ମୋଦିଙ୍କ ମାରାଥନ ଗସ୍ତ: ୩ ଦିନରେ ଯିବେ ୫ ରାଜ୍ୟ

ନୂଆଦିଲ୍ଲୀ,୩।୩:ଲୋକ ସଭା ନିର୍ବାଚନ ଖୁବ୍‌ଶୀଘ୍ର ଘୋଷଣା ହେବାକୁ ଥିବାରୁ ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ୧୦ ଦିନରେ ୧୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ମୋଟ ୨୯ଟି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମ ୩ ଦିନରେ ମୋଦି ଓଡ଼ିଶା, ତେଲଙ୍ଗାନା, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ବିହାର ଯିବେ। ସୋମବାର ସେ ତେଲଙ୍ଗାନାର ଆଡିଲାବାଦରେ ଅନେକ ବିକାଶମୂଳକ ପ୍ରକଳ୍ପ ଉଦ୍‌ଘାଟନ କରିବା ପରେ ତାମିଲନାଡୁର କଳ୍ପକମ୍‌ଠାରେ ଭାରତୀୟ ନାଭିକୀୟ ବିଦ୍ୟୁତ୍‌ ନିଗମ […] The post ମୋଦିଙ୍କ ମାରାଥନ ଗସ୍ତ: ୩ ଦିନରେ ଯିବେ ୫ ରାଜ୍ୟ appeared first on Dharitri Odia News.

ମୋଦିଙ୍କ ମାରାଥନ ଗସ୍ତ: ୩ ଦିନରେ ଯିବେ ୫ ରାଜ୍ୟ

ନୂଆଦିଲ୍ଲୀ,୩।୩:ଲୋକ ସଭା ନିର୍ବାଚନ ଖୁବ୍‌ଶୀଘ୍ର ଘୋଷଣା ହେବାକୁ ଥିବାରୁ ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ୧୦ ଦିନରେ ୧୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ମୋଟ ୨୯ଟି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମ ୩ ଦିନରେ ମୋଦି ଓଡ଼ିଶା, ତେଲଙ୍ଗାନା, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ବିହାର ଯିବେ। ସୋମବାର ସେ ତେଲଙ୍ଗାନାର ଆଡିଲାବାଦରେ ଅନେକ ବିକାଶମୂଳକ ପ୍ରକଳ୍ପ ଉଦ୍‌ଘାଟନ କରିବା ପରେ ତାମିଲନାଡୁର କଳ୍ପକମ୍‌ଠାରେ ଭାରତୀୟ ନାଭିକୀୟ ବିଦ୍ୟୁତ୍‌ ନିଗମ ଲିମିଟେଡ୍‌ ପରିଦର୍ଶନ କରିବେ। ଆଡିଲାବାଦ ଏବଂ ଚେନ୍ନାଇରେ ମୋଦି ଜନସଭାକୁ ସମ୍ବୋଧନ କରିବେ। ୫ ତାରିଖରେ ସେ ତେଲଙ୍ଗାନାର ସାଙ୍ଗାରେଡ୍ଡୀଠାରେ କେତେକ ପ୍ରକଳ୍ପ ଶୁଭାରମ୍ଭ କରିବା ସହ ଏକ ସଭାରେ ଯୋଗଦେବେ। ଏହା ପରେ ଓଡ଼ିଶା ଆସି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ଚଣ୍ଡିଖୋଲଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରିବେ। ୬ ତାରିଖରେ କୋଲକାତାର ବିକାଶମୂଳକ ପ୍ରକଳ୍ପ ଉଦ୍‌ଘାଟନ ସହ ବାରାସାତ୍‌ରେ ସଭା କରିବେ। ଏହା ପରେ ବିହାର ଯାଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ।

The post ମୋଦିଙ୍କ ମାରାଥନ ଗସ୍ତ: ୩ ଦିନରେ ଯିବେ ୫ ରାଜ୍ୟ appeared first on Dharitri Odia News.