ମୋ ଗୁରୁ ହେଉଛି ଓଡ଼ିଶାର, ତାଙ୍କ ପାଇଁ ମୁଁ ଆଜି ସଫଳ: ଇସ୍ରୋ ଅଧ୍ୟକ୍ଷ

କଟକ: ଇସ୍ରୋ ଅଧ୍ୟକ୍ଷ ଡ. ଭି ନାରାୟଣନଙ୍କ ଗୁରୁ ହେଉଛନ୍ତି ଓଡିଶାର।  ଇସ୍ରୋ ଅଧକ୍ଷ ନିଜ ସଫଳତା ପାଇଁ ଓଡିଶାର ବୈଜ୍ଞାନିକ ଡକ୍ଟର ସୁନୀଲ ସଡଙ୍ଗୀଙ୍କୁ ସମ୍ପୂର୍ଣ ଶ୍ରେୟ ଦେଇଛନ୍ତି । ଆଜି ରକେଟରେ  ବ୍ୟବହାର ହେଉଥିବା cryogenic ଟେକ୍ନୋଲୋଜି ସେ ତାଙ୍କ ଠାରୁ ଶିଖିଥିବା କହିଛନ୍ତି। ଆଇଟି ଖଡ଼ଗପୁରରେ ପ୍ରଫେସର ସୁନୀଲ ଷଡଙ୍ଗୀଙ୍କ ଶିଷ୍ୟ ଥିଲେ ଭି ନାରାୟଣ ବର୍ତ୍ତମାନର ଇସ୍ରୋ ଅଧକ୍ଷ। ଇସ୍ରୋ ଅଧ୍ୟକ୍ଷ କହିଛନ୍ତି, ତାଙ୍କ ଠାରୁ ଏହି ଜ୍ଞାନକୌଶଳ ଶିଖି ସେ ଥେସିସ ପ୍ରସ୍ତୁତ କରିଥିଲେ , ଯାହାକି ବର୍ତ୍ତମାନ ସବୁ ରକେଟ୍‌ରେ ବ୍ୟବହାର ହେଉଛି । ଆଜି କଟକ ଗସ୍ତରେ ସେ ନିଜ ଗୁରୁଙ୍କୁ ବହୁତ ପ୍ରଶଂସା କରିବା ସହ ତାଙ୍କ ଠାରୁ ସବୁ କିଛି ଶିଖିଥିବା କହିଛନ୍ତି । ନିଜ ଅଭିଭାଷଣରେ ମଧ୍ୟ ସେ ସୁନୀଲ ସଡଙ୍ଗୀଙ୍କ ଧନ୍ୟବାଦ ଦେବା ପାଇଁ ଭୁଲିନଥିଲେ।  ଭି ନାରାୟଣ ସ୍ଵାମୀ ଚଳିତ ବର୍ଷ ଜାନୁଆରୀ ୧୪ ତାରିଖରେ ଇସ୍ରୋର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ଏଥିସହ ମହାକାଶ ବିଭାଗର ସଚିବ ଭାବରେ କାର୍ଯ୍ୟ କରୁଛନ୍ତି।  ସେ ୨୩ ଜାନୁଆରୀ ୨୦୧୮ ରୁ ୧୪ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ତରଳ ପ୍ରପଲ୍ସନ୍ ସିଷ୍ଟମ୍ସ ସେଣ୍ଟର (LPSC)ର ନିର୍ଦ୍ଦେଶକ ଥିଲେ। ସେ ଗଗନଯାନ ଏବଂ ଚନ୍ଦ୍ରାୟନ-୪ ମିଶନ ସମେତ ଆଗାମୀ ବିଭିନ୍ନ କାର୍ଯ୍ୟକ୍ରମର ବିକାଶ ଏବଂ ଆଗାମୀ ବର୍ଷଗୁଡ଼ିକରେ ଭାରତର ପ୍ରଥମ ମହାକାଶ ଷ୍ଟେସନର ପ୍ରକ୍ଷେପଣ ସମୟରେ ସଂଗଠନର ନେତୃତ୍ୱ ନେବେ।

