ମୋବାଇଲ୍‌କୁ ଆସୁଛି ନକଲି ଇ-ଚାଲାଣ, ସତର୍କ କରାଇଲା ପରିବହନ ବିଭାଗ

ଭୁବନେଶ୍ୱର : ଲୋକଙ୍କୁ ଠକିବାକୁ ନୂଆ ଯୋଜନା କରିଛନ୍ତି ସାଇବର୍ ଠକ। ଇ-ଚାଲାଣ ପୈଠ ପାଇଁ ଏକ ନକଲି ୱେବ୍‌ସାଇଟ୍ ଖୋଲି ଲୋକଙ୍କୁ ଚୂନ ମାରୁଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ପରିବହନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। ଏ ସଂପର୍କରେ ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦିଆଯିବା ସହ ସଚେତନତା ସୃଷ୍ଟି କରାଯାଇଛି। ଟ୍ରାଫିକ ଇ- ଚାଲାଣକୁ ନେଇ ନୂଆ ଠକେଇ ସାମ୍ନାକୁ ଆସୁଛି, ସମସ୍ତ ଜନସାଧାରଣ ସତର୍କ ରହିବାକୁ […]

ମୋବାଇଲ୍‌କୁ ଆସୁଛି ନକଲି ଇ-ଚାଲାଣ, ସତର୍କ କରାଇଲା ପରିବହନ ବିଭାଗ
Fake e-challans coming to mobile

ଭୁବନେଶ୍ୱର : ଲୋକଙ୍କୁ ଠକିବାକୁ ନୂଆ ଯୋଜନା କରିଛନ୍ତି ସାଇବର୍ ଠକ। ଇ-ଚାଲାଣ ପୈଠ ପାଇଁ ଏକ ନକଲି ୱେବ୍‌ସାଇଟ୍ ଖୋଲି ଲୋକଙ୍କୁ ଚୂନ ମାରୁଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ପରିବହନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। ଏ ସଂପର୍କରେ ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦିଆଯିବା ସହ ସଚେତନତା ସୃଷ୍ଟି କରାଯାଇଛି।


ସୂଚନାନୁଯାୟୀ, ଠକ ଏବେ ଲୋକଙ୍କ ମୋବାଇଲ୍‌କୁ ମେସେଜ୍‌ କରୁଛନ୍ତି। ସେଥିରେ ଦର୍ଶାଯାଉଛି ଯେ ଆପଣଙ୍କ ଗାଡ଼ି ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରିଥିବାରୁ ୫୦୦ ଟଙ୍କାର ଚାଲାଣ କଟା ଯାଇଛି। ଅନଲାଇନ ମାଧ୍ୟମରେ ଚାଲାଣ ପୈଠ କରିବା ପାଇଁ http://echallanparivahan.in/ ଲିଙ୍କରେ କ୍ଲିକ କରନ୍ତୁ, ନଚେତ ଆରଟିଓ ଅଫିସ ସହିତ ଯୋଗାଯୋଗ କରନ୍ତୁ। ତେବେ ଯେଉଁମାନେ ଆଗପଛ ବିଚାର ନ କରି ଏହି ଲିଙ୍କ୍‌ ଖୋଲୁଛନ୍ତି, ସେମାନେ ଠକେଇର ଶିକାର ହେଉଛନ୍ତି। ପରିବହନ ବିଭାଗର ୱେବ୍‌ସାଇଟ୍‌ ଭଳି ଅବିକଳ ଦେଖାଯାଉଥିବାରୁ ସାଧାରଣ ଲୋ‌କେ ସାଇବର୍‌ ଠକଙ୍କ କରାମତିକୁ ସହଜ‌ରେ ଠଉରାଇ ପାରୁନାହାନ୍ତି।

ଟ୍ରାଫିକ ଇ- ଚାଲାଣକୁ ନେଇ ଏଭଳି ନୂଆ ଠକେଇ ସାମ୍ନାକୁ ଆସିବା ପରେ ଏଥିରେ ରୋକ୍‌ ଲଗାଇବା ପାଇଁ ଜନସାଧାରଣ ସତର୍କ ରହିବାକୁ ପରିବହନ ବିଭାଗ ସଚେତନ କରିଛି। କୌଣସି ଲିଙ୍କ୍ ଉପରେ କ୍ଲିକ୍ କରିବା ପୂର୍ବରୁ ତାହାକୁ ଠିକ୍ ଭାବେ ପରଖିବାକୁ କୁହାଯାଇଛି। ସାଇବର ଠକ ପଠାଉଥିବା http://echallanparivahan.in/ ଲିଙ୍କଟି ବିଭାଗର ନୁହଁ ବୋଲି ବିଭାଗ ସ୍ପଷ୍ଟ କରିଛି। ବିଭାଗର ୱେବ୍‌ସାଇଟ୍‌ ଲିଙ୍କ୍‌ http://echallan.parivahan.gov.in/ ବୋଲି ‘ଏକ୍ସ’ରେ ସୂଚନା ଦିଆଯାଇଛି।