ମୋଦିଙ୍କୁ ୭୫ ବର୍ଷ ହେବାକୁ ଅପେକ୍ଷା କରିଛନ୍ତି ଜନତା, ବର୍ଷିଲେ ସିସୋଡିଆ
ନୂଆଦିଲ୍ଲୀ,୭।୧୦: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏକ ସାମ୍ବାଦିକ ସମ୍ମିଳନୀରେ ଭାଜପା ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ଭାରତବାସୀ ଭାରତୀୟ ଜନତା ପାର୍ଟି(ଭାଜପା)କୁ ବିଦାୟ ଦେବାକୁ ଯାଉଛନ୍ତି। ହରିୟାଣାର ଏକଜିଟ ପୋଲ ମଧ୍ୟ ସମାନ କଥା ପ୍ରମାଣ କରୁଛି । ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ବେକାରୀକୁ ନେଇ ନରେନ୍ଦ୍ର ମୋଦି ଚିନ୍ତିତ ନୁହଁନ୍ତି ବରଂ ଅରବିନ୍ଦ କେଜରିୱାଲଙ୍କ ବଢୁଥିବା ଲୋକପ୍ରିୟତାକୁ ନେଇ ଚିନ୍ତିତ ଅଛନ୍ତି। ସେ କହିଛନ୍ତି […] The post ମୋଦିଙ୍କୁ ୭୫ ବର୍ଷ ହେବାକୁ ଅପେକ୍ଷା କରିଛନ୍ତି ଜନତା, ବର୍ଷିଲେ ସିସୋଡିଆ appeared first on Dharitri Odia News.
ନୂଆଦିଲ୍ଲୀ,୭।୧୦: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏକ ସାମ୍ବାଦିକ ସମ୍ମିଳନୀରେ ଭାଜପା ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ଭାରତବାସୀ ଭାରତୀୟ ଜନତା ପାର୍ଟି(ଭାଜପା)କୁ ବିଦାୟ ଦେବାକୁ ଯାଉଛନ୍ତି। ହରିୟାଣାର ଏକଜିଟ ପୋଲ ମଧ୍ୟ ସମାନ କଥା ପ୍ରମାଣ କରୁଛି । ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ବେକାରୀକୁ ନେଇ ନରେନ୍ଦ୍ର ମୋଦି ଚିନ୍ତିତ ନୁହଁନ୍ତି ବରଂ ଅରବିନ୍ଦ କେଜରିୱାଲଙ୍କ ବଢୁଥିବା ଲୋକପ୍ରିୟତାକୁ ନେଇ ଚିନ୍ତିତ ଅଛନ୍ତି।
ସେ କହିଛନ୍ତି ଯେ ଦେଶରେ ଆତଙ୍କବାଦୀଙ୍କ ଆର୍ଥିକ ସହାୟତା ବନ୍ଦ କରିବାକୁ ପିଏମଏଲଏ ଆଇନ ପ୍ରସ୍ତୁତ କରାଯାଇଛି କିନ୍ତୁ ଏହାକୁ ରାଜନୈତିକ ସ୍ତରରେ ଅପବ୍ୟବହାର କରାଯାଇଛି। ଯାହା ପରେ କୋର୍ଟ ଏପରି ନିଷ୍ପତ୍ତି ନେଇଥିଲେ, ଯେଉଁଥିପାଇଁ ପିଏମଏଲଏର ବିଭାଗ ଦୁର୍ବଳ ହୋଇଯାଇଛି। ଅପବ୍ୟବହାର ହେତୁ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର କ୍ଷମତା ହ୍ରାସ ପାଉଛି, କିନ୍ତୁ ନରେନ୍ଦ୍ର ମୋଦି ଆଦୌ ଚିନ୍ତିତ ନୁହଁନ୍ତି। ସେ ନିଜକୁ ଭଗବାନଙ୍କଠାରୁ ମଧ୍ୟ ଅଧିକ ଭାବନ୍ତି।
ସେ କହିଛନ୍ତି ଯେ ସୋମବାର ସଞ୍ଜୀବ ଆରୋରା ଙ୍କ ଘରେ ହୋଇଥିବା ଚଢାଉ ହରିୟାଣାର ଏକଜିଟ ପୋଲ ଯୋଗୁଁ ହୋଇଛି। ହରିୟାଣାର ଲୋକମାନେ ତାଙ୍କୁ ବିଦାୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ନରେନ୍ଦ୍ର ମୋଦି ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀକୁ ନେଇ ଚିନ୍ତିତ ନୁହଁନ୍ତି। ଆଜି ଦେଶର ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ୭୫ବର୍ଷ ଏବଂ ତାଙ୍କ ବିଦାୟ ପାଇଁ ଅପେକ୍ଷା କରିଛନ୍ତି।
ସେ କହିଛନ୍ତି ଯେ ଆମ ଆଦମୀ ପାର୍ଟି, ଅରବିନ୍ଦ କେଜରିୱାଲ ଜୀ ଏବଂ ଆମର ନେତାମାନଙ୍କୁ ହଟାଇବା ଉଦ୍ଦେଶ୍ୟରେ ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ଶୁଆ-ସାରୀ ଇଡି ରାଜ୍ୟ ସଭା ଏମପି ସଞ୍ଜୀବ ଆରୋରାଙ୍କ ଘରେ ଚଢାଉ କରିଛନ୍ତି। କୌଣସି ଦୁର୍ନୀତି ହେତୁ ନୁହେଁ ବରଂ ସଞ୍ଜୀବ ଜୀ ଆମ ଆଦମୀ ପାର୍ଟିର ସଦସ୍ୟ ଥିବାରୁ ଏହି ଚଢାଉ କରାଯାଇଥିଲା। ଯଦି ନିର୍ବାଚନରେ ନରେନ୍ଦ୍ର ମୋଦି ଅରବିନ୍ଦ କେଜରିୱାଲ ଜୀ ଏବଂ ଆମ ଆଦମୀ ପାର୍ଟିକୁ ପରାସ୍ତ କରିବାରେ ସକ୍ଷମ ନୁହଁନ୍ତି, ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
The post ମୋଦିଙ୍କୁ ୭୫ ବର୍ଷ ହେବାକୁ ଅପେକ୍ଷା କରିଛନ୍ତି ଜନତା, ବର୍ଷିଲେ ସିସୋଡିଆ appeared first on Dharitri Odia News.