ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ଭାରୀ: ମାଳଦ୍ୱୀପର ୩ ମନ୍ତ୍ରୀ ନିଲମ୍ବିତ

ମାଲେ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ଉପହାସ କରୁଥିବା ନେଇ ବିବାଦ ଉପରେ ମାଳଦ୍ୱୀପ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ମାଳଦ୍ୱୀପ ସରକାର ମନ୍ତ୍ରୀ ମରିୟମ ଶିଆନା, ମାଲଶା ଏବଂ ହାସନ ଜିହାନଙ୍କୁ ନିଲମ୍ବିତ କରିଛନ୍ତି। ଭାରତ ଆନୁଷ୍ଠାନିକ ଭାବେ ମାଳଦ୍ୱୀପ ସରକାରଙ୍କ ସହ ଏହି ପ୍ରସଙ୍ଗ ଉଠାଇଥିଲା। ଏହା ଉପରେ ମାଳଦ୍ୱୀପ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉପ ମନ୍ତ୍ରୀ (ଯୁବ […] The post ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ଭାରୀ: ମାଳଦ୍ୱୀପର ୩ ମନ୍ତ୍ରୀ ନିଲମ୍ବିତ appeared first on Dharitri Odia News.

ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ଭାରୀ: ମାଳଦ୍ୱୀପର ୩ ମନ୍ତ୍ରୀ ନିଲମ୍ବିତ

ମାଲେ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ଉପହାସ କରୁଥିବା ନେଇ ବିବାଦ ଉପରେ ମାଳଦ୍ୱୀପ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ମାଳଦ୍ୱୀପ ସରକାର ମନ୍ତ୍ରୀ ମରିୟମ ଶିଆନା, ମାଲଶା ଏବଂ ହାସନ ଜିହାନଙ୍କୁ ନିଲମ୍ବିତ କରିଛନ୍ତି।
ଭାରତ ଆନୁଷ୍ଠାନିକ ଭାବେ ମାଳଦ୍ୱୀପ ସରକାରଙ୍କ ସହ ଏହି ପ୍ରସଙ୍ଗ ଉଠାଇଥିଲା। ଏହା ଉପରେ ମାଳଦ୍ୱୀପ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉପ ମନ୍ତ୍ରୀ (ଯୁବ ସଶକ୍ତିକରଣ, ସୂଚନା ଓ କଳା ମନ୍ତ୍ରଣାଳୟ) ମରିୟମ ଶିଆନା, ଉପ ମନ୍ତ୍ରୀ (ପରିବହନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ) ହାସନ ଜିହାନ ଏବଂ ଉପ ମନ୍ତ୍ରୀ ମାଲଶା (ଯୁବ ସଶକ୍ତିକରଣ, ସୂଚନା ଏବଂ କଳା ମନ୍ତ୍ରଣାଳୟ)ଙ୍କୁ ନିଲମ୍ବିତ କରିଛନ୍ତି।
ମହମ୍ମଦ ମୁଇଜୁଙ୍କ ନୂତନ ସରକାର ଆସିବା ପରେ ମାଳଦ୍ୱୀପ ସହ ଭାରତର ସମ୍ପର୍କ ବିଗିଡି ଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପ ଗସ୍ତ ସମୟରେ ଶେୟାର ହୋଇଥିବା କିଛି ଫଟୋ ଉପରେ ବିବାଦୀୟ ଉପରୋକ୍ତ ନେତା ମନ୍ତବ୍ୟ ଦେଇଥିଲେ।

The post ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ଭାରୀ: ମାଳଦ୍ୱୀପର ୩ ମନ୍ତ୍ରୀ ନିଲମ୍ବିତ appeared first on Dharitri Odia News.