ମୋ ଗୁରୁ ହେଉଛି ଓଡ଼ିଶାର, ତାଙ୍କ ପାଇଁ ମୁଁ ଆଜି ସଫଳ: ଇସ୍ରୋ ଅଧ୍ୟକ୍ଷ

କଟକ: ଇସ୍ରୋ ଅଧ୍ୟକ୍ଷ ଡ. ଭି ନାରାୟଣନଙ୍କ ଗୁରୁ ହେଉଛନ୍ତି ଓଡିଶାର।  ଇସ୍ରୋ ଅଧକ୍ଷ ନିଜ ସଫଳତା ପାଇଁ ଓଡିଶାର ବୈଜ୍ଞାନିକ ଡକ୍ଟର ସୁନୀଲ ସଡଙ୍ଗୀଙ୍କୁ ସମ୍ପୂର୍ଣ ଶ୍ରେୟ ଦେଇଛନ୍ତି । ଆଜି ରକେଟରେ  ବ୍ୟବହାର ହେଉଥିବା cryogenic ଟେକ୍ନୋଲୋଜି ସେ ତାଙ୍କ ଠାରୁ ଶିଖିଥିବା କହିଛନ୍ତି। ଆଇଟି ଖଡ଼ଗପୁରରେ ପ୍ରଫେସର ସୁନୀଲ ଷଡଙ୍ଗୀଙ୍କ ଶିଷ୍ୟ ଥିଲେ ଭି ନାରାୟଣ ବର୍ତ୍ତମାନର ଇସ୍ରୋ ଅଧକ୍ଷ। 

ଇସ୍ରୋ ଅଧ୍ୟକ୍ଷ କହିଛନ୍ତି, ତାଙ୍କ ଠାରୁ ଏହି ଜ୍ଞାନକୌଶଳ ଶିଖି ସେ ଥେସିସ ପ୍ରସ୍ତୁତ କରିଥିଲେ , ଯାହାକି ବର୍ତ୍ତମାନ ସବୁ ରକେଟ୍‌ରେ ବ୍ୟବହାର ହେଉଛି । ଆଜି କଟକ ଗସ୍ତରେ ସେ ନିଜ ଗୁରୁଙ୍କୁ ବହୁତ ପ୍ରଶଂସା କରିବା ସହ ତାଙ୍କ ଠାରୁ ସବୁ କିଛି ଶିଖିଥିବା କହିଛନ୍ତି । ନିଜ ଅଭିଭାଷଣରେ ମଧ୍ୟ ସେ ସୁନୀଲ ସଡଙ୍ଗୀଙ୍କ ଧନ୍ୟବାଦ ଦେବା ପାଇଁ ଭୁଲିନଥିଲେ। 


 ଭି ନାରାୟଣ ସ୍ଵାମୀ ଚଳିତ ବର୍ଷ ଜାନୁଆରୀ ୧୪ ତାରିଖରେ ଇସ୍ରୋର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ଏଥିସହ ମହାକାଶ ବିଭାଗର ସଚିବ ଭାବରେ କାର୍ଯ୍ୟ କରୁଛନ୍ତି।  ସେ ୨୩ ଜାନୁଆରୀ ୨୦୧୮ ରୁ ୧୪ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ତରଳ ପ୍ରପଲ୍ସନ୍ ସିଷ୍ଟମ୍ସ ସେଣ୍ଟର (LPSC)ର ନିର୍ଦ୍ଦେଶକ ଥିଲେ। ସେ ଗଗନଯାନ ଏବଂ ଚନ୍ଦ୍ରାୟନ-୪ ମିଶନ ସମେତ ଆଗାମୀ ବିଭିନ୍ନ କାର୍ଯ୍ୟକ୍ରମର ବିକାଶ ଏବଂ ଆଗାମୀ ବର୍ଷଗୁଡ଼ିକରେ ଭାରତର ପ୍ରଥମ ମହାକାଶ ଷ୍ଟେସନର ପ୍ରକ୍ଷେପଣ ସମୟରେ ସଂଗଠନର ନେତୃତ୍ୱ ନେବେ।