ମେୟରଙ୍କ ବିପି ମାପିଲେ ମନ୍ତ୍ରୀ, ସ୍ବାସ୍ଥ୍ୟ ପରୀକ୍ଷା କରି ଦେଲେ ଟିପ୍ସ
ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସ୍ୱାସ୍ଥ୍ୟ ଉପସ୍ଥିତ ଡାକ୍ତର ପରୀକ୍ଷା କରିଥିଲେ। ପରେ ପରେ ମନ୍ତ୍ରୀ ମେୟର ସୁଲୋଚନା ଦାସ, ବିଧାୟକ ବାବୁ ସିଂ, ବିଜେପି ବରିଷ୍ଠ ନେତା ସମୀର ମହାନ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।
ମନ୍ତ୍ରୀ କରିଲେ ମେୟରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା । ମେୟର ଓ ବିଧାୟକଙ୍କ ବିପି ମାପିଲେ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । କେବଳ ଯେ ବିପି ମାପିଲେ ତାହା ନୁହେଁ, ଏହା ସହ ସୁସ୍ଥ ରହିବା ଲାଗି ଟିପ୍ସ ମଧ୍ୟ ଦେଲେ । ରାଜଧାନୀରେ ବିଡିଏର ୪୨ତମ ପ୍ରତିଷ୍ଠା ଦିବସରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ।
ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସ୍ୱାସ୍ଥ୍ୟ ଉପସ୍ଥିତ ଡାକ୍ତର ପରୀକ୍ଷା କରିଥିଲେ। ପରେ ପରେ ମନ୍ତ୍ରୀ ମେୟର ସୁଲୋଚନା ଦାସ, ବିଧାୟକ ବାବୁ ସିଂ, ବିଜେପି ବରିଷ୍ଠ ନେତା ସମୀର ମହାନ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଗତକାଲି ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ଅବସରରେ କାର୍ଯ୍ୟକ୍ରମକୁ ଡାକି ଚେୟାର ନ ଦେବା ଘଟଣା ଦୁଃଖଦାୟକ ବୋଲି କହିଥିଲେ ମେୟର ସୁଲୋଚନା ଦାସ ।