‘ମୋତେ ପ୍ରଧାନମନ୍ତ୍ରୀ ମୋଦି ଫୋନ୍ କରିଥିଲେ, ମୁଁ ତାଙ୍କୁ କହିଲି…’
ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଶିବସେନା (ଶିନ୍ଦେ ଦଳ) ମୁଖ୍ୟ ଏକନାଥ ଶିନ୍ଦେ ବୁଧବାର ଖବରଦାତା ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ କରିଥିବା ଫୋନ୍ କଲ୍ ବିଷୟରେ ଏକନାଥ ଶିନ୍ଦେ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହା ସ୍ପଷ୍ଟ କରିଥିଲି ଯେ ମୋ ଯୋଗୁ ମହାରାଷ୍ଟ୍ରରେ ସରକାର ଗଠନ ହେବାରେ କୌଣସି ଅସୁବିଧା ହେବ ନାହିଁ। ମୁଁ ପ୍ରଧାନମନ୍ତ୍ରୀ ମୋଦି-ଅମିତ ଶାହାଙ୍କ ନିଷ୍ପତ୍ତିକୁ ସମ୍ମାନ […] The post ‘ମୋତେ ପ୍ରଧାନମନ୍ତ୍ରୀ ମୋଦି ଫୋନ୍ କରିଥିଲେ, ମୁଁ ତାଙ୍କୁ କହିଲି…’ appeared first on Dharitri Odia News.
ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଶିବସେନା (ଶିନ୍ଦେ ଦଳ) ମୁଖ୍ୟ ଏକନାଥ ଶିନ୍ଦେ ବୁଧବାର ଖବରଦାତା ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ କରିଥିବା ଫୋନ୍ କଲ୍ ବିଷୟରେ ଏକନାଥ ଶିନ୍ଦେ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହା ସ୍ପଷ୍ଟ କରିଥିଲି ଯେ ମୋ ଯୋଗୁ ମହାରାଷ୍ଟ୍ରରେ ସରକାର ଗଠନ ହେବାରେ କୌଣସି ଅସୁବିଧା ହେବ ନାହିଁ। ମୁଁ ପ୍ରଧାନମନ୍ତ୍ରୀ ମୋଦି-ଅମିତ ଶାହାଙ୍କ ନିଷ୍ପତ୍ତିକୁ ସମ୍ମାନ କରିବି।
ଶିନ୍ଦେ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହାଙ୍କୁ ଫୋନ୍ରେ କହିଥିଲି ଯେ ସରକାର ଗଠନ କରିବାରେ ଆମ ପକ୍ଷରୁ କୌଣସି ପ୍ରତିବନ୍ଧକ ନାହିଁ। ସିଏମ୍ ପଦ ପାଇଁ ଆପଣ ଯାହା ନିଷ୍ପତ୍ତି ନେବେ, ଆମେ ତାହାକୁ ଗ୍ରହଣ କରିବ। ଭାଜପା ହାଇକମାଣ୍ଡ ସିଏମ ପଦବୀ ପାଇଁ ଯାହାକୁ ଚୟନ କରିବେ, ଆମେ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରିବୁ। ମୁଁ ଦୁଃଖିତ ନାହିଁ କି ରାଗି ନାହିଁ।
ଶିନ୍ଦେ ଆହୁରି କହିଛନ୍ତି, ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ଜନସାଧାରଣଙ୍କ ପାଇଁ କାମ କରିଛି। ପିଏମ ମୋଦି ଏବଂ ଅମିତ ଶାହା ମୋତେ ସବୁବେଳେ ସମର୍ଥନ କରିଆସିଛନ୍ତି। ଲୋକଙ୍କ ସ୍ବପ୍ନ ପୂରଣ କରିବାକୁ ମୋଦି-ଶାହାଙ୍କର ଶକ୍ତି ଅଛି। ସେ କହିଛନ୍ତି ଯେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାଜପାରୁ ହେବେ। ଆମେ ସମସ୍ତେ ଏନଡିଏର ଅଂଶ ଅଟୁ ଏବଂ ରହିବୁ । ପ୍ରଧାନମନ୍ତ୍ରୀ ମୋଦି ଯାହା ନିଷ୍ପତ୍ତି ନେବେ ତାହାକୁ ଶିବସେନା ଗ୍ରହଣ କରିବ।
The post ‘ମୋତେ ପ୍ରଧାନମନ୍ତ୍ରୀ ମୋଦି ଫୋନ୍ କରିଥିଲେ, ମୁଁ ତାଙ୍କୁ କହିଲି…’ appeared first on Dharitri Odia News.