିଲ୍ଲୀରୁ ଯେତେବେଳେ ଡାକରା ଆସିବ ସେତେବେଳେ ଯିବୁ। କୌଣସି ବୈଠକ ସ୍ଥିର ହୋଇନାହିଁ। ଡାକରା ଆସିଲେ ଟିମ ଦିଲ୍ଲୀ ଯିବ। ଶୀର୍ଷ ନେତୃତ୍ୱ ନିଷ୍ପତି ନେବେ କଣ ଆଗକୁ ହେବ।
ଏହାପୂର୍ବରୁ ମଧ୍ୟ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ଖାରଜ କରିଥିଲେ। ମେଣ୍ଟ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ କାର୍ତ୍ତିକ ପାଣ୍ଡିଆନ ଓ ପ୍ରଣବପ୍ରକାଶ ଦାସ ଦିଲ୍ଲୀ ଯାଇ ଫେରିଥିଲେ ମଧ୍ୟ ବିଜେଡି ଏହି ସମ୍ଭାବ୍ୟ ମେଣ୍ଟକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ। ଫଳରେ ମେଣ୍ଟକୁ ନେଇ ସସପେନ୍ସ ଲାଗିରହିଛି।

The post ମେଣ୍ଟକୁ ନେଇ ପୁଣି ମୁହଁ ଖୋଲିଲେ ମନମୋହନ appeared first on Dharitri Odia News.