ମେଧାବୀ ଛାତ୍ର ସହ ଥିଲେ ଜଣେ ଭଲ କ୍ରିକେଟର, ତଥାପି କାହିଁକି ଆଇଏସ ଖୁରାସାନ ପ୍ରତି ଆକର୍ଷିତ ହେଲେ ଆଇଆଇଟି ଛାତ୍ର ?

ନୂଆଦିଲ୍ଲୀ: ନିକଟରେ ଆସାମ ପୋଲିସ ଆଇଆଇଟି-ଗୌହାଟିର ଛାତ୍ର ତୌସୀଫ ଅଲୀ ଫାରୁକୀଙ୍କୁ ଗିରଫ କରିଛି। ଅଭିଯୋଗ ହୋଇଛି ଯେ, ସେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସରେ ଯୋଗ ଦେବାକୁ ଯାଉଥିଲେ।ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉକ୍ତ ଯୁବକ ଜଣକ ଜଣେ ମେଧାବୀ ଛାତ୍ର। ଖାଲି ସେତିକି ନୁହେଁ ସେ କ୍ରିକେଟ ପ୍ରେମୀ ମଧ୍ୟ। ତେବେ ଆସନ୍ତୁ ଜାଣିବା ଏଭଳି ପାଠ ପଢ଼ା ବୟସରେ ଏଭଳି ମେଧାବୀ ଛାତ୍ର କାହିଁ ଆଇଏସରେ ଯୋଗ ଦେବାକୁ ଚାହୁଥିବା ପଛରେ କ’ଣ ରହିଛି କାରଣ ? ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ।ରିପୋର୍ଟ ଅନୁଯାୟୀ, ତୌସୀଫ ଅଲୀ ଫାରୁକୀର ବୟସ ୨୨ ବର୍ଷ। ସେ ଆଇଆଇଟି ଗୌହାଟୀରେ ବାୟୋ-ଟୋକ୍ନୋଲୋଜୀରେ ଶେଷ ବର୍ଷର ଛାତ୍ର ଥିଲେ। କୁହାଯାଇଛି ଯେ, ଫାରୁକୀ ଲିଙ୍କଇନ୍‌ ଏବଂ ଇମେଲ ପୋଷ୍ଟ ଦ୍ବାରା ଘୋଷଣା କରିଥିଲେ ଯେ, ସେ ଆଇଏସ ଖୁରାସାନରେ ସାମିଲ ହେବାକୁ ଯାଉଛି। ଆଉ ଏହାରି ମଧ୍ୟରେ ଗତ ସପ୍ତାହରେ ଆସାମ ପୋଲିସ ତାଙ୍କୁ ୟୁଏପିଏ ଅନୁଯାୟୀ ଗିରଫ କରିଛି।ମେଧାବୀ ଛାତ୍ର ସହ ଥିଲେ ଭଲ କ୍ରିକେଟର ମଧ୍ୟରିପୋର୍ଟ ଅନୁଯାୟୀ, ତୌସୀଫ ଅଲୀ ଫାରୁକୀ ଦିଲ୍ଲୀର ଚାଣକ୍ୟପୁରୀର ସଂସ୍କୃତି ସ୍କୁଲରେ ପାଠ ପଢ଼ିବା ପରେ ଆଇଆଇଟି ଗୌହାଟୀରେ ଆଡମିଶନ ନେବା ସହ ବାୟୋ-ଟୋକ୍ନୋଲୋଜୀରେ ପଢ଼ୁଥିଲେ। ବଡ଼ କତା ହେଉଛି ଫାରୁକୀ ଜଣେ ମେଧାବୀ ଛାତ୍ର ସହ ଜଣେ ଉତ୍ତମ କ୍ରିକେଟର ମଧ୍ୟ ଥିଲା । ସେ ଜଣେ ଲେଫ୍ଟ ହ୍ୟାଣ୍ଡ ସ୍ପିନର ଭାବରେ ମଧ୍ୟ ଜଣା ।

ମେଧାବୀ ଛାତ୍ର ସହ ଥିଲେ ଜଣେ ଭଲ କ୍ରିକେଟର, ତଥାପି କାହିଁକି ଆଇଏସ ଖୁରାସାନ ପ୍ରତି ଆକର୍ଷିତ ହେଲେ ଆଇଆଇଟି ଛାତ୍ର ?

