'ମୋ ଗିରଫଦାରୀ ବେଆଇନ୍‌, ମିଛ ମାମଲାରେ ଫସାଇଛନ୍ତି'

ଦିଲ୍ଲୀର ତଥାକଥିତ ମଦ ଦୁର୍ନୀତି ମାମଲାରେ ଶୁକ୍ରବାର ସନ୍ଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଇଦ୍ରାବାଦର ବଞ୍ଜାରାହିଲ୍‌ ସ୍ଥିତ ତାଙ୍କ ଘରୁ କେ.କବିତାଙ୍କୁ ଗିରଫ କରିଥିଲା।

'ମୋ ଗିରଫଦାରୀ ବେଆଇନ୍‌, ମିଛ ମାମଲାରେ ଫସାଇଛନ୍ତି'

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବିଆର୍‌ଏସ୍‌ ନେତ୍ରୀ କେ.କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶୁକ୍ରବାର କରିଛି। ଗିରଫ ପରେ ଆଜି ତାଙ୍କୁ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରାଯାଇଛି। ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିଛି। ଏହି ସମୟରେ ନିଜ ଗିରଫଦାରୀକୁ କୋର୍ଟରେ ବେଆଇନ୍‌ ବୋଲି କହିଛନ୍ତି କେ.କବିତା।

କୋର୍ଟରେ ହାଜର ହୋଇ ନିଜ ଗିରଫଦାରୀକୁ ବୋଆଇନ ବୋଲି କହିଛନ୍ତି କେ.କିବତା। ତାଙ୍କୁ ମିଛ ମାମଲାରେ ଫସାଇ ଦିଆଯାଇଛି। ଏହି ମାମଲାକୁ ନେଇ ଆମେ ଉଚ୍ଚ ଅଦାଲତକୁ ଯିବୁ। ଏହା ବିରୋଧରେ ଲେଢ଼ଇ କରିବୁ ବୋଲି କହିଛନ୍ତି କେସିଆର୍‌ଙ୍କ ଝିଅ କେ.କବିତା।

ଦିଲ୍ଲୀର ତଥାକଥିତ ମଦ ଦୁର୍ନୀତି ମାମଲାରେ ଗତ ସନ୍ଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଇଦ୍ରାବାଦର ବଞ୍ଜାରାହିଲ୍‌ ସ୍ଥିତ ତାଙ୍କ ଘରୁ କେ.କବିତାଙ୍କୁ ଗିରଫ କରିଥିଲା। ତାଙ୍କୁ ବିଳମ୍ବିତ ରାତିରେ ଦିଲ୍ଲୀରେ ଥିବା ଇଡିର ମୁଖ୍ୟାଳୟକୁ ନିଆଯାଇଥିଲା। ସେପଟେ କେ.କବିତାଙ୍କ ଗିରଫଦାରୀକୁ ତାଙ୍କ ସମର୍ଥକମାନେ ବିରୋଧ କରିଛନ୍ତି। ଏହାକୁ ବିରୋଧକୁ ରାସ୍ତାକୁ ଓହ୍ଲାଇଛନ୍ତି। ତାଙ୍କ ଗିରଫଦାରୀ ଉପରେ ପ୍ରତିକ୍ରିୟା ପ୍ରକାଶ କରି କେ କବିତାଙ୍କ ଭାଇ ତଥା ତେଲେଙ୍ଗାନାର ପୂର୍ବତନ ମନ୍ତ୍ରୀ କେ.ଟି. ରାମା ରାଓ କ୍ଷମତାର ଅପବ୍ୟବହାର କରାଯାଉଛି ବୋଲି କହିଛନ୍ତି।

କହିରଖୁ ଯେ, ଦିଲ୍ଲୀ ମଦ ଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ଥିବା ଅମତି ଅରୋରାଙ୍କୁ ଇଡି ପଚରାଉଚରା ବେଳେ ସେ କେ.କବିତାଙ୍କ ନାଁ ନେଇଥିଲୋ। ଏହାପରେ ଇଡି ରାଡାର୍‌କୁ ଆସିଥିଲେ କେ.କବିତା। ତାଙ୍କୁ ପଚରାଉଚରା କରିବା ପାଇଁ ଇଡି ଡକାଇଥିଲା। ସାଉଥ୍ ଗ୍ରୁପ୍ ନାମକ ଏକ ମଦ ଲବି ଅଛି, ଯାହା ଅନ୍ୟ ଜଣେ ଅଭିଯୁକ୍ତ ବିଜୟ ନାୟାରଙ୍କ ମାଧ୍ୟମରେ ଅନେକ ଆମ୍ ଆଦମୀ ପାର୍ଟି (ଏଏପି) ନେତାଙ୍କୁ ୧୦୦ କୋଟି ଟଙ୍କା ଦେଇଥିବା ଇଡି ଅଭିଯୋଗ କରିଛି।