ମୋଦୀ ସରକାରଙ୍କ 'ୱାନ ନେସନ୍, ୱାନ ଇଲେକ୍ସନ'କୁ ୩୨ ଦଳର ସମର୍ଥନ, ଜାଣନ୍ତୁ କେଉଁ ଦଳ କରୁଛନ୍ତି ବିରୋଧ
ନୂଆଦିଲ୍ଲୀ: ୱାନ ନେସନ୍, ୱାନ ଇଲେକ୍ସନ ପ୍ରସଙ୍ଗରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବିଭିନ୍ନ ପାର୍ଟି ସହ ଆଲୋଚନା କରିଥିଲା । କମିଟି ଏହି ପ୍ରସଙ୍ଗରେ ୬୨ ପାର୍ଟି ସହ ଆଲୋଚନା କରିଥିଲା, ଯେଉଁଥିରୁ ୪୭ ରାଜନୀତିକ ଦଳ ମଧ୍ୟରୁ ୩୨ ଏକାସଙ୍ଗରେ ନିର୍ବାଚନ ପାଇଁ ସମର୍ଥନ କରିଛନ୍ତି, ଅନ୍ୟପଟେ ୧୫ ଦଳ ଏହାକୁ ବିରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ କମିଟି ନିଜ ରିପୋର୍ଟ ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ହସ୍ତାନ୍ତର କରିଛି । ଏହି ରିପୋର୍ଟ ଅନୁସାରେ ମୋଟ ୧୫ ଦଳ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ରାଷ୍ଟ୍ରୀୟ ଦଳରେ କଂଗ୍ରେସ, ଆମ ଆଦମୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ମାର୍କ୍ସବାଦୀ କମ୍ୟୁନିଷ୍ଟି ପାର୍ଟି ଦେଶରେ ଏକାସଙ୍ଗରେ ନିର୍ବାଚନ କରିବା ପ୍ରସ୍ତାବକୁ ବିରୋଧ କରିଛନ୍ତି । ଅନ୍ୟପଟେ ନ୍ୟାସନାଲ୍ ପିପୁଲ୍ସ ପାର୍ଟି (ଏନପିପି) ଏହାର ସମର୍ଥନ କରିଛି ।ପଢନ୍ତୁ: ଓ୍ବାନ ନେସନ, ଓ୍ବାନ ଇଲେକ୍ସନ; ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କଲା ରାମନାଥ କୋବିନ୍ଦ କମିଟିରିପୋର୍ଟରେ କୁହାଯାଇଛି, ୪୭ ରାଜନୀତିକ ଦଳଙ୍କ ପ୍ରତିକ୍ରିୟା ମିଳିଛି । ୧୫ ରାଜନୀତିକ ଦଳକୁ ଛାଡ଼ି ଅନ୍ୟ ୩୨ ରାଜନୀତିକ ଦଳ କେବଳ ଏକାସଙ୍ଗରେ ନିର୍ବାଚନ ବ୍ୟବସ୍ଥାର ସମର୍ଥନ କରିବା ସହ, ସଂସାଧନକୁ ବଞ୍ଚାଇବା, ସାମାଜିକ ସଦଦ୍ଭାବନାର ରକ୍ଷା କରିବା ଏବଂ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ
ନୂଆଦିଲ୍ଲୀ: ୱାନ ନେସନ୍, ୱାନ ଇଲେକ୍ସନ ପ୍ରସଙ୍ଗରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବିଭିନ୍ନ ପାର୍ଟି ସହ ଆଲୋଚନା କରିଥିଲା । କମିଟି ଏହି ପ୍ରସଙ୍ଗରେ ୬୨ ପାର୍ଟି ସହ ଆଲୋଚନା କରିଥିଲା, ଯେଉଁଥିରୁ ୪୭ ରାଜନୀତିକ ଦଳ ମଧ୍ୟରୁ ୩୨ ଏକାସଙ୍ଗରେ ନିର୍ବାଚନ ପାଇଁ ସମର୍ଥନ କରିଛନ୍ତି, ଅନ୍ୟପଟେ ୧୫ ଦଳ ଏହାକୁ ବିରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ କମିଟି ନିଜ ରିପୋର୍ଟ ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ହସ୍ତାନ୍ତର କରିଛି । ଏହି ରିପୋର୍ଟ ଅନୁସାରେ ମୋଟ ୧୫ ଦଳ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ରାଷ୍ଟ୍ରୀୟ ଦଳରେ କଂଗ୍ରେସ, ଆମ ଆଦମୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ମାର୍କ୍ସବାଦୀ କମ୍ୟୁନିଷ୍ଟି ପାର୍ଟି ଦେଶରେ ଏକାସଙ୍ଗରେ ନିର୍ବାଚନ କରିବା ପ୍ରସ୍ତାବକୁ ବିରୋଧ କରିଛନ୍ତି । ଅନ୍ୟପଟେ ନ୍ୟାସନାଲ୍ ପିପୁଲ୍ସ ପାର୍ଟି (ଏନପିପି) ଏହାର ସମର୍ଥନ କରିଛି ।
ପଢନ୍ତୁ: ଓ୍ବାନ ନେସନ, ଓ୍ବାନ ଇଲେକ୍ସନ; ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କଲା ରାମନାଥ କୋବିନ୍ଦ କମିଟି
