ମୋଦିଙ୍କୁ ନେଇ ବଡ ଦାବି କଲେ ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ,୧।୧୦: ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପି.କେ) ସୋମବାର କହିଛନ୍ତି ଯେ ନରେନ୍ଦ୍ର ମୋଦି ତାଙ୍କର ତୃତୀୟ କାର୍ଯ୍ୟକାଳରେ ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ। ଏହା ସହ ପିଏମ ମୋଦିଙ୍କ ଶକ୍ତି ଏବଂ ଲୋକପ୍ରିୟତା ହ୍ରାସ ପାଇଛି। ନ୍ୟୁଜ ଏଜେନ୍ସି ଏଏନଆଇ ସହିତ କଥାବାର୍ତ୍ତା କରି ପ୍ରଶାନ୍ତ କିଶୋର କହିଛନ୍ତି ଯେ ମୁଁ ନିର୍ବାଚନ ପୂର୍ବରୁ କହିଥିଲି, ସେ ଯେତେ […] The post ମୋଦିଙ୍କୁ ନେଇ ବଡ ଦାବି କଲେ ପ୍ରଶାନ୍ତ କିଶୋର appeared first on Dharitri Odia News.
ନୂଆଦିଲ୍ଲୀ,୧।୧୦: ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପି.କେ) ସୋମବାର କହିଛନ୍ତି ଯେ ନରେନ୍ଦ୍ର ମୋଦି ତାଙ୍କର ତୃତୀୟ କାର୍ଯ୍ୟକାଳରେ ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ। ଏହା ସହ ପିଏମ ମୋଦିଙ୍କ ଶକ୍ତି ଏବଂ ଲୋକପ୍ରିୟତା ହ୍ରାସ ପାଇଛି।
ନ୍ୟୁଜ ଏଜେନ୍ସି ଏଏନଆଇ ସହିତ କଥାବାର୍ତ୍ତା କରି ପ୍ରଶାନ୍ତ କିଶୋର କହିଛନ୍ତି ଯେ ମୁଁ ନିର୍ବାଚନ ପୂର୍ବରୁ କହିଥିଲି, ସେ ଯେତେ ସିଟ ପାଇଲେ ମଧ୍ୟ ସେ ତାଙ୍କ ତୃତୀୟ କାର୍ଯ୍ୟକାଳରେ ଦୁର୍ବଳ ପ୍ରମାଣିତ ହେବେ, କାରଣ ଲୋକମାନେ ଗତ ୧୦ ବର୍ଷ ମଧ୍ୟରେ ତାଙ୍କ କାର୍ଯ୍ୟ ଦେଖିଛନ୍ତି।
ପ୍ରଶାନ୍ତ କିଶୋର କହିଛନ୍ତି ଯେ ୨୦୧୪ରେ ବିହାରର ଲୋକମାନେ ଭାଜପାକୁ ୩୦ରୁ ଅଧିକ ସିଟ ଦେଇଛନ୍ତି। ୨୦୧୯ରେ ୩୯ଟି ସିଟ ଦେଇଛନ୍ତି। ଏଥର ମଧ୍ୟ ସେମାନେ (ଭାଜପା) ୩୦ରୁ ଅଧିକ ସିଟ ଜିତିଛନ୍ତି, କିନ୍ତୁ ବିହାର ଲୋକଙ୍କ ଜୀବନରେ କ’ଣ ପରିବର୍ତ୍ତନ ଘଟିଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି, ଯଦି କିଛି ପରିବର୍ତ୍ତନ ହୋଇନାହିଁ ତେବେ ନିଶ୍ଚିତ ଭାବରେ ୨୦୧୪ ଏବଂ ୨୦୧୯ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥକମାନେ ନିରାଶ ହୋଇଥିବେ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଏବଂ ଶକ୍ତି ହ୍ରାସ ପାଇଛି।
The post ମୋଦିଙ୍କୁ ନେଇ ବଡ ଦାବି କଲେ ପ୍ରଶାନ୍ତ କିଶୋର appeared first on Dharitri Odia News.