ମୋଦିଙ୍କ ଚାପର ପ୍ରଭାବ, ରୁଷିଆରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ନେଇ ବାଜିଲା ମୋହର

ମସ୍କୋ/ନୂଆଦିଲ୍ଲୀ,୭ା୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତୀୟ ନାଗରିକମାନେ ମଧ୍ୟ ଆଗ ଧାଡ଼ିରେ ଲଢ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସଂଗ୍ରାମରେ ଏପର୍ଯ୍ୟନ୍ତ ଅନେକ ଭାରତୀୟ ପ୍ରାଣ ହରାଇଛନ୍ତି। ଏହି ସମୟରେ ଯେଉଁମାନେ ରୁଷିଆ ସେନାରେ ନିଯୁକ୍ତ ହୋଇଥିଲେ ଏବଂ ୟୁକ୍ରେନରେ ଯୁଦ୍ଧ କରିବାକୁ ବାଧ୍ୟ ହୋଇଥିଲେ, ସେମାନଙ୍କୁ ରୁଷିଆର ସୀମା ଭିତରକୁ ଅଣାଯାଇଛି। ତାଙ୍କୁ ୟୁକ୍ରେନର ଫ୍ରଣ୍ଟଲାଇନରୁ ରୁଷିଆର ରୋଷ୍ଟୋଭକୁ ଫେରାଇ ନିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୩ ଜଣ ଭାରତୀୟଙ୍କୁ ରୋଷ୍ଟୋଭକୁ ଅଣାଯାଇଛି। ସମସ୍ତଙ୍କୁ […] The post ମୋଦିଙ୍କ ଚାପର ପ୍ରଭାବ, ରୁଷିଆରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ନେଇ ବାଜିଲା ମୋହର appeared first on Dharitri Odia News.

ମୋଦିଙ୍କ ଚାପର ପ୍ରଭାବ, ରୁଷିଆରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ନେଇ ବାଜିଲା ମୋହର

ମସ୍କୋ/ନୂଆଦିଲ୍ଲୀ,୭ା୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତୀୟ ନାଗରିକମାନେ ମଧ୍ୟ ଆଗ ଧାଡ଼ିରେ ଲଢ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସଂଗ୍ରାମରେ ଏପର୍ଯ୍ୟନ୍ତ ଅନେକ ଭାରତୀୟ ପ୍ରାଣ ହରାଇଛନ୍ତି। ଏହି ସମୟରେ ଯେଉଁମାନେ ରୁଷିଆ ସେନାରେ ନିଯୁକ୍ତ ହୋଇଥିଲେ ଏବଂ ୟୁକ୍ରେନରେ ଯୁଦ୍ଧ କରିବାକୁ ବାଧ୍ୟ ହୋଇଥିଲେ, ସେମାନଙ୍କୁ ରୁଷିଆର ସୀମା ଭିତରକୁ ଅଣାଯାଇଛି।

ତାଙ୍କୁ ୟୁକ୍ରେନର ଫ୍ରଣ୍ଟଲାଇନରୁ ରୁଷିଆର ରୋଷ୍ଟୋଭକୁ ଫେରାଇ ନିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୩ ଜଣ ଭାରତୀୟଙ୍କୁ ରୋଷ୍ଟୋଭକୁ ଅଣାଯାଇଛି। ସମସ୍ତଙ୍କୁ ବସ୍‌ ଯୋଗେ ଫେରାଇ ନିଆଯାଇଛି।

ଏହି ଭାରତୀୟମାନେ ଫୋନ କରି ନିଜ ସମ୍ପର୍କୀୟଙ୍କୁ ସୂଚନା ଦେଇଛନ୍ତି। ସୁରକ୍ଷା କର୍ମୀ ଭାବରେ ଚାକିରି ନାମରେ ଏହି ଲୋକଙ୍କୁ ରୁଷିଆ ପଠାଯାଇଥିଲା। ବର୍ତ୍ତମାନ ଏହି ଲୋକମାନଙ୍କୁ ଭାରତ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି।

ରୁଷିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ବ୍ୟକ୍ତିଗତ ରାତ୍ରି ଭୋଜନରେ ଏହି ପ୍ରସଙ୍ଗ ଉଠାଇଥିଲେ। ଏହା ପରେ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ କଥା ଗ୍ରହଣ କରି ରୁଷିଆ ସେନାରେ ଫସି ରହିଥିବା ଭାରତୀୟ ଯୁବକଙ୍କୁ ଘରକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ଜୁଲାଇ ୪ରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀ ପୂର୍ବରୁ ରୁଷିଆର ପ୍ରତିପକ୍ଷ ସହ ଦୃଢ଼ ଭାବରେ ଏହି ପ୍ରସଙ୍ଗ ଉଠାଇଥିଲେ।

ୟୁକ୍ରେନ ବିରୋଧରେ ଯୁଦ୍ଧରେ ରୁଷିଆ ପକ୍ଷରୁ ଅତି କମ୍‌ରେ ଦୁଇ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି। ଏହାପୂର୍ବରୁ ଯୁଦ୍ଧ ଜୋନ୍‌ରେ ଫସି ରହିଥିବା ୧୦ ହଜାର ଲୋକ ଦାବି କରିଥିଲେ ଯେ, ସେମାନଙ୍କୁ ଯୁଦ୍ଧରେ ଯୋଗ ଦେବାକୁ ବାଧ୍ୟ କରାଯାଇଥିଲା।

The post ମୋଦିଙ୍କ ଚାପର ପ୍ରଭାବ, ରୁଷିଆରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ନେଇ ବାଜିଲା ମୋହର appeared first on Dharitri Odia News.