ମେଲୋଡି, ଭସାଣିରେ ଡିଜେ ବନ୍ଦ: କଟକ ପରେ ଏବେ ଭୁବନେଶ୍ୱର 

କନକ ବ୍ୟୁରୋ: ଏଥର ଗଣେଶ ପୂଜାରେ ରାଜଧାନୀରେ ଡିଜେ ବନ୍ଦ, ବଦଳରେ ବାଜିବ ପାରମ୍ପରିକ ବାଦ୍ୟ। ଡିଜେ ଉପରେ କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଛି କଟକଣା। ଭୁବନେଶ୍ବରର ବିଭିନ୍ନ ପୂଜା କମିଟି ସହ ସମନ୍ବୟ ବୈଠକ ହୋଇଛି।  ବିକୃତ ମୂର୍ତ୍ତି ନିର୍ମାଣ କିମ୍ବା ବିକୃତ ପୂଜା କଲେ କାର୍ଯ୍ୟାନୁଷ୍ଠାନର ମଧ୍ୟ ଚେତାବନୀ ଦେଇଛି ପୋଲିସ୍। ଗଣେଶ ପୂଜାରେ ଭୁବନେଶ୍ବର-କଟକରେ ଡିଜେ ବନ୍ଦ ହେବ ବୋଲି କମିଶନରେଟ ପୁଲିସର ନିର୍ଦ୍ଦେଶ ପରେ ଚିନ୍ତାରେ ଡିଜେ ମାଲିକ ।  […] The post ମେଲୋଡି, ଭସାଣିରେ ଡିଜେ ବନ୍ଦ: କଟକ ପରେ ଏବେ ଭୁବନେଶ୍ୱର  first appeared on Kanak News.

ମେଲୋଡି, ଭସାଣିରେ ଡିଜେ ବନ୍ଦ: କଟକ ପରେ ଏବେ ଭୁବନେଶ୍ୱର 

କନକ ବ୍ୟୁରୋ: ଏଥର ଗଣେଶ ପୂଜାରେ ରାଜଧାନୀରେ ଡିଜେ ବନ୍ଦ, ବଦଳରେ ବାଜିବ ପାରମ୍ପରିକ ବାଦ୍ୟ। ଡିଜେ ଉପରେ କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଛି କଟକଣା। ଭୁବନେଶ୍ବରର ବିଭିନ୍ନ ପୂଜା କମିଟି ସହ ସମନ୍ବୟ ବୈଠକ ହୋଇଛି।  ବିକୃତ ମୂର୍ତ୍ତି ନିର୍ମାଣ କିମ୍ବା ବିକୃତ ପୂଜା କଲେ କାର୍ଯ୍ୟାନୁଷ୍ଠାନର ମଧ୍ୟ ଚେତାବନୀ ଦେଇଛି ପୋଲିସ୍।

ଗଣେଶ ପୂଜାରେ ଭୁବନେଶ୍ବର-କଟକରେ ଡିଜେ ବନ୍ଦ ହେବ ବୋଲି କମିଶନରେଟ ପୁଲିସର ନିର୍ଦ୍ଦେଶ ପରେ ଚିନ୍ତାରେ ଡିଜେ ମାଲିକ ।  କାରଣ –ପ୍ରଥମ ପୂଜା ହେଉଛି ଗଣେଶ ପୂଜା  । ଆଉ ଏହାପରଠାରୁ ଡିଜେ କଲ ଅଧିକ ମିଳିବା ଆରମ୍ଭ ହୋଇଥାଏ ।  କିନ୍ତୁ ଏବେ ଡିଜେ ବନ୍ଦ ଘୋଷଣା ପରେ କ୍ଷତି ସହିବେ ବୋଲି କହିଛନ୍ତି ଡିଜେ ମାଲିକ  ।  ଆଉ ସେମାନଙ୍କ ପାଖରେ କାମ କରୁଥିଲା ପିଲା ରୋଜଗାର ହରାଇବା ଆଶଙ୍କା ସୃଷ୍ଟି ହୋଇଛି ।

ଏଥର ସେପେଟମ୍ୱର  ୭ ତାରିଖରେ ଗଣେଶ ପୂଜା ପଡୁଛି । ତେଣୁ ଟ୍ବିନ ସିଟିରେ ଉଭୟ ମେଲୋଡି ଓ ଭସାଣିରେ ବାଜିପାରିବନି ଡିଜେ । କଟକ ପରେ ଭୁବେଶ୍ବରରେ ବି  ଆଜି କମିଶନରେଟ ପୁଲିସ ଓ  ରାଜଧାନୀର ବିଭିନ୍ନ କମିଟି ମଧ୍ୟରେ ବୈଠକ ବସିଥିଲା । ନିଷ୍ପତ୍ତି ଅନୁସାରେ,

-ଡିଜେ ବଦଳରେ ବାଜିବ ପାରମ୍ପରିକ ବାଜା

-ବିକୃତ ମୂର୍ତ୍ତି ଓ ପୂଜା ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ

-ଭସାଣ ଶୋଭାଯାତ୍ରା ପୂର୍ବରୁ  ପୁଲିସ ଅନୁମତି ଜରୁରୀ

-ଗଣେଶ ପୂଜା ପାଇଁ ଜୋରଜବରଦସ୍ତ ଚାନ୍ଦା ଆଦାୟ ବାରଣ

-ଘଟଣା ନଜରକୁ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ

-ପୂଜାକୁ ନିଶାମୁକ୍ତ କରିବା ଉପରେ ଗୁରୁତ୍ବ

-ସିସିଟିଭି ନଜରରେ ରହିବ ଭୁବନେଶ୍ବର

ଗଣେଶ ପୂଜାରେ କଟକ-ଭୁବନେଶ୍ବରରେ ଡିଜେ ବାଜିବନି । ପୂଜା କମିଟି ଏଥିରେ ସହମତି ପ୍ରକାଶ କରିଥିଲେ ବି ଯୁବଗୋଷ୍ଠୀ ଏହାକୁ କେତେ ମାନିବେ ଓ  କମିଶନରେଟ ପୁଲିସ ଏହାକୁ କିଭିଳି ରୋକିବ . ସେ ନେଇ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ-କଟକଣା ସତ୍ତ୍ବେ ବି  ଡିଜେ ବାଜିବାର ନଜିର ରହିଛି ।

The post ମେଲୋଡି, ଭସାଣିରେ ଡିଜେ ବନ୍ଦ: କଟକ ପରେ ଏବେ ଭୁବନେଶ୍ୱର  first appeared on Kanak News.