ମେସ୍‌ ଭିତରୁ ମିଳିଲା ଇଂଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ;ରାତିରେ ଫୋନ୍‌ରେ ଝଗଡ଼ା କରୁଥିବା କହିଲେ ସହପାଠୀ

କନକ ବ୍ୟୁରୋ: ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାରିପଦା ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ଅଞ୍ଚଳରେ ଥିବା ଏକ ମେସ୍ ରୁମ୍ ଭିତରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣଙ୍କ ଲକ୍ଷ୍ମୀପୋଷି ସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜ୍‌ରେ ପାଠ ପଢୁଥିଲେ । ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନଥିବା ବେଳେ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଗତକାଲି ସନ୍ଧ୍ୟାରେ ପୁଅ ସହ ଶେଷଥର ପାଇଁ କଥା ହୋଇଥିବା ବାପା କହିଛନ୍ତି । ଫୋନ୍‌ରେ ବାଲାନ୍ସ ସରିଯାଇଥିବାରୁ ସାଙ୍ଗ ଫୋନ୍‌ରୁ ବାପାଙ୍କ ସହ କଥା ହୋଇଥିଲେ । ସେପଟେ ଗତାକାଲି ରାତିରେ ଫୋନ୍‌ରେ ଝଗଡ଼ା କରୁଥିବା କହିଛନ୍ତି ସହପାଠୀ । 