ନୂଆଦିଲ୍ଲୀ: ନିକଟରେ ଆସାମ ପୋଲିସ ଆଇଆଇଟି-ଗୌହାଟିର ଛାତ୍ର ତୌସୀଫ ଅଲୀ ଫାରୁକୀଙ୍କୁ ଗିରଫ କରିଛି। ଅଭିଯୋଗ ହୋଇଛି ଯେ, ସେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସରେ ଯୋଗ ଦେବାକୁ ଯାଉଥିଲେ।ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉକ୍ତ ଯୁବକ ଜଣକ ଜଣେ ମେଧାବୀ ଛାତ୍ର। ଖାଲି ସେତିକି ନୁହେଁ ସେ କ୍ରିକେଟ ପ୍ରେମୀ ମଧ୍ୟ। ତେବେ ଆସନ୍ତୁ ଜାଣିବା ଏଭଳି ପାଠ ପଢ଼ା ବୟସରେ ଏଭଳି ମେଧାବୀ ଛାତ୍ର କାହିଁ ଆଇଏସରେ ଯୋଗ ଦେବାକୁ ଚାହୁଥିବା ପଛରେ କ’ଣ ରହିଛି କାରଣ ? ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ।

ରିପୋର୍ଟ ଅନୁଯାୟୀ, ତୌସୀଫ ଅଲୀ ଫାରୁକୀର ବୟସ ୨୨ ବର୍ଷ। ସେ ଆଇଆଇଟି ଗୌହାଟୀରେ ବାୟୋ-ଟୋକ୍ନୋଲୋଜୀରେ ଶେଷ ବର୍ଷର ଛାତ୍ର ଥିଲେ। କୁହାଯାଇଛି ଯେ, ଫାରୁକୀ ଲିଙ୍କଇନ୍‌ ଏବଂ ଇମେଲ ପୋଷ୍ଟ ଦ୍ବାରା ଘୋଷଣା କରିଥିଲେ ଯେ, ସେ ଆଇଏସ ଖୁରାସାନରେ ସାମିଲ ହେବାକୁ ଯାଉଛି। ଆଉ ଏହାରି ମଧ୍ୟରେ ଗତ ସପ୍ତାହରେ ଆସାମ ପୋଲିସ ତାଙ୍କୁ ୟୁଏପିଏ ଅନୁଯାୟୀ ଗିରଫ କରିଛି।

ମେଧାବୀ ଛାତ୍ର ସହ ଥିଲେ ଭଲ କ୍ରିକେଟର ମଧ୍ୟ

ରିପୋର୍ଟ ଅନୁଯାୟୀ, ତୌସୀଫ ଅଲୀ ଫାରୁକୀ ଦିଲ୍ଲୀର ଚାଣକ୍ୟପୁରୀର ସଂସ୍କୃତି ସ୍କୁଲରେ ପାଠ ପଢ଼ିବା ପରେ ଆଇଆଇଟି ଗୌହାଟୀରେ ଆଡମିଶନ ନେବା ସହ ବାୟୋ-ଟୋକ୍ନୋଲୋଜୀରେ ପଢ଼ୁଥିଲେ। ବଡ଼ କତା ହେଉଛି ଫାରୁକୀ ଜଣେ ମେଧାବୀ ଛାତ୍ର ସହ ଜଣେ ଉତ୍ତମ କ୍ରିକେଟର ମଧ୍ୟ ଥିଲା । ସେ ଜଣେ ଲେଫ୍ଟ ହ୍ୟାଣ୍ଡ ସ୍ପିନର ଭାବରେ ମଧ୍ୟ ଜଣା । ସେ ଭାରତ କ୍ରିକେଟ ଟିମ୍‌ ପାଇଁ ଖେଳିବାକୁ ଇଚ୍ଛା ରଖିଥିଲା। ତେବେ ଏଭଳି ଜଣେ ମେଧାବୀ ଛାତ୍ର ଆଇଏସକୁ ଯୋଗ ଦେବାକୁ ଚାହୁଥିବା ସମସ୍ତଙ୍କୁ ଚର୍ଚ୍ଚିତ କରିଛି।

