ମୋଦି ଅଷ୍ଟ୍ରେଲିଆର ସବୁଠାରୁ ଭଲ ଭାରତୀୟ ବନ୍ଧୁ: ଟୋନି ଆବୋଟ
ନୂଆଦିଲ୍ଲୀ/କାନଭେରା,୨୪।୨: ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ମହାନ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଟୋନି ଆବୋଟ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତକୁ ଏକ ଶକ୍ତିଶାଳୀ ଗଣତନ୍ତ୍ର ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ମୋଦିଙ୍କ ସହ କାମ କରି ଅଷ୍ଟ୍ରେଲିଆ ବହୁତ ଖୁସି ହେବ। ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ମୋଦି ଅଷ୍ଟ୍ରେଲିଆର ସର୍ବଶ୍ରେଷ୍ଠ […] The post ମୋଦି ଅଷ୍ଟ୍ରେଲିଆର ସବୁଠାରୁ ଭଲ ଭାରତୀୟ ବନ୍ଧୁ: ଟୋନି ଆବୋଟ appeared first on Dharitri Odia News.
ନୂଆଦିଲ୍ଲୀ/କାନଭେରା,୨୪।୨: ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ମହାନ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଟୋନି ଆବୋଟ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତକୁ ଏକ ଶକ୍ତିଶାଳୀ ଗଣତନ୍ତ୍ର ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ମୋଦିଙ୍କ ସହ କାମ କରି ଅଷ୍ଟ୍ରେଲିଆ ବହୁତ ଖୁସି ହେବ।
ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ମୋଦି ଅଷ୍ଟ୍ରେଲିଆର ସର୍ବଶ୍ରେଷ୍ଠ ଭାରତୀୟ ବନ୍ଧୁ ଅଟନ୍ତି।
ଆଗାମୀ ନିର୍ବାଚନ ପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି। ସ୍ବାଭାବିକ ଭାବରେ ଭାରତ ଏକ ଶକ୍ତିଶାଳୀ ଗଣତନ୍ତ୍ର ଏବଂ ଏହି ଦେଶରେ ସରକାର ସମୟ ସମୟରେ ପରିବର୍ତ୍ତନ କରିଥା’ନ୍ତି। ମୁଁ ଭାରତୀୟ ଲୋକଙ୍କୁ ପରାମର୍ଶ ଦେବାକୁ ଚାହେଁ ନାହିଁ, କିନ୍ତୁ, ମୁଁ ଅଷ୍ଟ୍ରେଲୀୟ ଦୃଷ୍ଟିକୋଣରୁ ଜାଣେ ଯେ ଆଗାମୀ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କାମ କରି ଆମେ ଆନନ୍ଦିତ ହେବୁ। ଆବୋଟ ଏହା ମଧ୍ୟ କହିଛନ୍ତି ଯେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ମଜବୁତ। ସମୟ ସହିତ ଏହି ସମ୍ପର୍କ ଅଧିକ ଶକ୍ତିଶାଳୀ ହେଉଛି। ଏହା ହେଉଛି ବିଶ୍ୱର ଉଦୀୟମାନ ଗଣତାନ୍ତ୍ରିକ ଶକ୍ତି।
ରଇସିନା ଡାଏଲଗକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରୁଥିବା ଶୋମ୍ବି ଶାର୍ପ କହିଛନ୍ତି ଯେ ମିଳିତ ଜାତିସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ଆନନ୍ଦ ଏବଂ ସମ୍ମାନର ବିଷୟ।
ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ରାଇସିନା ଡାଏଲଗର ନବମ ସଂସ୍କରଣ ସମସ୍ତ ପରିବର୍ତ୍ତନରେ ଭାରତର ସଫଳତା ଏବଂ ପ୍ରଭାବଶାଳୀ ନେତୃତ୍ୱକୁ ପ୍ରତିଫଳିତ କରିଥାଏ। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ହେବାକୁ ଭାରତ ଏକ ଦୃଢ ପ୍ରତିଯୋଗୀ ବୋଲି ସେ କହିଛନ୍ତି।
The post ମୋଦି ଅଷ୍ଟ୍ରେଲିଆର ସବୁଠାରୁ ଭଲ ଭାରତୀୟ ବନ୍ଧୁ: ଟୋନି ଆବୋଟ appeared first on Dharitri Odia News.