ମୋଦି ସରକାର ଚେତିଲେ ନାହିଁ: କାହିଁକି ଏମିତି କହିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୩୧।୭: କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ବୁଧବାର ଆଗାମୀ ବିଧାନସଭା ନିର୍ବାଚନରେ ଦଳକୁ ବିଜୟର ମନ୍ତ୍ର ଦେଇଛନ୍ତି। ସୋନିଆ କହିଛନ୍ତି, ବର୍ତ୍ତମାନ ପରିବେଶ କଂଗ୍ରେସ ସପକ୍ଷରେ ଅଛି, କିନ୍ତୁ ଲୋକ ସଭା ନିର୍ବାଚନରେ ଦଳ ଗଠନ କରିଥିବା ବିଶ୍ୱସନୀୟତା ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଭାବିଥିଲୁ ଯେ, ମୋଦି ସରକାର ଲୋକ ସଭା ନିର୍ବାଚନରେ ହୋଇଥିବା ବଡ଼ ଝଟ୍‌କାରୁ ସଠିକ ଶିକ୍ଷା ଗ୍ରହଣ କରିବେ। ଏହା କରିବା ପରିବର୍ତ୍ତେ ଭାଜପା ସମ୍ପ୍ରଦାୟକୁ ବିଭାଜନ […] The post ମୋଦି ସରକାର ଚେତିଲେ ନାହିଁ: କାହିଁକି ଏମିତି କହିଲେ ସୋନିଆ ଗାନ୍ଧୀ appeared first on Dharitri Odia News.

ମୋଦି ସରକାର ଚେତିଲେ ନାହିଁ: କାହିଁକି ଏମିତି କହିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୩୧।୭: କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ବୁଧବାର ଆଗାମୀ ବିଧାନସଭା ନିର୍ବାଚନରେ ଦଳକୁ ବିଜୟର ମନ୍ତ୍ର ଦେଇଛନ୍ତି। ସୋନିଆ କହିଛନ୍ତି, ବର୍ତ୍ତମାନ ପରିବେଶ କଂଗ୍ରେସ ସପକ୍ଷରେ ଅଛି, କିନ୍ତୁ ଲୋକ ସଭା ନିର୍ବାଚନରେ ଦଳ ଗଠନ କରିଥିବା ବିଶ୍ୱସନୀୟତା ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଭାବିଥିଲୁ ଯେ, ମୋଦି ସରକାର ଲୋକ ସଭା ନିର୍ବାଚନରେ ହୋଇଥିବା ବଡ଼ ଝଟ୍‌କାରୁ ସଠିକ ଶିକ୍ଷା ଗ୍ରହଣ କରିବେ। ଏହା କରିବା ପରିବର୍ତ୍ତେ ଭାଜପା ସମ୍ପ୍ରଦାୟକୁ ବିଭାଜନ କରିବା,ଭୟ ଏବଂ ଶତ୍ରୁତା ବିସ୍ତାର କରିବାର ନୀତି ଜାରି ରଖିଛି।
ସୋନିଆ କହିଛନ୍ତି. ଆମେ ଆଦୌ ଅସାବଧାନ କିମ୍ବା ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ୍‌ ନୁହେଁ। ଯଦି ଆମେ ଭଲ ପ୍ରଦର୍ଶନ କରୁ ତେବେ ଲୋକ ସଭା ନିର୍ବାଚନରେ ଦେଖାଯାଇଥିବା ପରିବେଶକୁ ଆଧାର କରି ଜାତୀୟ ରାଜନୀତି ପରିବର୍ତ୍ତନ ହେବ।
ସୋନିଆ ଗାନ୍ଧୀ ପରୋକ୍ଷରେ ଉତ୍ତରପ୍ରଦେଶର କାଉଡି ଯାତ୍ରାରେ ଦୋକାନୀମାନଙ୍କ ନାମ ପ୍ରଦର୍ଶନ କରିବାକୁ ସରକାରଙ୍କ ଆଦେଶକୁ ନେଇ ହୋଇଥିବା ବିବାଦକୁ ଦର୍ଶାଇ କହିଛନ୍ତି ଯେ, ସୌଭାଗ୍ୟବଶତଃ ସୁପ୍ରିମକୋର୍ଟ ଠିକ ସମୟରେ ହସ୍ତକ୍ଷେପ କରିଥିଲେ। ସେ ଦାବି କରିଛନ୍ତି, ଅମଲାତନ୍ତ୍ରକୁ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନର କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ଅନୁମତି ଦେବା ପାଇଁ ନିୟମ ହଠାତ୍‌ ପରିବର୍ତ୍ତନ କରାଯାଇଥିଲା। ଏହି ସଂଗଠନ ନିଜକୁ ଏକ ସାଂସ୍କୃତିକ ସଂଗଠନ ବୋଲି କହିଥାଏ, କିନ୍ତୁ ସମଗ୍ର ବିଶ୍ୱ ଜାଣେ ଯେ ଏହା ହେଉଛି ଭାଜପାର ରାଜନୈତିକ ଏବଂ ଆଦର୍ଶଗତ ଆଧାର।
ମହାରାଷ୍ଟ୍ର, ହରିୟାଣା ଏବଂ ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ସମ୍ଭାବନାକୁ ଦୃଷ୍ଟିରେ ରଖି ସୋନିଆ ଗାନ୍ଧୀ ଦଳର ନେତାଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ।

The post ମୋଦି ସରକାର ଚେତିଲେ ନାହିଁ: କାହିଁକି ଏମିତି କହିଲେ ସୋନିଆ ଗାନ୍ଧୀ appeared first on Dharitri Odia News.