ମୋ ହାତ, ଅଣ୍ଟାକୁ ଛୁଇଁଥିଲେ ଡୋନାଲ୍ଡ ଟ୍ରମ୍ପ: ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ମଡେଲ୍‌

ଓ୍ବାଶିଂଟନ,୨୫।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାତ୍ର ୧୦ ଦିନ ବାକି ଅଛି। ଭାରତୀୟ ମୂଳର କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି। ଏହି ସମୟରେ ଜଣେ ପୂର୍ବତନ ମଡେଲ ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ମଡେଲ ଷ୍ଟେସି ୱିଲିୟମ୍ସ ଅଭିଯୋଗ କରିଛନ୍ତି,୧୯୯୦ ଦଶକ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ତାଙ୍କୁ ଟ୍ରମ୍ପ ଟାୱାର ଅସଦାଚରଣ କରିଥିଲେ। ଏକ ସାକ୍ଷାତକାରରେ ଷ୍ଟେସି ୱିଲିୟମ୍ସ ଏହି ଘଟଣା ବିଷୟରେ ସର୍ବସାଧାରଣରେ କହିଛନ୍ତି। […] The post ମୋ ହାତ, ଅଣ୍ଟାକୁ ଛୁଇଁଥିଲେ ଡୋନାଲ୍ଡ ଟ୍ରମ୍ପ: ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ମଡେଲ୍‌ appeared first on Dharitri Odia News.

ମୋ ହାତ, ଅଣ୍ଟାକୁ ଛୁଇଁଥିଲେ ଡୋନାଲ୍ଡ ଟ୍ରମ୍ପ: ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ମଡେଲ୍‌

ଓ୍ବାଶିଂଟନ,୨୫।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାତ୍ର ୧୦ ଦିନ ବାକି ଅଛି। ଭାରତୀୟ ମୂଳର କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି। ଏହି ସମୟରେ ଜଣେ ପୂର୍ବତନ ମଡେଲ ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ମଡେଲ ଷ୍ଟେସି ୱିଲିୟମ୍ସ ଅଭିଯୋଗ କରିଛନ୍ତି,୧୯୯୦ ଦଶକ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ତାଙ୍କୁ ଟ୍ରମ୍ପ ଟାୱାର ଅସଦାଚରଣ କରିଥିଲେ।

ଏକ ସାକ୍ଷାତକାରରେ ଷ୍ଟେସି ୱିଲିୟମ୍ସ ଏହି ଘଟଣା ବିଷୟରେ ସର୍ବସାଧାରଣରେ କହିଛନ୍ତି। ସେ କହିଛନ୍ତି, ସେ ଜେଫ୍ରି ଏପଷ୍ଟାଇନଙ୍କ ମାଧ୍ୟମରେ ଟ୍ରମ୍ପଙ୍କୁ ଭେଟିଥିଲେ। ୧୯୯୩ରେ ଟ୍ରମ୍ପଙ୍କୁ ଭେଟିବା ପାଇଁ ଏପଷ୍ଟାଇନ ତାଙ୍କୁ ନେଇଥିଲେ। ସେ ସେତେବେଳେ ୨୦ ବର୍ଷ ବୟସରେ ଥିଲେ ଏବଂ ଏପଷ୍ଟାଇନଙ୍କୁ ଡେଟ କରୁଥିଲେ। ଟ୍ରମ୍ପ ଟାୱାରରେ ପହଞ୍ଚିବା ପରେ ପୂର୍ବତନ ରାଷ୍ଟ୍ରପତି ତାଙ୍କୁ ସ୍ପର୍ଶ କରି ସ୍ବାଗତ କରିଥିଲେ। ଟ୍ରମ୍ପ ସେହି ସମୟରେ ମୋ ଅଛୁଆଁ ସ୍ଥାନକୁ ମଧ୍ୟ ସ୍ପର୍ଶ କରିଥିଲେ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ମୋ ସହିତ କ’ଣ ଘଟୁଛି ମୁଁ ବୁଝିପାରିଲି ନାହିଁ। ସେତେବେଳେ ଟ୍ରମ୍ପ ଏବଂ ଏପଷ୍ଟାଇନ ପରସ୍ପର ସହ କଥାବାର୍ତ୍ତା ହେଉଥିବାବେଳେ ଟ୍ରମ୍ପଙ୍କ ହାତ ମୋ ଉପରେ ଥିଲା। ମୁଁ ବୋଧହୁଏ ସେହି ସମୟରେ ହସିବାକୁ ଚେଷ୍ଟା କରୁଥିଲି। କିନ୍ତୁ ଏହା ମୋ ପାଇଁ ବହୁତ ଖରାପ ଅନୁଭୂତି ଥିଲା। ଏହା ମୋ ଜୀବନର ସବୁଠାରୁ ଅଜବ ମୁହୂର୍ତ୍ତ ଥିଲା।

ଏଥି ସହିତ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର କମିଟି ଏପରି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି। ସେ ଏହି ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ବର୍ଣ୍ଣନା କରିଛନ୍ତି। ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ମୁଖପାତ୍ର କାରୋଲାଇନ ଲେଭିଟ କହିଛନ୍ତି, ନିର୍ବାଚନ ପ୍ରଚାରକୁ ପ୍ରଭାବିତ କରିବା ପାଇଁ କମଲା ହାରିସଙ୍କ ଦଳ ଏହି ଦାବିଗୁଡିକ କରୁଛନ୍ତି।

The post ମୋ ହାତ, ଅଣ୍ଟାକୁ ଛୁଇଁଥିଲେ ଡୋନାଲ୍ଡ ଟ୍ରମ୍ପ: ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ମଡେଲ୍‌ appeared first on Dharitri Odia News.