‘ମୋ ବସ୍’ ନାଁ ବଦଳାଯାଇ ରଖାଯିବ ଏହି ନାଁ, ମନ୍ତ୍ରୀ ଦେଲେ ବଡ଼ ସୂଚନା
ଭୁବନେଶ୍ୱର,୩।୭: ଲଷ୍ମୀ ବସ୍ର ନାଁ ଆଉ ରଙ୍ଗ ବଦଳିବା ପରେ ଏବେ ମୋ ବସ୍ର ନାଁ, ରଙ୍ଗ ବଦଳିବା ଖବର ଉପରେ ବଡ଼ ସୂଚନା ଦେଇଛନ୍ତି ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ମୋ ବସ୍ ନାଁ ଏବଂ ରଙ୍ଗ ବଦଳାଯିବା ନେଇ ଆଲୋଚନା ହେବ। ମୋ ବସ୍ ନାଁ ବଦଳି ଆମ ବସ୍ ହେଲେ ଭଲ ହେବ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଇ-ବସ୍ ଯୋଜନାରେ ଆଉ […] The post ‘ମୋ ବସ୍’ ନାଁ ବଦଳାଯାଇ ରଖାଯିବ ଏହି ନାଁ, ମନ୍ତ୍ରୀ ଦେଲେ ବଡ଼ ସୂଚନା appeared first on Dharitri Odia News.
ଭୁବନେଶ୍ୱର,୩।୭: ଲଷ୍ମୀ ବସ୍ର ନାଁ ଆଉ ରଙ୍ଗ ବଦଳିବା ପରେ ଏବେ ମୋ ବସ୍ର ନାଁ, ରଙ୍ଗ ବଦଳିବା ଖବର ଉପରେ ବଡ଼ ସୂଚନା ଦେଇଛନ୍ତି ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ମୋ ବସ୍ ନାଁ ଏବଂ ରଙ୍ଗ ବଦଳାଯିବା ନେଇ ଆଲୋଚନା ହେବ। ମୋ ବସ୍ ନାଁ ବଦଳି ଆମ ବସ୍ ହେଲେ ଭଲ ହେବ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଇ-ବସ୍ ଯୋଜନାରେ ଆଉ ୪ ଶହ ବସ୍ ଆସୁଛି।
ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବୁଧବାର ‘ମୋ ବସ’ରେ ଯାତ୍ରା କରି ସମୀକ୍ଷା କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ବସ୍ ସେବା ଭଲ ଅଛି, ଆହୁରି ବସ୍ ସଂଖ୍ୟା ବଢିବ। ଆଉ ୪ଶହ ଇଲେକ୍ଟ୍ରୋନିକ୍ ବସ୍ ଆସୁଛି, ଖୁବ୍ଶୀଘ୍ର ପହଞ୍ଚିବ। ଭୁବନେଶ୍ୱର ଏବଂ କଟକ ପାଇଁ ଶହେ ଲେଖାଏ ବସ୍ ରହିବ। ଟ୍ରାଫିକ୍ ସମସ୍ୟା, ଦୁର୍ଘଟଣା ଆଦି ପ୍ରସଙ୍ଗକୁ ଗୁରୁତ୍ୱ ସହ ନିଆଯିବ।
The post ‘ମୋ ବସ୍’ ନାଁ ବଦଳାଯାଇ ରଖାଯିବ ଏହି ନାଁ, ମନ୍ତ୍ରୀ ଦେଲେ ବଡ଼ ସୂଚନା appeared first on Dharitri Odia News.