ମୋର ବି ପ୍ରଧାନମନ୍ତ୍ରୀ ହେବାକୁ ମନ ହେଉଛି, ପୂରଣ ହେବକି ଲାଲୁଙ୍କ ଇଚ୍ଛା…
ପାଟନା,୧୧।୬: ଲାଲୁ ପ୍ରସାଦ ଯାଦବ … କେବଳ ବିହାର ନୁହେଁ ଦେଶର ରାଜନୀତିର ଚେହେରା ଯାହାକୁ ଅନେକ ଜନତା ପସନ୍ଦ କରନ୍ତି। ଆପଣ ଏହାକୁ ନାପସନ୍ଦ କରିପାରିବେ କିନ୍ତୁ କୌଣସି ପରିସ୍ଥିତିରେ ଏହାକୁ ଅଣଦେଖା କରିପାରିବେ ନାହିଁ । ମଙ୍ଗଳବାର (ଜୁନ ୧୧,୨୦୨୪)ରେ ତାଙ୍କୁ ୭୫ ବର୍ଷ ବୟସ ହୋଇଛି। ତେବେ ଅନେକ ଥର ଏହି ରାଜନେତା ଅନେକ କିଛି ହେବାକୁ ବା କରିବାକୁ ମନ ବଳାଇ ଆସିଛନ୍ତି ଚର୍ଚ୍ଚାକୁ। ବିହାରର ଗୋପାଳଗଞ୍ଜରେ ଜନ୍ମ ହୋଇଥିବା ଲାଲୁ […] The post ମୋର ବି ପ୍ରଧାନମନ୍ତ୍ରୀ ହେବାକୁ ମନ ହେଉଛି, ପୂରଣ ହେବକି ଲାଲୁଙ୍କ ଇଚ୍ଛା… appeared first on Dharitri Odia News.
ପାଟନା,୧୧।୬: ଲାଲୁ ପ୍ରସାଦ ଯାଦବ … କେବଳ ବିହାର ନୁହେଁ ଦେଶର ରାଜନୀତିର ଚେହେରା ଯାହାକୁ ଅନେକ ଜନତା ପସନ୍ଦ କରନ୍ତି। ଆପଣ ଏହାକୁ ନାପସନ୍ଦ କରିପାରିବେ କିନ୍ତୁ କୌଣସି ପରିସ୍ଥିତିରେ ଏହାକୁ ଅଣଦେଖା କରିପାରିବେ ନାହିଁ । ମଙ୍ଗଳବାର (ଜୁନ ୧୧,୨୦୨୪)ରେ ତାଙ୍କୁ ୭୫ ବର୍ଷ ବୟସ ହୋଇଛି। ତେବେ ଅନେକ ଥର ଏହି ରାଜନେତା ଅନେକ କିଛି ହେବାକୁ ବା କରିବାକୁ ମନ ବଳାଇ ଆସିଛନ୍ତି ଚର୍ଚ୍ଚାକୁ।
ବିହାରର ଗୋପାଳଗଞ୍ଜରେ ଜନ୍ମ ହୋଇଥିବା ଲାଲୁ ଯାଦବଙ୍କ ସହ ଜଡିତ କାହାଣୀ ୨୦୦୮ର। ଏହା୨୨ ଜୁଲାଇର ଘଟଣା। ଲାଲୁ ଯାଦବ ସେତେବେଳେ ରେଳ ମନ୍ତ୍ରୀ ଥିଲେ (ୟୁପିଏ ସରକାରରେ) ସେ ଲୋକ ସଭାରେ କିଛି କହିବା ପାଇଁ ଠିଆ ହୋଇଥିଲେ, ଆଉ କହିଥିଲେ ମୁଁ ମଧ୍ୟ ଅନୁଭବ କରୁଛି ପ୍ରଧାନମନ୍ତ୍ରୀ ହେବାକୁ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାୟାବତୀ ମଧ୍ୟ ପ୍ରଧାନମନ୍ତ୍ରୀ ହେବାକୁ ଅନୁଭବ କରୁଛନ୍ତି। “ମୋତେ ମଧ୍ୟ ଏହା ଲାଗୁଛି କିନ୍ତୁ ମୁଁ ତତ୍ପର ନୁହେଁ।” ଏବେ ତାଙ୍କର ଏହି ପୁରୁଣା କଥାକୁ ମନେପକାଉଛନ୍ତି ତାଙ୍କ କର୍ମୀ ଓ ପ୍ରଶଂସକ।
The post ମୋର ବି ପ୍ରଧାନମନ୍ତ୍ରୀ ହେବାକୁ ମନ ହେଉଛି, ପୂରଣ ହେବକି ଲାଲୁଙ୍କ ଇଚ୍ଛା… appeared first on Dharitri Odia News.