ନମାଜ ମଧ୍ୟ କରୁନଥିଲେ ଫାରୁକୀ

ତୌସୀଫ ଅଲୀ ଫାରୁକୀଙ୍କ ପରିବାର ମୂଳତଃ ବିହାରର। ପ୍ରାୟ ୨୦ ବର୍ଷ ତଳେ ସେ ଦିଲ୍ଲୀ ଆସିଥିଲେ। ପରିବାରରେ ତାଙ୍କର ମାତା-ପିତା, ବଡ଼ ଭାଇ ଏବଂ ସାନ ଭଉଣୀ ରହିଛି। ତାଙ୍କ ପରିବାର ଶିକ୍ଷିତ ମଧ୍ୟ। ତେବେ ପରିବାର ଲୋକେ କହିଛନ୍ତି ତାଙ୍କ ପିଲାଦିନ ଅନ୍ୟ ପିଲାଙ୍କ ଭଳି ସାମାନ୍ୟ ଥିଲା। ତାଙ୍କ ସହ ଏଭଳି କିଛି ଘଟଣା ଘଟିନଥିଲା ଯାହା ଦ୍ବାରା ସେ କଟ୍ଟରପନ୍ଥୀ ଆଡ଼କୁ ମୁହାଁଇଥିଲେ। ଅବଶ୍ୟ ତାଙ୍କ ପରିବାର ଲୋକ କହିଛନ୍ତି ଯେ, ତାଙ୍କ ପୁଅର ମାନସିକ ସ୍ଥିତି ଭଲ ନଥିବା କଥା ମଧ୍ୟ କହିଛନ୍ତି।

କୋଭିଡ ସମୟରେ ହୋଇଥିଲା ସ୍ବଭାବରେ ପରିବର୍ତ୍ତନ

ଆହୁରି ମଧ୍ୟ ତାଙ୍କର ପରିବାର ଲୋକେ କହିଛନ୍ତି ଫାରୁକୀଙ୍କ ଖରାପ ମାନସିକ ସ୍ଥିତିର ଲକ୍ଷଣ ପ୍ରଥମ ଥର କୋଭିଡ ସମୟରେ ଦେଖିବାକୁ ମିଳିଥିଲା। ସେ କୋଭିଡ ସମୟରେ ନିଜକୁ ଗୋଟିଏ ଘରେ ବନ୍ଦ କରି ଅଧିକ ସମୟ ଏକୁଟିଆ ରହୁଥଲେ।ଆଉ ସେବେଠାରୁ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଆହୁରି ମଧ୍ୟ ତାଙ୍କ ଭଉଣୀ କହିଛନ୍ତି ତୌସିଫ ମଜହବ ପାଇଁ ମଧ୍ୟ ଆଗ୍ରହ ନଥିଲା। ଏମିତିକି ଶୋଇବାକୁ ଭଲପାଉଥିବା ଫାରୁକୀ ନିଦ ପାଇଁ ନମାଜ ମଧ୍ୟ କରୁନଥିଲେ। ସେ କେବଳ ଶ୍ରେଣୀରେ ପ୍ରଥମ ହେବାକୁ ଚାହୁଥିଲା । ଆଉ ତା’ର କେବଳ ଆଗ୍ରହ ଏଥିରେ ହିଁ ଥିଲା।

ଧୀରେ ଧୀରେ ସେ ମଜହବକୁ ମଧ୍ୟ ଅଣଦେଖା କରିବା ଆରମ୍ଭ କରିଦେଇଥିଲା। ଟିଭି ମଧ୍ୟ ଦେଖିବାକୁ ହରାମ ବୋଲି କହିଥିଲେ। ସେପଟେ ତାଙ୍କ ବଡ଼ ଭାଇ କହିଛନ୍ତି ଆଇଆଇଟିରେ ଯଦି ତାଙ୍କ ସ୍ବଭାବରେ ପରିବର୍ତ୍ତନ ଦେଖଯାଇଥିଲା ତେବେ ତାଙ୍କର କାଉନ୍ସେଲିଂ କରିବା ଦରକାର ଥିଲା। ତାଙ୍କୁ ରୋକିବାର ଥିଲା।