ମୋଦିଙ୍କ ପାଦ ଛୁଇଁଲେ ନୀତୀଶ: ଭିଡିଓ ଭାଇରାଲ

ନବାଦା,୭।୪: ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ରବିବାର ନବାଦାରେ ଏକ ନିର୍ବାଚନ ରାଲିରେ ଦେଇଥିବା ଭାଷଣ ଅନେକ ଦିଗରୁ ଆଲୋଚନାର ବିଷୟ ପାଲଟିଛି। ୨୫ ମିନିଟର ସମ୍ବୋଧନରେ ସେ ମଜାଳିଆ ଢଙ୍ଗରେ ବି କହିଛନ୍ତି, ଏହାସହ ସେ ମଞ୍ଚରେ ବସିଥିବା ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିବା ମଧ୍ୟ ଦେଖିବାକୁ ମିଳିଛି। ଆରଜେଡି ବିଧାୟକ ତେଜସ୍ବୀ ଯାଦବ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି କି ତାଙ୍କୁ ଏ କଥା ବହୁତ ଖରାପ ଲାଗିଛି। ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ […] The post ମୋଦିଙ୍କ ପାଦ ଛୁଇଁଲେ ନୀତୀଶ: ଭିଡିଓ ଭାଇରାଲ appeared first on Dharitri Odia News.

ମୋଦିଙ୍କ ପାଦ ଛୁଇଁଲେ ନୀତୀଶ: ଭିଡିଓ ଭାଇରାଲ

ନବାଦା,୭।୪: ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ରବିବାର ନବାଦାରେ ଏକ ନିର୍ବାଚନ ରାଲିରେ ଦେଇଥିବା ଭାଷଣ ଅନେକ ଦିଗରୁ ଆଲୋଚନାର ବିଷୟ ପାଲଟିଛି। ୨୫ ମିନିଟର ସମ୍ବୋଧନରେ ସେ ମଜାଳିଆ ଢଙ୍ଗରେ ବି କହିଛନ୍ତି, ଏହାସହ ସେ ମଞ୍ଚରେ ବସିଥିବା ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିବା ମଧ୍ୟ ଦେଖିବାକୁ ମିଳିଛି। ଆରଜେଡି ବିଧାୟକ ତେଜସ୍ବୀ ଯାଦବ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି କି ତାଙ୍କୁ ଏ କଥା ବହୁତ ଖରାପ ଲାଗିଛି।

ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ ନୀତୀଶ କୁମାରଙ୍କ ଭାଷଣ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଏହାପରେ ଉଭୟ ଗୁପଚୁପ ଭାବେ କିଛି କଥା ହୋଇଥିଲେ। ଏନଡିଟିଭିର ସୂଚନା ଅନୁଯାୟୀ, ଏହି କଥା ଶୁଣିଥିବା ଜଣେ ନେତା କହିଛନ୍ତି , ଆପଣ ଏତେ ସୁନ୍ଦର ଭାଷଣ ଦେଇଛନ୍ତି, ଏହାପରେ ମୋ ପାଖରେ ଆଉ କିଛି ନାହିଁ କହିବାକୁ। ଏହାପରେ ମୁଖ୍ୟମନ୍ତ୍ରୀ ସ୍ମିତହାସ୍ୟ ଦେବା ସହ ନଇଁ ପଡି ତାଙ୍କ ପାଦ ସ୍ପର୍ଶ କରିଥିଲେ।

ନୀତୀଶଙ୍କ ଏହି ଭାଷଣ କିଛି ସମୟ ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବିଶେଷକରି ଯେଉଁ ଅଂଶରେ ମୁଖ୍ୟମନ୍ତ୍ରୀ ଶୁଣିବାକୁ ମିଳୁଛି ଯେ ଆସନ୍ତା ସାଧାରଣ ନିର୍ବାଚନରେ ଲୋକମାନେ ସେମାନଙ୍କର ସମସ୍ତ ଭୋଟ ପ୍ରଧାନମନ୍ତ୍ରୀଙ୍କୁ ଦେବେ, ଯିଏ ‘ଚାରି ଲା – (ନିଜେ ଚେକ) ୪୦୦ ଏମପିଙ୍କ ସହିତ ଫେରିବେ। ଲୋକ ସଭାର ମୋଟ ସଦସ୍ୟ ସଂଖ୍ୟା ୫୪୩ ଏବଂ ପ୍ରଧାନମନ୍ତ୍ରୀ ମୋଦି ଭାଜପା ପାଇଁ ୩୭୦ଟି ଆସନ ଦେଇଥିବାବେଳେ ଆସନ୍ତା ଲୋକ ସଭା ନିର୍ବାଚନରେ ଏନଡିଏ ପାଇଁ ୪୦୦ରୁ ଅଧିକ ସିଟ ଟାର୍ଗେଟ ଦେଇଛନ୍ତି।

 

The post ମୋଦିଙ୍କ ପାଦ ଛୁଇଁଲେ ନୀତୀଶ: ଭିଡିଓ ଭାଇରାଲ appeared first on Dharitri Odia News.