ମେଲବର୍ଣ୍ଣ ଟେଷ୍ଟ, ହାତରେ କଳାପଟି ପିନ୍ଧି ମ୍ୟାଚ ଖେଳୁଛି ଭାରତୀୟ ଟିମ୍‌

ମୁମ୍ବାଇ ୨୭।୧୨ : ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟ ମ୍ୟାଚ୍‌। ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଉଛି ଏହି ମ୍ୟାଚ୍‌ । ଯେଉଁଥିରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୭୪ ରନ୍‌ର ବିଶାଳ ସ୍କୋର କରିଛି । ହେଲେ ଏହି ମ୍ୟାଚ୍‌ରେ ଭାରତୀୟ ଟିମ୍‌ କଳା ବ୍ୟାଚ୍‌ ପିନ୍ଧିଥିବାର ଦେଖିବାକୁ ମିଳିଛି । ଭାରତୀୟ ଟିମ୍‌ କାହିଁକି ୪ର୍ଥ ଟେଷ୍ଟ ମ୍ୟାଚ୍‌ରେ କଳା ବ୍ୟାଚ୍ ପିନ୍ଧିଛି । ଆସନ୍ତୁ ଜାଣିବା...ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ବକ୍ସିଂ ଡେ ଟେଷ୍ଟ ମ୍ୟାଚ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ସମସ୍ତ ଓ୍ୱିକେଟ୍‌ ହରାଇ ୪୭୪ ରନ୍‌ ସଂଗ୍ରହ କରିଛି । ଯେଉଁଥିରେ ଷ୍ଟିଭ୍‌ ସ୍ମିଥ୍‌ ଶତକ ହାସଲ କରିଥିବା ବେଳେ ୫ ଜଣ ବ୍ୟାଟର ଅର୍ଦ୍ଧଶତକ ପୂରଣ କରିଛନ୍ତି । ହେଲେ ଭାରତୀୟ ଟିମ୍‌ ଏହି ମ୍ୟାଚ୍‌ରେ ହାତରେ କଳା ବ୍ୟାଚ୍‌ ପିନ୍ଧି ପଡିଆକୁ ଓହ୍ଲାଇଛି । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ପରେ ଟିମ୍‌ ଇଣ୍ଡିଆ ପକ୍ଷରୁ ଶୋକ ଜାହିର କରାଯାଇଛି । ଏଥିପାଇଁ ପୁରା ଟିମ୍‌ ପକ୍ଷରୁ ହାତରେ କଳା ବ୍ୟାଚ୍‌ ପିନ୍ଧି ପଡିଆକୁ ଓହ୍ଲାଇଛି । ସୂଚନାଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦିଲ୍ଲୀର  ଏମ୍‌ସ ହସ୍ପିଟାଲରେ ଆଖି ବୁଜିଛନ୍ତି ମନମୋହନ ସିଂହ ।୨୦୦୪ରୁ ୨୦୧୪ ଯାଏଁ ୟୁପିଏ ସରକାରର ନେତୃତ୍ୱ ନେଇଥିଲେ ମନମୋହନ ସିଂହ । ଏହାପୂର୍ବ

ମେଲବର୍ଣ୍ଣ ଟେଷ୍ଟ, ହାତରେ କଳାପଟି ପିନ୍ଧି ମ୍ୟାଚ ଖେଳୁଛି ଭାରତୀୟ ଟିମ୍‌

ମୁମ୍ବାଇ ୨୭।୧୨ : ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟ ମ୍ୟାଚ୍‌। ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଉଛି ଏହି ମ୍ୟାଚ୍‌ । ଯେଉଁଥିରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୭୪ ରନ୍‌ର ବିଶାଳ ସ୍କୋର କରିଛି । ହେଲେ ଏହି ମ୍ୟାଚ୍‌ରେ ଭାରତୀୟ ଟିମ୍‌ କଳା ବ୍ୟାଚ୍‌ ପିନ୍ଧିଥିବାର ଦେଖିବାକୁ ମିଳିଛି । ଭାରତୀୟ ଟିମ୍‌ କାହିଁକି ୪ର୍ଥ ଟେଷ୍ଟ ମ୍ୟାଚ୍‌ରେ କଳା ବ୍ୟାଚ୍ ପିନ୍ଧିଛି । ଆସନ୍ତୁ ଜାଣିବା...

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ବକ୍ସିଂ ଡେ ଟେଷ୍ଟ ମ୍ୟାଚ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ସମସ୍ତ ଓ୍ୱିକେଟ୍‌ ହରାଇ ୪୭୪ ରନ୍‌ ସଂଗ୍ରହ କରିଛି । ଯେଉଁଥିରେ ଷ୍ଟିଭ୍‌ ସ୍ମିଥ୍‌ ଶତକ ହାସଲ କରିଥିବା ବେଳେ ୫ ଜଣ ବ୍ୟାଟର ଅର୍ଦ୍ଧଶତକ ପୂରଣ କରିଛନ୍ତି । ହେଲେ ଭାରତୀୟ ଟିମ୍‌ ଏହି ମ୍ୟାଚ୍‌ରେ ହାତରେ କଳା ବ୍ୟାଚ୍‌ ପିନ୍ଧି ପଡିଆକୁ ଓହ୍ଲାଇଛି । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ପରେ ଟିମ୍‌ ଇଣ୍ଡିଆ ପକ୍ଷରୁ ଶୋକ ଜାହିର କରାଯାଇଛି । ଏଥିପାଇଁ ପୁରା ଟିମ୍‌ ପକ୍ଷରୁ ହାତରେ କଳା ବ୍ୟାଚ୍‌ ପିନ୍ଧି ପଡିଆକୁ ଓହ୍ଲାଇଛି । 

ସୂଚନାଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦିଲ୍ଲୀର  ଏମ୍‌ସ ହସ୍ପିଟାଲରେ ଆଖି ବୁଜିଛନ୍ତି ମନମୋହନ ସିଂହ ।୨୦୦୪ରୁ ୨୦୧୪ ଯାଏଁ ୟୁପିଏ ସରକାରର ନେତୃତ୍ୱ ନେଇଥିଲେ ମନମୋହନ ସିଂହ । ଏହାପୂର୍ବରୁ ୧୯୯୧ରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ଦେଶର ଅର୍ଥନୀତି ସୁଧାରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ୨୦୧୧ ବିଶ୍ୱକପ୍‌ରେ ମୋହାଲିରେ ଖେଳାଯାଉଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ରେ ସାମିଲ ହୋଇଥିଲେ ମନମୋହନ ସିଂହ । 

ଶନିବାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ; କେନ୍ଦ୍ର ଡାକିଲା କ୍ୟାବିନେଟ୍ ବୈଠକ