ମେସିନ ଠିକ୍  ନା ଧାନ ?ମାନକୁ ନେଇ ଅଡୁଆରେ ଚାଷୀ; ବାଧ୍ୟ ହୋଇ ଚାଷୀ କରୁଛି ବୁଝାମଣା

କନକ ବ୍ୟୁରୋ : ମଣ୍ଡିରେ ହଇରାଣ ହେଉଛନ୍ତି ଚାଷୀ । ମାନକୁ ନେଇ ଦ୍ବନ୍ଦ୍ବ ଯୋଗୁଁ  ଦୀର୍ଘଦିନ ଧରି ଅପେକ୍ଷା କରି ମିଲରଙ୍କ ସହ ବୁଝାମଣା କରୁଛନ୍ତି । କନକ ନ୍ୟୁଜ ଟିମ ଖୋର୍ଦ୍ଧାର ପୁବୁସାହି ସମବାୟ ସମିତିରେ ପଂହଚି ଗ୍ରାଉଣ୍ଡଜିରୋରେ ସ୍ଥିତି ଯାଞ୍ଚ କରିଛି । ମେସିନରେ ବର୍ଷା ପୂର୍ବର ଧାନ ଓ ପରର ଧାନ ମାନ ଠିକ ଆସୁନାହିଁ । ଏଭଳି ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି । କଂଗ୍ରେସ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି,କିନ୍ତୁ ସରକାର କହୁଛନ୍ତି ସବୁ ଠିକ୍ ଚାଲିଛି । ଧାନର ମାନ ମାପିବା ପାଇଁ ମେସିନ ଅଛି । କିନ୍ତୁ କୌଣସି ବି ଧାନର ମାନ ଠିକ ଆସୁନାହିଁ । ବର୍ଷା ପୂର୍ବରୁ ଅମଳ ହୋଇଥିବା ଧାନର ମାନ ବି ସେଇ ସମାନ ଅବସ୍ଥା । ମାନ ଠିକ ଆସୁନି,ତେଣୁ ମେସିନ ଠିକ ନା ଧାନ ,ତାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି ।  ଦୀର୍ଘଦିନ ଧରି ମଣ୍ଡିରେ ଧାନ ପଡିରହିବା ପରେ ଚାଷୀ ବାଧ୍ୟ ହେଉଛି  ମିଲରଙ୍କ ସହ ବୁଝାମଣା କରିବାକୁ ବାଧ୍ୟ ହେଉଛି ଚାଷୀ । କଟନୀ ଛଟନୀ ପାଇଁ ସହମତି ପ୍ରକାଶ ପ୍ରକାଶ କରୁଛନ୍ତି । ସରକାର କହୁଛନ୍ତି ସବୁ ଧାନ ନିଆଯିବ ।  ସେପଟେ କହୁଛନ୍ତି ମାନ ଠିକ ରହିବା ଦରକାର । ଏହି ଦୋ ମୁହାଁ ନୀତି ଯୋଗୁଁ ଚାଷୀ ହଇରାଣରେ ପଡୁଛନ୍ତି । କେବଳ ଖୋର୍ଦ୍ଦାର ପୁବୁସାହି ନୁହେଁ ରାଜ୍ୟର ବିଭିନ୍ନ ସମବାୟ ସମିତିରେ ସେହି ଏକା ଅବସ୍ଥା ସୃଷ୍ଟି ହୋଇଛି।  ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ଦଳ

ମେସିନ ଠିକ୍  ନା ଧାନ ?ମାନକୁ ନେଇ ଅଡୁଆରେ ଚାଷୀ; ବାଧ୍ୟ ହୋଇ ଚାଷୀ କରୁଛି ବୁଝାମଣା

କନକ ବ୍ୟୁରୋ : ମଣ୍ଡିରେ ହଇରାଣ ହେଉଛନ୍ତି ଚାଷୀ । ମାନକୁ ନେଇ ଦ୍ବନ୍ଦ୍ବ ଯୋଗୁଁ  ଦୀର୍ଘଦିନ ଧରି ଅପେକ୍ଷା କରି ମିଲରଙ୍କ ସହ ବୁଝାମଣା କରୁଛନ୍ତି । କନକ ନ୍ୟୁଜ ଟିମ ଖୋର୍ଦ୍ଧାର ପୁବୁସାହି ସମବାୟ ସମିତିରେ ପଂହଚି ଗ୍ରାଉଣ୍ଡଜିରୋରେ ସ୍ଥିତି ଯାଞ୍ଚ କରିଛି । ମେସିନରେ ବର୍ଷା ପୂର୍ବର ଧାନ ଓ ପରର ଧାନ ମାନ ଠିକ ଆସୁନାହିଁ । ଏଭଳି ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି । କଂଗ୍ରେସ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି,କିନ୍ତୁ ସରକାର କହୁଛନ୍ତି ସବୁ ଠିକ୍ ଚାଲିଛି ।

