‘ମୋତେ ରାଜ୍ୟସଭାରୁ କାଢ଼ିବାକୁ ବାରମ୍ବାର ଦେଉଥିଲେ ଧମକ’
ମମତାଙ୍କ ଅଭିଯୋଗ ନେଇ ପ୍ରଣବ ପ୍ରକାଶ ଦାସ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ବବି ଦାସଙ୍କ ବିରୋଧରେ ପୂର୍ବତନ ସାଂସଦ ମମତା ମହାନ୍ତଙ୍କ ସାଂଘାତିକ ବୟାନ। ୪ ତାରିଖରେ ତୁମର ହିସାବ କରାଯିବ ବୋଲି ବବି ଦାସ କହିଥିବା କହିଛନ୍ତି ମମତା ମହାନ୍ତ। କହିଛନ୍ତି, ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ସବୁ ଠିକ୍ ଥିଲା, ଦଳ ପଚାରୁଥିଲା। ପଞ୍ଚାୟତ ନିର୍ବାଚନ ପରେ ସେ ଅଣଦେଖା ହେଉଥିବା ଅନୁଭବ କରିଥିଲେ। କୌଣସି ଦଳୀୟ କି ସରକାରୀ କାର୍ଯ୍ୟକ୍ରମରେ ତାଙ୍କୁ ଡକାଯାଉନଥିଲା।
ଏପରିକି ଘର କଡ଼ରେ ଲକ୍ଷ୍ମୀ ବସ୍ ଉଦଘାଟନ କାର୍ଯ୍ୟକ୍ରମକୁ ବି ଡକାଗଲାନି ବୋଲି କହିଛନ୍ତି, ରାଜ୍ୟସଭା ସାଂସଦ ପଦ ସହ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ମମତା ମହାନ୍ତ। ଆହୁରି ସେ କହିଛନ୍ତି, ଏଭଳି ଅଣଦେଖା ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲେ ବି କେହି ଶୁଣିନାହାନ୍ତି। ବରଂ ୪ ତାରିଖ ହେଉ, ତୋତେ ରାଜ୍ୟସଭାରୁ କଢ଼ାଯିବ ବୋଲି ବବି ଦାସ କହିଥିବା ଅଭିଯୋଗ ଆଣିଛନ୍ତି ମମତା। ତାଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ ଆମ ପ୍ରତିନିଧି ସ୍ବାଧିନ ରାଉତ। ତେବେ ମମତାଙ୍କ ଅଭିଯୋଗ ନେଇ ପ୍ରଣବ ପ୍ରକାଶ ଦାସ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ବବି ଦାସଙ୍କ ବିରୋଧରେ ପୂର୍ବତନ ସାଂସଦ ମମତା ମହାନ୍ତଙ୍କ ସାଂଘାତିକ ବୟାନ#MamataMahanta #BJP pic.twitter.com/BBEOBUhB3h — ଓଟିଭି (@otvkhabar) August 6, 2024