ମୋଦି କଲେ ଭବିଷ୍ୟବାଣୀ, ଏହିଦିନ ବିଜେଡିରେ ହେବ କମ୍ପନ

କେନ୍ଦ୍ରାପଡ଼ା, ୨୯।୫: କେନ୍ଦ୍ରାପଡ଼ା ସଭାରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବୁଧବାର ବାରିପଦା, ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର ସାରି ମୋଦି କେନ୍ଦ୍ରାପଡାରେ ପହଞ୍ଚିଛନ୍ତି। ଓଡ଼ିଶାରେ ମୋଦିଙ୍କ ଆଜି ପ୍ରଚାରର ଶେଷ ଦିନ ହୋଇଥିଲେ ମଧ୍ୟ ବିଜେଡିକୁ ଟାର୍ଗେଟ କରିବାର କୌଣସି ବି ମଉକା ହାତଛଡା କରି ନାହାନ୍ତି। ଏହି କ୍ରମରେ କେନ୍ଦ୍ରାପଡାରେ ସେ ବିଜେଡିକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ଆଗାମୀ ୬ ମାସରେ ଓଡ଼ିଶା ରାଜନୀତିରେ ବଡ଼ ଭୂମିକମ୍ପ ହେବାକୁ […] The post ମୋଦି କଲେ ଭବିଷ୍ୟବାଣୀ, ଏହିଦିନ ବିଜେଡିରେ ହେବ କମ୍ପନ appeared first on Dharitri Odia News.

ମୋଦି କଲେ ଭବିଷ୍ୟବାଣୀ, ଏହିଦିନ ବିଜେଡିରେ ହେବ କମ୍ପନ

କେନ୍ଦ୍ରାପଡ଼ା, ୨୯।୫: କେନ୍ଦ୍ରାପଡ଼ା ସଭାରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବୁଧବାର ବାରିପଦା, ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର ସାରି ମୋଦି କେନ୍ଦ୍ରାପଡାରେ ପହଞ୍ଚିଛନ୍ତି। ଓଡ଼ିଶାରେ ମୋଦିଙ୍କ ଆଜି ପ୍ରଚାରର ଶେଷ ଦିନ ହୋଇଥିଲେ ମଧ୍ୟ ବିଜେଡିକୁ ଟାର୍ଗେଟ କରିବାର କୌଣସି ବି ମଉକା ହାତଛଡା କରି ନାହାନ୍ତି।

ଏହି କ୍ରମରେ କେନ୍ଦ୍ରାପଡାରେ ସେ ବିଜେଡିକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ଆଗାମୀ ୬ ମାସରେ ଓଡ଼ିଶା ରାଜନୀତିରେ ବଡ଼ ଭୂମିକମ୍ପ ହେବାକୁ ଯାଉଛି। ବିଜେଡି ରାଜନୀତିରେ ବଡ଼ ବିସ୍ଫୋରଣ ହେବ’ ବୋଲି ମୋଦି କହିଛନ୍ତି।

ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ବୋଲି ମଧ୍ୟ ମୋଦି କହିଛନ୍ତି। ‘ଓଡ଼ିଶା ଏଥର ଡବଲ ଇଞ୍ଜିନ ସରକାର ଚାହୁଁଛି। ଓଡ଼ିଶା ମାଟିର ପୁଅ କିମ୍ବା ଝିଅ ଏଥର ଭାଜପାର ମୁଖ୍ୟମନ୍ତ୍ରୀ ହେବେ। ୪ ଜୁନ ପରେ ଓଡ଼ିଶା ନୂଆ ସରକାର ଦେଖିବ। ୧୦ ଜୁନରେ ଭାଜପାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ’। ଯଦିଓ ପ୍ରଧାନମନ୍ତ୍ରୀ କିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ତାଙ୍କ ନାଁ ନେଇ ନାହାନ୍ତି ତଥାପି ସୂଚେଇ ଦେଇ କହିଛନ୍ତି ଯେ, ଏଥର ଓଡ଼ିଶାର ଜଣେ ପୁଅ କିମ୍ବା ଝିଅ ଭାଜପା ମୁଖ୍ୟମନ୍ତ୍ରୀ ହେବେ। ମୋଦିଙ୍କ ଏହି କଥା ପରେ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଜୁନ ୪ ପରେ ଏହା ଉପରୁ ପରଦା ହଟିବ ବୋଲି ରାଜ୍ୟବାସୀ ଆଶାବାଦୀ ଅଛନ୍ତି।

The post ମୋଦି କଲେ ଭବିଷ୍ୟବାଣୀ, ଏହିଦିନ ବିଜେଡିରେ ହେବ କମ୍ପନ appeared first on Dharitri Odia News.