ଧାନର ମାନ ମାପିବା ପାଇଁ ମେସିନ ଅଛି । କିନ୍ତୁ କୌଣସି ବି ଧାନର ମାନ ଠିକ ଆସୁନାହିଁ । ବର୍ଷା ପୂର୍ବରୁ ଅମଳ ହୋଇଥିବା ଧାନର ମାନ ବି ସେଇ ସମାନ ଅବସ୍ଥା । ମାନ ଠିକ ଆସୁନି,ତେଣୁ ମେସିନ ଠିକ ନା ଧାନ ,ତାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି ।  ଦୀର୍ଘଦିନ ଧରି ମଣ୍ଡିରେ ଧାନ ପଡିରହିବା ପରେ ଚାଷୀ ବାଧ୍ୟ ହେଉଛି  ମିଲରଙ୍କ ସହ ବୁଝାମଣା କରିବାକୁ ବାଧ୍ୟ ହେଉଛି ଚାଷୀ । କଟନୀ ଛଟନୀ ପାଇଁ ସହମତି ପ୍ରକାଶ ପ୍ରକାଶ କରୁଛନ୍ତି । ସରକାର କହୁଛନ୍ତି ସବୁ ଧାନ ନିଆଯିବ ।  ସେପଟେ କହୁଛନ୍ତି ମାନ ଠିକ ରହିବା ଦରକାର । ଏହି ଦୋ ମୁହାଁ ନୀତି ଯୋଗୁଁ ଚାଷୀ ହଇରାଣରେ ପଡୁଛନ୍ତି । କେବଳ ଖୋର୍ଦ୍ଦାର ପୁବୁସାହି ନୁହେଁ ରାଜ୍ୟର ବିଭିନ୍ନ ସମବାୟ ସମିତିରେ ସେହି ଏକା ଅବସ୍ଥା ସୃଷ୍ଟି ହୋଇଛି। 

ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ଦଳ କହିଛି, କୌଣସି ଜିଲ୍ଲାକୁ କେଉଁ ମାନର ଧାନ ନେବେ ସେ ନେଇ ନିର୍ଦ୍ଦେଶ ଦେଇନାହାନ୍ତି । ଧାନ ଉଠୁନାହିଁ,କଟନୀ ଛଟନୀ ବନ୍ଦ ହୋଇ ପାରୁନି ।  କଂଗ୍ରେସ ଆନ୍ଦୋଳନ ପାଇଁ ଚେତବନୀ ଦେଇଛି ।  ଯୋଗାଣ ମନ୍ତ୍ରୀ କହିଛନ୍ତି,  ଏଫଏକ୍ୟୁ ଧାନରେ କୌଣସି କମ୍ପରମାଇଜ ହେବ ନାହିଁ । କଟନୀଛଟନୀ ହେଉଥିବା ଜାଗା ମଧ୍ୟ ସିଲ କରାଯାଉଛି । ଭଲ ଧାନ ଆଣନ୍ତୁ ଭଲ ପଇସା ନିଅନ୍ତୁ । 

ମଣ୍ଡିକୁ ନେଇ ସାରା ରାଜ୍ୟରେ ଚାଷୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖାଦେଇଛି । ସରକାର କହୁଛନ୍ତି, ମଣ୍ଡି ଜଗିବାକୁ ଲୋକ ଅଛନ୍ତି । କିନ୍ତୁ କୌଣସି ଲୋକର ଦେଖାନାହିଁ । ମଣ୍ଡି ଅବ୍ୟବସ୍ଥାର କେବେ ଅନ୍ତ ହେବ, ତାକୁ ନେଇ ଅସନ୍ତୋଷ ଦେଖାଦେଇଛି ।