ମୋଦିଙ୍କ ହାତରେ ଲୋକାର୍ପିତ ହୋଇଛି ବିଶ୍ବର ସର୍ବୋଚ୍ଚ ରେଲୱେ ବ୍ରିଜ
ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ଲୋକାର୍ପିତ ହୋଇଛି ବିଶ୍ବର ସର୍ବୋଚ୍ଚ ରେଲୱେ ବ୍ରିଜ, ଚେନାବ ବ୍ରିଜ୍ ସହ ଦେଶର ପ୍ରଥମ ଝୁଲା ରେଳ ବ୍ରିଜ୍ ଅଞ୍ଜି ବ୍ରିଜ୍। ଦୁର୍ଗମ ହିମାଳୟ ପର୍ବତର ଛାତି ଚିରି ଉପତ୍ୟକାକୁ ସାରା ଭାରତ ସହ ଯୋଡୁଥିବା ଏହି ଦୁଇ ବ୍ରିଜର ଲୋକାର୍ପଣ ସହ ପ୍ରାୟ ୪୪ ହଜାର କୋଟିର ଉନ୍ନୟନ ପ୍ରକଳ୍ପର ବି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ପାକିସ୍ତାନକୁ ମାନବବାଦର ଦୁସ୍ମନ୍ କହି ଖୁବ୍ ଧୁଲେଇ କରିଥିଲେ। ଏମିତିକି ଅପରେସନ ସିନ୍ଦୂରକୁ ପଡ଼ୋଶୀ ଆଦୌ ଭୁଲିବନି ବୋଲି କହିଥିଲେ ମୋଦି !