ମୋଦିଙ୍କ ପରେ ଶପଥ ନେବେ ରାଜନାଥ, ସମସ୍ତଙ୍କ କ୍ରମ ହେଲା ସ୍ଥିର
ନୂଆଦିଲ୍ଲୀ,୯।୬: କ୍ରମାଗତ ତୃତୀୟ ଥର ପାଇଁ ଦେଶରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି। ଏନଡିଏ ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରବିବାର କ୍ୟାବିନେଟ ଏବଂ ରାଜ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବେ। ମୋଦି ସରକାର ୩.୦ରେ କ୍ୟାବିନେଟରେ ଅନେକ ନୂଆ ଚେହେରା ପାଇବେ। ଏହି ସମାରୋହରେ ୮ ହଜାରରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ଭାବେ […] The post ମୋଦିଙ୍କ ପରେ ଶପଥ ନେବେ ରାଜନାଥ, ସମସ୍ତଙ୍କ କ୍ରମ ହେଲା ସ୍ଥିର appeared first on Dharitri Odia News.
ନୂଆଦିଲ୍ଲୀ,୯।୬: କ୍ରମାଗତ ତୃତୀୟ ଥର ପାଇଁ ଦେଶରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି। ଏନଡିଏ ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରବିବାର କ୍ୟାବିନେଟ ଏବଂ ରାଜ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବେ।
ମୋଦି ସରକାର ୩.୦ରେ କ୍ୟାବିନେଟରେ ଅନେକ ନୂଆ ଚେହେରା ପାଇବେ। ଏହି ସମାରୋହରେ ୮ ହଜାରରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ ବୋଲି ଆଶା କରାଯାଉଛି।
ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ଗ୍ରହଣ କରିବେ। ମୋଦିଙ୍କ ପରେ ରାଜନାଥ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ମଞ୍ଚରେ କ୍ରମାଙ୍କରେ ଚେୟାର ବ୍ୟବସ୍ଥା କରାଯାଇଛି ।
ତାଙ୍କ ପରେ ଅମିତ ଶାହା, ଏସ ଜୟଶଙ୍କର, ମନସୁଖ ମାଣ୍ଡବିୟ, ସିଆର ପାଟିଲ, ନିମୁ ବେନ ବାଂଭନିୟା ଶପଥ ଗ୍ରହଣ କରିବେ। ଏହାପରେ ଓଡ଼ିଶାର ୩ ଏମପିଙ୍କୁ ଶପଥ ପାଠ କରାଯିବ।
The post ମୋଦିଙ୍କ ପରେ ଶପଥ ନେବେ ରାଜନାଥ, ସମସ୍ତଙ୍କ କ୍ରମ ହେଲା ସ୍ଥିର appeared first on Dharitri Odia News.