ମୋ ଦ୍ୱାରା ରାଜନୀତି ହେବ ନାହିଁ: ମିମି
କୋଲକାତା, ୧୬ା୨: ପଶ୍ଚିମବଙ୍ଗରୁ ଲୋକ ସଭା ସଦସ୍ୟ ଥିବା ମିମି ଚକ୍ରବର୍ତ୍ତୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ତୃଣମୂଳ କଂଗ୍ରେସ(ଟିଏମ୍ସି) ଅଧ୍ୟକ୍ଷ ମମତା ବାନାର୍ଜିଙ୍କୁ ପଠାଇଛନ୍ତି। ଯାଦବପୁର ଲୋକ ସଭା ଆସନରୁ ଏମ୍ପି ଥିବା ମିମି ନିଜ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି। ଗୁରୁବାର ସେ ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟି ନିଜ ଇସ୍ତଫା ନେଇ ଅବଗତ କରାଇବା ସହ ରାଜନୀତି ତାଙ୍କ ଦ୍ୱାରା ହେବ ନାହିଁ ବୋଲି ଗଣମାଧ୍ୟମ […] The post ମୋ ଦ୍ୱାରା ରାଜନୀତି ହେବ ନାହିଁ: ମିମି appeared first on Dharitri Odia News.
କୋଲକାତା, ୧୬ା୨: ପଶ୍ଚିମବଙ୍ଗରୁ ଲୋକ ସଭା ସଦସ୍ୟ ଥିବା ମିମି ଚକ୍ରବର୍ତ୍ତୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ତୃଣମୂଳ କଂଗ୍ରେସ(ଟିଏମ୍ସି) ଅଧ୍ୟକ୍ଷ ମମତା ବାନାର୍ଜିଙ୍କୁ ପଠାଇଛନ୍ତି। ଯାଦବପୁର ଲୋକ ସଭା ଆସନରୁ ଏମ୍ପି ଥିବା ମିମି ନିଜ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି।
ଗୁରୁବାର ସେ ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟି ନିଜ ଇସ୍ତଫା ନେଇ ଅବଗତ କରାଇବା ସହ ରାଜନୀତି ତାଙ୍କ ଦ୍ୱାରା ହେବ ନାହିଁ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।
ତେବେ ଦଳରୁ ମଞ୍ଜୁରୀ ମିଳିବା ପରେ ହିଁ ସେ ତାଙ୍କ ଇସ୍ତଫା ପତ୍ର ଲୋକସଭା ବାଚସ୍ପତିଙ୍କ ନିକଟକୁ ପଠାଇବେ। ଦୀର୍ଘ ବର୍ଷ ଧରି ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜ ଅଭିନୟର ଯାଦୁ ଦେଖାଇ ଆସୁଥିବା ମିମିଙ୍କ ଲୋକପ୍ରିୟତାକୁ ଭିତ୍ତି କରି ୨୦୧୯ ଲୋକ ସଭା ନିର୍ବାଚନରେ ଯାଦବପୁର ଆସନରୁ ତାଙ୍କୁ ଏମ୍ପି ଟିକେଟ ଦେଇଥିଲା ଟିଏମ୍ସି। ସେ ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଅନୁପମ୍ ହାଜରାଙ୍କୁ ୨ ଲକ୍ଷ ୯୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।
The post ମୋ ଦ୍ୱାରା ରାଜନୀତି ହେବ ନାହିଁ: ମିମି appeared first on Dharitri Odia News.