ମେୟର ନିର୍ବାଚନ: ସାମ୍ନାକୁ ଆସିଲା ହେରଫେର ବେଳର ଭିଡିଓ

ଆପ ଓ କଂଗ୍ରେସ ପାଖରେ ୨୦ଟି ଭୋଟ ଥିବା ବେଳେ ବିଜେପି ୧୬ ଖଣ୍ଡ ଭୋଟ ରହିଥିଲା। କିନ୍ତୁ ଦୁଇ ଦଳର ୮ ଖଣ୍ଡ ଭୋଟକୁ ପ୍ରିଜାଇଡିଂ ଅଫିସର ନାକଚ କରି ଦେବାରୁ ବିଜେପି ମେୟର ନିର୍ବାଚନ ଜିତିଛି।

ମେୟର ନିର୍ବାଚନ: ସାମ୍ନାକୁ ଆସିଲା ହେରଫେର ବେଳର ଭିଡିଓ

ସଂଖ୍ୟା ନଥାଇ ବି ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜୟୀ ହୋଇଛି ବିଜେପି। ଆପ ଓ କଂଗ୍ରେସ ମିଳିତ ଭାବେ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ଶେଷ ମୁହୂର୍ତ୍ତରେ ବାଜି ମାରି ନେଇଛି।

ଆପ ଓ କଂଗ୍ରେସ ପାଖରେ ୨୦ଟି ଭୋଟ ଥିବା ବେଳେ ବିଜେପି ୧୬ ଖଣ୍ଡ ଭୋଟ ରହିଥିଲା। କିନ୍ତୁ ଦୁଇ ଦଳର ୮ ଖଣ୍ଡ ଭୋଟକୁ ପ୍ରିଜାଇଡିଂ ଅଫିସର ନାକଚ କରି ଦେବାରୁ ବିଜେପି ମେୟର ନିର୍ବାଚନ ଜିତିଛି।

ତେବେ ଆପ୍‌ ଓ କଂଗ୍ରେସ ପ୍ରିଜାଇଡିଂ ଅଫିସରଙ୍କ ବିରୋଧରେ ହେରଫେର ଅଭିଯୋଗ ଆଣିଛନ୍ତି। ଏଥିସହ ପ୍ରିଜାଇଡିଂ ଅଫିସର ଅନୀଲ ବାଲଟ ପେପରରେ ହେରଫେର କରିବା ବେଳର ଗୋଟିଏ ତଥାକଥିତ ଭିଡିଓ ମଧ୍ୟ ଆପ ଓ କଂଗ୍ରେସ ପକ୍ଷରୁ ଜାରି କରାଯାଇଛି।

ଆପ ଓ କଂଗ୍ରେସ କହିଛନ୍ତି ଯେ ପ୍ରିଜାଇଡିଂ ଅଫିସର ଅନୀଲ ବିଜେପି ନିର୍ଦ୍ଦେଶରେ କାମ କରୁଛନ୍ତି। ମେୟର ନିର୍ବାଚନ ଜାନୁଆରୀ ୧୮ରେ ହେବାକୁ ଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ ବାହାନା ଦେଖାଇ ଅନୀଲ ଏହାକୁ ଫେବୃଆରୀ ୬କୁ ଘୁଞ୍ଚାଇ ଦେଇଥିଲେ। କିନ୍ତୁ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ଯୋଗୁ ମଙ୍ଗଳବାର ମେୟର ନିର୍ବାଚନ ଅନୁଷ୍ଠିତ ହୋଇଛି।

ଏବେ ଆପ୍‌ ଓ କଂଗ୍ରେସର ନିଶ୍ଚିତ ବିଜୟକୁ ରୋକିବା ପାଇଁ ଅନୀଲ ୮ ଖଣ୍ଡ ଭୋଟକୁ ଜାଣିଶୁଣି ନାକଚ କରିଦେଇଥିବା କୁହାଯାଉଛି। ହେରଫେର ବେଳର ଭିଡିଓ ଶେୟାର କରି ପଞ୍ଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ରାଜା ୱାର୍ଣ୍ଣିଂ ଅଭିଯୋଗ କରିଛନ୍ତି ଯେ “ବିଜେପି ଗଣତନ୍ତ୍ରକୁ ହତ୍ୟା କରିଛି। ସାମ୍ନାକୁ ଆସିଥିବା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ପ୍ରିଜାଇଡିଂ ଅଫିସର ବାଲଟ ପେପରରେ ହେରଫେର କରିଛନ୍ତି।

ବିଜେପି କେବଳ ଦୁର୍ନୀତି ଗ୍ରସ୍ତ ନୁହେଁ। ଗଣତନ୍ତ୍ରର ହତ୍ୟାକାରୀ। ସେମାନେ ବେଶ ସ୍ୱାଭାବିକ ଭାବେ ବାହୁବଳ, ଏଜେନ୍ସି, ଟଙ୍କା, ଚାପ ଓ ଅଫିସରଙ୍କୁ ବ୍ୟବହାର କରୁଛନ୍ତି।