ମୋଦି ୩.୦: ୩୯% ମନ୍ତ୍ରୀଙ୍କ ନାଁରେ ମାମଲା, ୨ ମନ୍ତ୍ରୀ ହତ୍ୟା ଅଭିଯୁକ୍ତ

ନୂଆଦିଲ୍ଲୀ, ୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର କ୍ୟାବିନେଟ୍‌ରେ ୨୮ ଜଣ ମନ୍ତ୍ରୀଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ୍‌(ଏଡିଆର୍‌) ରିପୋର୍ଟରେ ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରୁ ୧୯ ଜଣ ମନ୍ତ୍ରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ, ମହିଳାଙ୍କ ପ୍ରତି ଅପରାଧ, ହେଟ୍‌ ସ୍ପିଚ୍‌ ଆଦି ଗମ୍ଭୀର ଆପରାଧିକ ମାମଲା ରହିଛି। ବନ୍ଦର, ପରିବହନ ଏବଂ ଜଳମାର୍ଗ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଏବଂ ଉତ୍ତର ପୂର୍ବାଞ୍ଚଳ ବିକାଶ ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ […] The post ମୋଦି ୩.୦: ୩୯% ମନ୍ତ୍ରୀଙ୍କ ନାଁରେ ମାମଲା, ୨ ମନ୍ତ୍ରୀ ହତ୍ୟା ଅଭିଯୁକ୍ତ appeared first on Dharitri Odia News.

ମୋଦି ୩.୦: ୩୯% ମନ୍ତ୍ରୀଙ୍କ ନାଁରେ ମାମଲା, ୨ ମନ୍ତ୍ରୀ ହତ୍ୟା ଅଭିଯୁକ୍ତ

ନୂଆଦିଲ୍ଲୀ, ୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର କ୍ୟାବିନେଟ୍‌ରେ ୨୮ ଜଣ ମନ୍ତ୍ରୀଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ୍‌(ଏଡିଆର୍‌) ରିପୋର୍ଟରେ ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରୁ ୧୯ ଜଣ ମନ୍ତ୍ରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ, ମହିଳାଙ୍କ ପ୍ରତି ଅପରାଧ, ହେଟ୍‌ ସ୍ପିଚ୍‌ ଆଦି ଗମ୍ଭୀର ଆପରାଧିକ ମାମଲା ରହିଛି। ବନ୍ଦର, ପରିବହନ ଏବଂ ଜଳମାର୍ଗ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଏବଂ ଉତ୍ତର ପୂର୍ବାଞ୍ଚଳ ବିକାଶ ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାରଙ୍କ ନାଁରେ ଭାରତୀୟ ଦଣ୍ଡ ସଂହିତା(ଆଇପିସି)ର ଧାରା ୩୦୭ ଅନୁଯାୟୀ ହତ୍ୟା ଉଦ୍ୟମ ମାମଲା ରହିଛି। ସେହିପରି ମୋଦି ୩.୦ କ୍ୟାବିନେଟରେ ଥିବା ୫ ମନ୍ତ୍ରୀଙ୍କ ନାଁରେ ମହିଳାଙ୍କ ପ୍ରତି ଅପରାଧ ମାମଲା ରହିଛି। ସେମାନେ ହେଉଛନ୍ତି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଶାନ୍ତନୁ ଠାକୁର ଏବଂ ସୁକାନ୍ତ ମଜୁମଦାର। ଅନ୍ୟପକ୍ଷରେ ଏହି ମନ୍ତ୍ରିମଣ୍ଡଳର ୮ ଜଣ ମନ୍ତ୍ରୀଙ୍କ ନାଁରେ ହେଟ୍‌ ସ୍ପିଚ୍‌ ମାମଲା ରହିଥିବାବେଳେ ସମୁଦାୟ ୩୯% ମନ୍ତ୍ରୀଙ୍କ ନାଁରେ ଆପରାଧିକ ମାମଲା ଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୭୧ ଜଣ କେନ୍ଦ୍ର ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଥିଲେ।

The post ମୋଦି ୩.୦: ୩୯% ମନ୍ତ୍ରୀଙ୍କ ନାଁରେ ମାମଲା, ୨ ମନ୍ତ୍ରୀ ହତ୍ୟା ଅଭିଯୁକ୍ତ appeared first on Dharitri Odia News.