ମୋବାଇଲ ସଚେତନତା କଲର ଟ୍ୟୁନ ଯୋଗୁ ହଇରାଣ ହେଉଛନ୍ତି କି? ଆପଣାନ୍ତୁ ଏହି Tips
ନୂଆଦିଲ୍ଲୀ ୨୦।୬: ଦେଶରେ ବଢୁଥିବା ଡିଜିଟାଲ ଅପରାଧକୁ ନେଇ ସାଧାରଣ ଲୋକଙ୍କୁ ସତର୍କ କରିବା ଲାଗି ଟେଲିକମ କମ୍ପାନୀମାନେ ଏକ ସାଇବର ସୁରକ୍ଷା ସୂଚନା କଲର ଟ୍ୟୁନ ରୂପେ ଯୋଡିଛନ୍ତି। ସଚେତନତା ଲାଗି ଏହି କଲର ଟ୍ୟୁନ ଠିକ୍ ଅଛି, ତେବେ ସବୁ କଲ ପୂର୍ବରୁ ଏହି କଲର ଟ୍ୟୁନ ବାଜିବା କୌଣସି ବଡ଼ ସମସ୍ୟାରୁ କମ ନୁହେଁ। କିଏ କେତେବି ଏମାର୍ଜେନ୍ସୀରେ ଥାନ୍ତୁ ନା କାହିଁକି ଏହି କଲର ଟ୍ୟୁନ ନ ଶୁଣିବା ପର୍ଯ୍ୟନ୍ତ କଲ ଲାଗିବ ନାହିଁ। ଦେଶରେ କରୋନା କାଳରେ ବି ଏପରି ହୋଇଥିଲା। ସେତେବେଳେ ଲୋକେ ସରକାରଙ୍କୁ ପରାମର୍ଶ ଦେଇଥିଲେ ସବୁଦିନ ପ୍ରଥମ କଲ ପୂର୍ବରୁ ସଚେତନତା ବାର୍ତ୍ତା ଠିକ୍ ଅଛି, କିନ୍ତୁ ସବୁ କଲ କାଳରେ ଏପରି କଲର ଟ୍ୟୁନ ଆସିବା ନିଶ୍ଚିତ ରୂପେ ଏକ ସମସ୍ୟା। ଲୋକଙ୍କ ବିରୋଧ ପରେ ସରକାର ଏହାକୁ ଶେଷରେ ହଟାଇ ଦେଇଥିଲେ। ହେଲେ ଏବେ ସାଇବର ଅପରାଧକୁ ନେଇ ଏହି କଲର ଟ୍ଯୁନ ପୁଣି ପୂର୍ବ ପରିସ୍ଥିତି ସୃଷ୍ଟି କରିଛି। ସୋସିଆଲ ମିଡିଆରେ ଲୋକେ ସବୁଦିନ ଏହି କଲର ଟ୍ୟୁନ ବନ୍ଦ କରିବାକୁ ଦାବି କରୁଛନ୍ତି। ଅନେକ ଲୋକେ ଏ ନେଇ ଆରଟିଆଇ ମଧ୍ୟ ଦାଖଲ କଲେଣି। ତେବେ ଟେଲିକମ କମ୍ପାନୀମାନେ ଭାରତ ସରକାରଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ଆଉଟ ଗୋଇଙ୍ଗ କଲ ପୂର୍ବରୁ ଏକ ଚେତାବନୀଦ ବାର୍ତ୍ତା ଦେଉଛନ୍ତି। ଏଥିରେ ଉପଯୋଗକର୍ତ୍ତାଙ୍କୁ ଅଜଣା କଲ, ସନ୍ଦିଗ୍ଧ ଲିଂକ ଅଥବା ଓଟିପି କାହା ସହ ସେୟାର ନ କରିବାକୁ ସତର୍କ କରାଯାଉଛି। ଏହି ଅଡିଓ କଲଟି ପାଖ
ନୂଆଦିଲ୍ଲୀ ୨୦।୬: ଦେଶରେ ବଢୁଥିବା ଡିଜିଟାଲ ଅପରାଧକୁ ନେଇ ସାଧାରଣ ଲୋକଙ୍କୁ ସତର୍କ କରିବା ଲାଗି ଟେଲିକମ କମ୍ପାନୀମାନେ ଏକ ସାଇବର ସୁରକ୍ଷା ସୂଚନା କଲର ଟ୍ୟୁନ ରୂପେ ଯୋଡିଛନ୍ତି। ସଚେତନତା ଲାଗି ଏହି କଲର ଟ୍ୟୁନ ଠିକ୍ ଅଛି, ତେବେ ସବୁ କଲ ପୂର୍ବରୁ ଏହି କଲର ଟ୍ୟୁନ ବାଜିବା କୌଣସି ବଡ଼ ସମସ୍ୟାରୁ କମ ନୁହେଁ। କିଏ କେତେବି ଏମାର୍ଜେନ୍ସୀରେ ଥାନ୍ତୁ ନା କାହିଁକି ଏହି କଲର ଟ୍ୟୁନ ନ ଶୁଣିବା ପର୍ଯ୍ୟନ୍ତ କଲ ଲାଗିବ ନାହିଁ।
