ମେସେଜିଂ ଆପ୍ WhatsAppର କାର୍ଯ୍ୟାନୁଷ୍ଠାନ; ଭାରତରେ ୬୬ ଲକ୍ଷ ଆକାଉଣ୍ଟ ବ୍ୟାନ୍
ନୂଆଦିଲ୍ଲୀ: ଭାରତରେ WhatsAppର ବଡ଼ କାର୍ଯ୍ୟାନୁଷ୍ଠାନ । ମୂଳ କମ୍ପାନି ମେଟା ଦ୍ବାରା ପରଚାଳିତ ହେଉଥିବା ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟ୍ସଆପ୍ ୬୬ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍ କରିଛି । ସେହିପରି ୧୨, ୫୫,୦୦୦ ଆକାଉଣ୍ଟକୁ ବ୍ଲକ୍ କରିଛି କମ୍ପାନି । ନିୟମ ଉଲ୍ଲଂଘନ ଅଭିଯୋଗରେ ହ୍ବାଟ୍ସଆପ୍ ଏଭଳି ଆକ୍ସନ ନେଇଥିବା ସୂଚନା ରହିଛି । ଗତ ମେ’ ମାସରେ ଏହି ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହ୍ବାଟ୍ସଆପ୍ ଭାରତରେ ୬୬ ଲକ୍ଷ ୨୦ ହଜାର ଆକାଉଣ୍ଟ ବ୍ୟାନ୍ କରିଛି । ଭାରତ ସରକାରଙ୍କ ଆଇଟି ନିୟମ ଅନୁସାରେ କମ୍ପାନିକୁ ପ୍ରତି ମାସ ରିପୋର୍ଟ ଦେବାକୁ ପଡ଼ୁଛି । ଏହି ରିପୋର୍ଟରେ ହ୍ବାଟ୍ସଆପ୍ ଦାବି କରିଛି ଯେ, ଅନେକ ଆକାଉଣ୍ଟ ଉପରେ କମ୍ପାନି ଆକ୍ସନ ନେଇଛି । ହ୍ବାଟ୍ସଆପକୁ ୧୩ ହଜାର ଅଭିଯୋଗ ମିଳିଥିବା ବେଳେ କମ୍ପାନି କେବଳ ୩୧ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାରତରେ ହ୍ବାଟ୍ସଆପରେ ୫୫୦ ମିଲିୟନରୁ ଅଧିକ ୟୁଜର୍ସ ରହିଛନ୍ତି । ହ୍ବାଟ୍ସଆପକୁ ଯଦି କୌଣସି ପ୍ରକାର ଅଭିଯୋଗ ମିଳେ ତେବେ କମ୍ପାନି ତା’ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥାଏ । କିନ୍ତୁ ହ୍ବାଟ୍ସଆପ୍ କେବଳ ଯେ ଆକାଉଣ୍ଟ ବ୍ୟାନ୍ କରିବ ତା’ ନୁହେଁ ଅନ୍ୟ ଉପାୟରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ଏହି ଭଳି ଏପ୍ରିଲ ମାସରେ ୭୧ ଲକ୍ଷ ଆକାଉଣ୍ଟ ବିରୋଧରେ ହ୍ବାଟ୍ସଆପ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ମିଳିଥିବା ସ
ନୂଆଦିଲ୍ଲୀ: ଭାରତରେ WhatsAppର ବଡ଼ କାର୍ଯ୍ୟାନୁଷ୍ଠାନ । ମୂଳ କମ୍ପାନି ମେଟା ଦ୍ବାରା ପରଚାଳିତ ହେଉଥିବା ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟ୍ସଆପ୍ ୬୬ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍ କରିଛି । ସେହିପରି ୧୨, ୫୫,୦୦୦ ଆକାଉଣ୍ଟକୁ ବ୍ଲକ୍ କରିଛି କମ୍ପାନି । ନିୟମ ଉଲ୍ଲଂଘନ ଅଭିଯୋଗରେ ହ୍ବାଟ୍ସଆପ୍ ଏଭଳି ଆକ୍ସନ ନେଇଥିବା ସୂଚନା ରହିଛି । ଗତ ମେ’ ମାସରେ ଏହି ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ହ୍ବାଟ୍ସଆପ୍ ଭାରତରେ ୬୬ ଲକ୍ଷ ୨୦ ହଜାର ଆକାଉଣ୍ଟ ବ୍ୟାନ୍ କରିଛି । ଭାରତ ସରକାରଙ୍କ ଆଇଟି ନିୟମ ଅନୁସାରେ କମ୍ପାନିକୁ ପ୍ରତି ମାସ ରିପୋର୍ଟ ଦେବାକୁ ପଡ଼ୁଛି । ଏହି ରିପୋର୍ଟରେ ହ୍ବାଟ୍ସଆପ୍ ଦାବି କରିଛି ଯେ, ଅନେକ ଆକାଉଣ୍ଟ ଉପରେ କମ୍ପାନି ଆକ୍ସନ ନେଇଛି । ହ୍ବାଟ୍ସଆପକୁ ୧୩ ହଜାର ଅଭିଯୋଗ ମିଳିଥିବା ବେଳେ କମ୍ପାନି କେବଳ ୩୧ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଭାରତରେ ହ୍ବାଟ୍ସଆପରେ ୫୫୦ ମିଲିୟନରୁ ଅଧିକ ୟୁଜର୍ସ ରହିଛନ୍ତି । ହ୍ବାଟ୍ସଆପକୁ ଯଦି କୌଣସି ପ୍ରକାର ଅଭିଯୋଗ ମିଳେ ତେବେ କମ୍ପାନି ତା’ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥାଏ । କିନ୍ତୁ ହ୍ବାଟ୍ସଆପ୍ କେବଳ ଯେ ଆକାଉଣ୍ଟ ବ୍ୟାନ୍ କରିବ ତା’ ନୁହେଁ ଅନ୍ୟ ଉପାୟରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ଏହି ଭଳି ଏପ୍ରିଲ ମାସରେ ୭୧ ଲକ୍ଷ ଆକାଉଣ୍ଟ ବିରୋଧରେ ହ୍ବାଟ୍ସଆପ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।
ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ମାସରେ ହ୍ବାଟ୍ସଆପକୁ ୧୦,୫୫୪ଟି ଅଭିଯୋଗ ଆସିଥିଲା । ତେବେ ହ୍ବାଟ୍ସଆପ୍ ପକ୍ଷରୁ କୁହାଯାଇଛି ଯେ, ୟୁଜର୍ସଙ୍କୁ ମଧ୍ୟ ଆକାଉଣ୍ଟ ବ୍ୟାନ୍ କରିବା ଲାଗି ସ୍ବତନ୍ତ୍ର ସୁବିଧା ଦିଆଯାଇଛି । ସେମାନେ ଚାହିଁଲେ ନିଜେ ଆକାଉଣ୍ଟ ବନ୍ଦ କରିପାରିବେ ।