ରିପୋର୍ଟରେ କୁହାଯାଇଛି, ୪୭ ରାଜନୀତିକ ଦଳଙ୍କ ପ୍ରତିକ୍ରିୟା ମିଳିଛି । ୧୫ ରାଜନୀତିକ ଦଳକୁ ଛାଡ଼ି ଅନ୍ୟ ୩୨ ରାଜନୀତିକ ଦଳ କେବଳ ଏକାସଙ୍ଗରେ ନିର୍ବାଚନ ବ୍ୟବସ୍ଥାର ସମର୍ଥନ କରିବା ସହ, ସଂସାଧନକୁ ବଞ୍ଚାଇବା, ସାମାଜିକ ସଦଦ୍ଭାବନାର ରକ୍ଷା କରିବା ଏବଂ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏହି ବିଚାର ଉପରେ ମତ ଦେଇଛନ୍ତି । କମିଟି ଅନୁସାରେ ଯେଉଁ ରାଜନୀତିକ ଦଳଗୁଡ଼ିକ ଏହାର ବିରୋଧ କରୁଛନ୍ତି, ସେମାନେ ଆଶଂକା ପ୍ରକାଶ କରୁଛନ୍ତି ଯେ ଏହାକୁ ଆପଣାଇବା ଦ୍ୱାରା ସମ୍ୱିଧାନର ମୂଳ ସଂରଚନାର ଉଲ୍ଲଙ୍ଘନ ହୋଇପାରେ । ଯାହା ଗଣତାନ୍ତ୍ରିକ ଏବଂ ସଂଘୀୟ ବ୍ୟବସ୍ଥା ବିରୋଧୀ ହୋଇପାରେ, ଆଞ୍ଚଳିକ ଦଳଗୁଡ଼ିକୁ କ୍ଷତି ପହଞ୍ଚିବ ଏବଂ ରାଷ୍ଟ୍ରୀୟ ଦଳଗୁଡ଼ିକ ପ୍ରଭୁତ୍ୱକୁ ପ୍ରୋତ୍ସାହିତ କରିପାରେ । ଏହାର ପରିଣାମ ଦେଶରେ ଶାସନର ରାଷ୍ଟ୍ରପତି ପ୍ରଣାଳୀ ରୂପେ ସାମନାକୁ ଆସିପାରେ ।
ରିପୋର୍ଟରେ କୁହାଯାଇଛି ଯେ ଆପ୍, କଂଗ୍ରେସ, ମାକପା ପ୍ରସ୍ତାବକୁ ଏହା କହି ଖାରଜ କହିଛନ୍ତି ଯେ ଗଣତନ୍ତ୍ର ଏବଂ ସମ୍ୱିଧାନର ମୂଳ ସଂରଚନାକୁ ଦୁର୍ବଳ କରୁଛି । ଏହି ରିପୋର୍ଟ ଅନୁସାରେ, ବିଏସପି ସ୍ପଷ୍ଟ ରୂପେ ଏହାକୁ ବିରୋଧ କରି ନାହିଁ କିନ୍ତୁ ଦେଶର ବଡ଼ କ୍ଷେତ୍ରୀୟ ସୀମା ଏବଂ ଜନସଂଖ୍ୟା ଉପରେ ନିଜ ଚିନ୍ତା ପ୍ରକାଶ କରିଛି, ଯାହା ଏହାର କ୍ରିୟାନ୍ୱୟନ ପାଇଁ ବଡ଼ ଆହ୍ୱାନ ହୋଇପାରେ । ସମାଜବାଦୀ ପାର୍ଟି ନିଜ ଜବାବରେ କହିଛି ଯେ ଯଦି ଏକାସଙ୍ଗରେ ନିର୍ବାଚନ କରାଯାଏ, ତେବେ ରାଜ୍ୟ-ସ୍ତରୀୟ ପାର୍ଟି ନିର୍ବାଚନ ରଣନୀତି ଏବଂ ଖର୍ଚ୍ଚରେ ରାଷ୍ଟ୍ରୀୟ ପାର୍ଟି ସହ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ, ଯେଉଁଥି ପାଇଁ ବିବାଦ ବଢିଯିବ ।
ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ଏଆଇୟୁଡିଏଫ, ଟିଏମସି, ଏଆଇଏମଆଇଏମ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଡିଏମକେ, ନାଗା ପିପୁଲ୍ସ ଫ୍ରଣ୍ଟ ଏବଂ ସମାଜବାଦୀ ପାର୍ଟି ଏକାସଙ୍ଗରେ ନିର୍ବାଚନ କରିବା ପ୍ରସ୍ତାବକୁ ବିରୋଧ କରିଛନ୍ତି ।
ଅନ୍ୟପଟେ ଏଆଇଏଡିଏମକେ, ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ, ଆପନା ଦଳ (ସୋନେଲାଲା), ଆସାମ ଗଣ ପରିଷଦ, ବିଜେଡି, ଲୋକ ଜନଶକ୍ତି ପାର୍ଟି (ରାମବିଳାସ), ମିଜୋ ନ୍ୟାସନାଲ ଫ୍ରଣ୍ଟ, ନ୍ୟାସନଲିଷ୍ଟ ଡେମୋକ୍ରେଟିକ ପ୍ରୋଗ୍ରେସିଭ୍ ପାର୍ଟି, ଶିବ ସେନା, ଜେଡିୟୁ, ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା, ଶିରୋମଣି ଅକାଳି ଦଳ ଏବଂ ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବେରାଲ ପ୍ରସ୍ତାବର ସମର୍ଥନ କରିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ୨୦୧୯ରେ ଏକ ସର୍ବଦଳୀୟ ବୈଠକ ହୋଇଥିଲା, ଯେଉଁଥିରେ ସାମିଲ ୧୯ ଦଳ ମଧ୍ୟରୁ ୧୬ ଏକାସଙ୍ଗରେ ନିର୍ବାଚନ ପ୍ରସ୍ତାବକୁ ସମର୍ଥନ କରିଥିଲେ, କେବଳ ତିନି ଦଳ ଏହାକୁ ବିରୋଧ କରିଥିଲେ ।