ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି। ତେବେ ଗତ କିଛିଦିନ ପୂର୍ବରୁ ରାଜ୍ୟରେ ମେଣ୍ଟ ରାଜନୀତି ଜୋର ଧରିଥିଲା। ଭାଜପା ଓ ବିଜେଡି ମେଣ୍ଟ କରିବା ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। ହେଲେ ପରେ ଦୁଇ ଦଳ ଏକାକୀ ଲଢିବା ନେଇ ଘୋଷଣା କରିଥିଲେ। ଆଜି ଏକ ଜାତୀୟ ଗଣମାଧ୍ୟକୁ ସାକ୍ଷାତକାର ନେଇ ମେଣ୍ଟ ସମ୍ପର୍କରେ ବଡ଼ […] The post ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି… appeared first on Dharitri Odia News.

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି। ତେବେ ଗତ କିଛିଦିନ ପୂର୍ବରୁ ରାଜ୍ୟରେ ମେଣ୍ଟ ରାଜନୀତି ଜୋର ଧରିଥିଲା। ଭାଜପା ଓ ବିଜେଡି ମେଣ୍ଟ କରିବା ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। ହେଲେ ପରେ ଦୁଇ ଦଳ ଏକାକୀ ଲଢିବା ନେଇ ଘୋଷଣା କରିଥିଲେ।

ଆଜି ଏକ ଜାତୀୟ ଗଣମାଧ୍ୟକୁ ସାକ୍ଷାତକାର ନେଇ ମେଣ୍ଟ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ଅମିତ ଶାହା। ମେଣ୍ଟ କାହିଁକି ହେଲାନି ବୋଲି ସେ ଖୋଲା ଖୋଲି ଭାବରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଓଡିଶାଭାଜପା କାର୍ଯ୍ୟକର୍ତ୍ତାଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ମୋର ଦୃଢ ବିଶ୍ୱାସ ଥିଲା ଏବଂ ରହିଛି। ଓଡିଶା ଭାଷା, ସଂସ୍କୃତି ଓ ଗୌରବ ପାଇଁ ଭାଜପା ଓଡିଶାରେ ଏକାକୀ ଲଢିବା ପାଇଁ ନିଷ୍ପତ୍ତି ନେଇଛି। ମୋଦିଙ୍କ ନେତୃତ୍ୱରେ ରାଜ୍ୟର ବିକାଶ ପାଇଁ ଦାୟିତ୍ୱ ଦେବାକୁ ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛୁ। ମୋଦି ଯେଉଁଠି ବିଜୟୀ ହୋଇଛନ୍ତି ସେଠି ବିକାଶ ଦ୍ରୁତ ଗତିରେ ହୋଇଛି। ଓଡ଼ିଶାରେ ବି ବିକାଶ ଦ୍ରୁତ ଗତିରେ ହେବ କହିଲେ ଶାହ କହିଛନ୍ତି।

କହିରଖୁଛୁ କି, ମାସେ ପୂର୍ବରୁ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେବା ନେଇ ଯେଉଁ ଆଲୋଚନା ଚାଲିଥିଲା ତାହା ପର ମୂହୁର୍ତ୍ତରେ ବିଫଳ ହୋଇ ଯାଇଥିଲା। ଯାହାପରେ ଦୁଇ ଦଳ ଏକାଠି ଲଢିବା ନେଇ ଘୋଷଣା କରିଥିଲେ। ଆଲୋଚନ ବିଫଳ ହେବା ପରେ ଓଡିଶା ଭାଜପା ସଭାପତି ମନମୋହନ ସାମଲ ଘୋଷଣା କରିଥିଲେ ଯେ, ରାଜ୍ୟବାସୀଙ୍କ ହିତ, ଓଡିଆଙ୍କ ଅସ୍ମିତା ଓ ଗୌରବ ଆଗରେ ବିଜେଡି ସରକାରଙ୍କ ସହ ମେଣ୍ଟ ନେଇ ସହମତି କରିଲୁ ନାହିଁ। ଚଳିତ ନିର୍ବାଚନରେ ଭାଜପା ଏକାକୀ ଲଢିବା ସହ ରାଜ୍ୟରେ ସରକାର ଗଠନ କରିବ।

The post ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି… appeared first on Dharitri Odia News.