ମୋଦିଙ୍କୁ ଦେଖି ଏମିତି ପ୍ରତିକ୍ରିୟା ଦେଲେ ‘ଦ ୟୁନିଭର୍ସ ବସ୍‌’: ଭିଡିଓ ହେଉଛି ଭାଇରାଲ୍‌..

ନୂଆଦିଲ୍ଲୀ,୪।୧୦: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମାଇକାରେ ପ୍ରଧାନମନ୍ତ୍ରୀ ଆଣ୍ଡ୍ରିୟୁ ହୋଲେନ୍ସଙ୍କୁ ଭେଟିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି, ନୂଆଦିଲ୍ଲୀରେ ଜାମାଇକା ହାଇ କମିଶନଙ୍କ ସମ୍ମୁଖରେ ଥିବା ରାସ୍ତାର ନାମ ‘ଜାମାଇକା ରୋଡ’ ରଖାଯାଇଛି, ଯାହାକି ଭାରତ-ଜାମାଇକା ସମ୍ପର୍କକୁ ପ୍ରତିଫଳିତ କରିଥାଏ। ଭାରତୀୟ ପ୍ରଧାନମନ୍ତ୍ରୀ କହିଛନ୍ତି, ଉସେନ ବୋଲ୍ଟଙ୍କ ଅପେକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦ୍ରୁତ ଗତିରେ ବୃଦ୍ଧି ପାଇବ। ଏହା ବ୍ୟତୀତ କ୍ରିକେଟ ଜଗତର ୟୁନିଭର୍ସ ବସ ଅର୍ଥାତ୍‌ କ୍ରିସ […] The post ମୋଦିଙ୍କୁ ଦେଖି ଏମିତି ପ୍ରତିକ୍ରିୟା ଦେଲେ ‘ଦ ୟୁନିଭର୍ସ ବସ୍‌’: ଭିଡିଓ ହେଉଛି ଭାଇରାଲ୍‌.. appeared first on Dharitri Odia News.

ମୋଦିଙ୍କୁ ଦେଖି ଏମିତି ପ୍ରତିକ୍ରିୟା ଦେଲେ ‘ଦ ୟୁନିଭର୍ସ ବସ୍‌’: ଭିଡିଓ ହେଉଛି ଭାଇରାଲ୍‌..

ନୂଆଦିଲ୍ଲୀ,୪।୧୦: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମାଇକାରେ ପ୍ରଧାନମନ୍ତ୍ରୀ ଆଣ୍ଡ୍ରିୟୁ ହୋଲେନ୍ସଙ୍କୁ ଭେଟିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି, ନୂଆଦିଲ୍ଲୀରେ ଜାମାଇକା ହାଇ କମିଶନଙ୍କ ସମ୍ମୁଖରେ ଥିବା ରାସ୍ତାର ନାମ ‘ଜାମାଇକା ରୋଡ’ ରଖାଯାଇଛି, ଯାହାକି ଭାରତ-ଜାମାଇକା ସମ୍ପର୍କକୁ ପ୍ରତିଫଳିତ କରିଥାଏ।
ଭାରତୀୟ ପ୍ରଧାନମନ୍ତ୍ରୀ କହିଛନ୍ତି, ଉସେନ ବୋଲ୍ଟଙ୍କ ଅପେକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦ୍ରୁତ ଗତିରେ ବୃଦ୍ଧି ପାଇବ। ଏହା ବ୍ୟତୀତ କ୍ରିକେଟ ଜଗତର ୟୁନିଭର୍ସ ବସ ଅର୍ଥାତ୍‌ କ୍ରିସ ଗେଲ ମଧ୍ୟ ଉପସ୍ଥିତ ଥିଲେ। କ୍ରିସ ଗେଲ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି।

କ୍ରିସ ଗେଲ ଫଟୋ ଏବଂ ଭିଡିଓ ଶେୟାର କରି ଲେଖିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ଗୌରବର ବିଷୟ। ଜାମାଇକାକୁ ଭାରତ, ପ୍ରେମ … କ୍ରିସ ଗେଲଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବୈଠକରେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କ୍ରିକେଟ ପ୍ରେମୀ ଦେଶ ଭାବରେ କ୍ରୀଡା ଆମ ସମ୍ପର୍କରେ ଅତ୍ୟନ୍ତ ଦୃଢ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, କ୍ରିକେଟରଙ୍କ ପାଇଁ ଭାରତର ଲୋକଙ୍କର ଏକ ବିଶେଷ ପ୍ରେମ ରହିଛି। କ୍ରୀଡା କ୍ଷେତ୍ରରେ ଆମର ସହଯୋଗକୁ ଆହୁରି ଗଭୀର କରିବା ବିଷୟରେ ମଧ୍ୟ ଆଲୋଚନା କରିଛୁ। ମୁଁ ନିଶ୍ଚିତ ଯେ ଆଜିର ଆଲୋଚନାର ଫଳାଫଳ ଉସେନ ବୋଲ୍ଟଙ୍କ ଅପେକ୍ଷା ଆମର ସମ୍ପର୍କକୁ ଶୀଘ୍ର ଆଗକୁ ବଢାଇବ ଏବଂ ଆମେ ନୂତନ ଉଚ୍ଚତାକୁ ଛୁଇଁବା ଜାରି ରଖିବୁ। ପ୍ରାୟ ୧୮୦ ବର୍ଷ ପୂର୍ବେ ଭାରତରୁ ଜାମାଇକା ଯାଇଥିବା ଲୋକମାନେ ଆମର ଲୋକଙ୍କ ସହ ଲୋକଙ୍କ ସମ୍ପର୍କର ଦୃଢ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଭାରତୀୟ ମୂଳରୁ ପ୍ରାୟ ୭୦,୦୦୦ ଲୋକ ଯେଉଁମାନେ ଜାମାଇକାକୁ ଘର ବୋଲି କୁହନ୍ତି, ସେମାନେ ଆମର ସାଂସ୍କୃତିକ ଐତିହ୍ୟର ଜୀବନ୍ତ ଉଦାହରଣ।

 

View this post on Instagram

 

A post shared by Chris Gayle ???? (@chrisgayle333)

The post ମୋଦିଙ୍କୁ ଦେଖି ଏମିତି ପ୍ରତିକ୍ରିୟା ଦେଲେ ‘ଦ ୟୁନିଭର୍ସ ବସ୍‌’: ଭିଡିଓ ହେଉଛି ଭାଇରାଲ୍‌.. appeared first on Dharitri Odia News.