ମୋଦିଙ୍କ ପ୍ରସ୍ତାବକୁ ଖୋଲାଖୋଲି ସମର୍ଥନ କଲେ ମାୟାବତୀ-ଅଖିଳେଶ, କଂଗ୍ରେସର ବଢିଲା ହାର୍ଟବିଟ୍‌

ନୂଆଦିଲ୍ଲୀ,୧୮।୯: ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟିର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମୋଦି କ୍ୟାବିନେଟର ନିଷ୍ପତ୍ତିକୁ ଦଳ ସମର୍ଥନ କରି କହିଛି ଯେ ଆମେ ମଧ୍ୟ ଏହାର ସପକ୍ଷରେ ଅଛୁ। ଆମେ ମଧ୍ୟ ଗୋଟିଏ ଦେଶ, ଦେଶରେ ଗୋଟିଏ ର୍ନିିାଚନ ଚାହୁଁଛୁ। ଦଳର ନେତା ରବିଦାସ ମେହେରୋତ୍ରା କହିଛନ୍ତି ଯେ ସମାଜବାଦୀ ପାର୍ଟି ମଧ୍ୟ ଏହାର ସପକ୍ଷରେ ଅଛି। ଏଥିପାଇଁ ଭାଜପା ସବୁ ଦଳର ନେତାଙ୍କ ଏକ ସର୍ବଦଳୀୟ ବୈଠକ ଡାକିବା ଉଚିତ୍‌। ସେ […] The post ମୋଦିଙ୍କ ପ୍ରସ୍ତାବକୁ ଖୋଲାଖୋଲି ସମର୍ଥନ କଲେ ମାୟାବତୀ-ଅଖିଳେଶ, କଂଗ୍ରେସର ବଢିଲା ହାର୍ଟବିଟ୍‌ appeared first on Dharitri Odia News.

ମୋଦିଙ୍କ ପ୍ରସ୍ତାବକୁ ଖୋଲାଖୋଲି ସମର୍ଥନ କଲେ ମାୟାବତୀ-ଅଖିଳେଶ, କଂଗ୍ରେସର ବଢିଲା ହାର୍ଟବିଟ୍‌

ନୂଆଦିଲ୍ଲୀ,୧୮।୯: ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟିର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମୋଦି କ୍ୟାବିନେଟର ନିଷ୍ପତ୍ତିକୁ ଦଳ ସମର୍ଥନ କରି କହିଛି ଯେ ଆମେ ମଧ୍ୟ ଏହାର ସପକ୍ଷରେ ଅଛୁ। ଆମେ ମଧ୍ୟ ଗୋଟିଏ ଦେଶ, ଦେଶରେ ଗୋଟିଏ ର୍ନିିାଚନ ଚାହୁଁଛୁ। ଦଳର ନେତା ରବିଦାସ ମେହେରୋତ୍ରା କହିଛନ୍ତି ଯେ ସମାଜବାଦୀ ପାର୍ଟି ମଧ୍ୟ ଏହାର ସପକ୍ଷରେ ଅଛି। ଏଥିପାଇଁ ଭାଜପା ସବୁ ଦଳର ନେତାଙ୍କ ଏକ ସର୍ବଦଳୀୟ ବୈଠକ ଡାକିବା ଉଚିତ୍‌। ସେ କହିଛନ୍ତି ଯେ ଗତ ୧୦ବର୍ଷ ଧରି ଭାଜପା କେବଳ ଏ ବିଷୟରେ ଆଲୋଚନା କରୁଛି ଏବଂ ଏହାକୁ ପ୍ରଚାର କରୁଛି। ୧୦ବର୍ଷ ଧରି କାହିଁକି ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଅନୁଷ୍ଠିତ ହେଲା ନାହିଁ ବୋଲି ପ୍ରଶ୍ନ ଉଠିଛି। ବିଧାନସଭା ଓ ଲୋକ ସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବା ଉଚିତ୍‌।
ୱାନ ନେସନ, ୱାନ ଇଲେକଶନରେ ବିଏସପି ସୁପ୍ରିମୋ ମାୟାବତୀ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ମାୟାବତୀ ତାଙ୍କର ଏକ ଟୁଇଟରେ କହିଛନ୍ତି ଯେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବ୍ୟବସ୍ଥାରେ ଦେଶରେ ଏକକାଳୀନ ଲୋକ ସଭା, ବିଧାନସଭା ଏବଂ ସ୍ଥାନୀୟ ନିର୍ବାଚନ ଆୟୋଜନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଦେଇଥିବା ଅନୁମୋଦନ ଉପରେ ଆମ ଦଳର ଆଭିମୁଖ୍ୟ ସକରାତ୍ମକ ଅଟେ। କିନ୍ତୁ ଏହାର ଉଦ୍ଦେଶ୍ୟ ଦେଶ ତଥା ଜନସାଧାରଣଙ୍କ ସ୍ବାର୍ଥରେ ହେବା ଜରୁରୀ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବୁଧବାର କହିଛନ୍ତି ଯେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରଣାଳୀ ବ୍ୟବହାରିକ ନୁହେଁ। ସେ କହିଛନ୍ତି ଯେ ନିର୍ବାଚନ ସମୟରେ ଭାଜପା ବାସ୍ତବ ପ୍ରସଙ୍ଗରୁ ଧ୍ୟାନକୁ ଦୂରେଇ ରଖିବାକୁ ଚେଷ୍ଟା କରୁଛି। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ବ୍ୟବସ୍ଥା କାମ କରିବ ନାହିଁ। ଖାର୍ଗେ କହିଛନ୍ତି, ’ଏହା ବ୍ୟବହାରିକ ନୁହେଁ, ଏହା ସ୍ଥାୟୀ ନୁହେଁ … ନିର୍ବାଚନ ସମୟରେ ଯେତେବେଳେ ପ୍ରସଙ୍ଗଗୁଡ଼ିକ ମେଳ ଖାଉ ନଥାଏ, ସେତେବେଳେ ଲୋକମାନେ ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ଦୂରେଇ ରଖିବା ପାଇଁ ଏହିପରି କଥା ହୁଅନ୍ତି।’
ସୂଚନାଯୋଗ୍ୟ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କହିଛନ୍ତି ଯେ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ବର୍ତ୍ତମାନର କାର୍ଯ୍ୟକାଳ ମଧ୍ୟରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କାର୍ଯ୍ୟକାରୀ କରିବେ।

The post ମୋଦିଙ୍କ ପ୍ରସ୍ତାବକୁ ଖୋଲାଖୋଲି ସମର୍ଥନ କଲେ ମାୟାବତୀ-ଅଖିଳେଶ, କଂଗ୍ରେସର ବଢିଲା ହାର୍ଟବିଟ୍‌ appeared first on Dharitri Odia News.