ଦେଶରେ କରୋନା କାଳରେ ବି ଏପରି ହୋଇଥିଲା। ସେତେବେଳେ ଲୋକେ ସରକାରଙ୍କୁ ପରାମର୍ଶ ଦେଇଥିଲେ ସବୁଦିନ ପ୍ରଥମ କଲ ପୂର୍ବରୁ ସଚେତନତା ବାର୍ତ୍ତା ଠିକ୍ ଅଛି, କିନ୍ତୁ ସବୁ କଲ କାଳରେ ଏପରି କଲର ଟ୍ୟୁନ ଆସିବା ନିଶ୍ଚିତ ରୂପେ ଏକ ସମସ୍ୟା। ଲୋକଙ୍କ ବିରୋଧ ପରେ ସରକାର ଏହାକୁ ଶେଷରେ ହଟାଇ ଦେଇଥିଲେ। ହେଲେ ଏବେ ସାଇବର ଅପରାଧକୁ ନେଇ ଏହି କଲର ଟ୍ଯୁନ ପୁଣି ପୂର୍ବ ପରିସ୍ଥିତି ସୃଷ୍ଟି କରିଛି।
ସୋସିଆଲ ମିଡିଆରେ ଲୋକେ ସବୁଦିନ ଏହି କଲର ଟ୍ୟୁନ ବନ୍ଦ କରିବାକୁ ଦାବି କରୁଛନ୍ତି। ଅନେକ ଲୋକେ ଏ ନେଇ ଆରଟିଆଇ ମଧ୍ୟ ଦାଖଲ କଲେଣି। ତେବେ ଟେଲିକମ କମ୍ପାନୀମାନେ ଭାରତ ସରକାରଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ଆଉଟ ଗୋଇଙ୍ଗ କଲ ପୂର୍ବରୁ ଏକ ଚେତାବନୀଦ ବାର୍ତ୍ତା ଦେଉଛନ୍ତି। ଏଥିରେ ଉପଯୋଗକର୍ତ୍ତାଙ୍କୁ ଅଜଣା କଲ, ସନ୍ଦିଗ୍ଧ ଲିଂକ ଅଥବା ଓଟିପି କାହା ସହ ସେୟାର ନ କରିବାକୁ ସତର୍କ କରାଯାଉଛି। ଏହି ଅଡିଓ କଲଟି ପାଖାପାଖି ୩୦ ସେକେଣ୍ଡର। ହେଲେ ବାରମ୍ବାର କଲ କରିବା ବେଳେ ଏହି ବାର୍ତ୍ତା ଆସିବା ଲୋକଙ୍କୁ ଅସୁବିଧାରେ ପକାଉଛି।
ରାଜସ୍ଥାନ ପୋଲିସ୍ ସବଇନିସପେକ୍ଟର ଆରତୀ ସିଂହ ତମ୍ବର ଏହି ସମସ୍ୟାର ସମାଧାନ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତାଙ୍କ ଅନୁସାରେ ଯେବେ କଲ ପୂର୍ବରୁ ଏହି ବାର୍ତ୍ତା ବାଜିବା ଆରମ୍ଭ କରେ ସେତେବେଳେ କି ପ୍ୟାଡ ଖୋଲି ‘୧’ ଦବାନ୍ତୁ। ୧ ଡାୟଲ କରିବାମାତ୍ରେ ଏହି କଲର ଟ୍ୟୁନ ବନ୍ଦ ହୋଇଯିବ ଓ ଆପଣ ଆରାମରେ କଲ କରିପାରିବେ। ସେହିପରି ଆପଣ ଆପଣଙ୍କ ଫୋନରେ ‘୦’ ଓ ‘୮’ ଦବାଇ ଏହି କଲର ଟ୍ୟୁନକୁ ଫୋନରେ ଆସିବା ସମାପ୍ତ ବି କରିପାରିବେ।